Indus Valley Times

ପାଣ୍ଡରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

 Breaking News

ପାଣ୍ଡରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ପାଣ୍ଡରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
April 12
19:21 2025

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୧୨/୪: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବାଡ଼ାଙ୍ଗସରଡ଼ା ପଞ୍ଚାୟତ ଅଧିନରେ ଥିବା ପାଣ୍ଡରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାଆଡମ୍ବରରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା, କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ ପରୀକ୍ଷାରେ କୃତିତ୍ବ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚ ଅନିତା ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଷ ଶବର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ।
ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସିଙ୍ଗାନା ତାଡିଙ୍ଗି, ଉମାକାନ୍ତ ମିଶାଲ,ବାଳକୃଷ୍ଣ ବିହାରୀ , ସି ଆର ସି ଜୟରାମ କରକରିଆ, ଦୀନବନ୍ଧୁ ବେହେରା,ଏସ ଏମ ସି ରାଜେନ୍ଦ୍ର ମାଣ୍ଡାଙ୍ଗି, ସିକ୍ଷତ୍ରୀ ବିଜୟ ଲକ୍ଷ୍ମୀ ଶବର, ଶିକ୍ଷକ କୈଳାଶ ଶବର, ପଦ୍ମନ ପାଲକା, ହରେ କୃଷ୍ଣ ବ୍ରହ୍ମା, ପୁର୍ଣ୍ଣ ଚନ୍ଦ୍ର ପିରିବାକା, ନିରଞ୍ଜନ ପ୍ରଧାନ, ସାମାଜିକ କର୍ମୀ ବିଜୟ ପ୍ରସାଦ ଉଲାକା ଆସନରେ ଅଧିଷ୍ଠିତ ହୋଇଥିଲା ବେଳେ ଉକ୍ତ ବିଦ୍ୟାଳୟର ସଭାପତି ଶ୍ରୀ ମହେଶ୍ୱର ଗଗେରେଙ୍ଗା ସଭାପତିତ୍ବ ଆସନ‌‌‌ ଗ୍ରହଣ କରିଥିଲେ।
ପରେ ମଞ୍ଚାସିନ ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା । ପରେ ସମ୍ମାନୀତ ଅତିଥି ମାନଙ୍କ ଦ୍ବାରା କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ଓ ଶୁଭେଚ୍ଛା ଜଣାଇଥିଲେ।
ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନବିନ ସବର ବିବରଣୀ ପାଠ ପଢିଶୁଣାଇ ଥିଲେ ।ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ଏହାକୁ ସହ ଯୋଗ କରିଥିଲେ ପୁଷ୍ପଲତା ପାତ୍ର, ଦୀନବନ୍ଧୁ ବେହେରା । ସେଶରେ ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ପରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଏହି ଉତ୍ସବରେ ଉକ୍ତ ଗ୍ରାମର ଗ୍ରାମବାସୀ, ଅଭିଭାବକ ମାନେ ଯୋଗଦେଇ ଆନନ୍ଦିତ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031