Indus Valley Times

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧରେ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ

 Breaking News

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧରେ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧରେ ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମ
February 10
18:36 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୨ : ଯଶସ୍ବୀପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ରମୋଦି ଆଜି ଦେଶର ଛାତ୍ରଛାତ୍ରୀ , ଶିକ୍ଷକ ଓ ଅଭିଭାବକଙ୍କ ସହ ପରୀକ୍ଷାପେ ଚର୍ଚାକାର୍ଯ୍ୟକ୍ରମ ଶୃଙ୍ଖଳାର ଅଷ୍ଟମସଂସ୍କରଣ ଅବସରରେ ସମ୍ବୋଧିତକରିଛନ୍ତି ।
କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଆଜି ପିଏମଶ୍ରୀ କେନ୍ଦ୍ରୀୟବିଦ୍ୟାଳୟ ବୌଦ୍ଧର ଷଷ୍ଠଶ୍ରେଣୀରୁଦ୍ୱାଦଶଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ଦେଖିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦତ୍ତଉପାଦେୟ ପରାମର୍ଶ ସମ୍ୱନ୍ଧରେ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । .ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଭିଵାବକ ଓ ଶିକ୍ଷକଙ୍କୁ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧିକରି କିପରି ସେମାନଙ୍କୁ ଚାପମୁକ୍ତ କରାଯାଇପାରିବ , ସେ ସମ୍ପର୍କରେ ମୂଲ୍ୟବାନ ପରାମର୍ଶଦେଇଥିଲେ ।
ପରୀକ୍ଷା ସମୟରେ ସମୟର ସଦୁପଯୋଗଏବଂନିଦ୍ରା କିପରି ଛାତ୍ରଛାତ୍ରୀମାନଙ୍କର ସ୍ମରଣଶକ୍ତି ଓ ପରୀକ୍ଷାର ଫଳାଫଳକୁ ପ୍ରଭାବିତକରେ , ସେ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଓ ଦେଶର କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ।
ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମର ସିଧାପ୍ରସାରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ଶ୍ରେଣୀଗୃହସହ କମ୍ପ୍ୟୁଟର ଲାବରେ ବିଦ୍ୟାଳୟର ପିଏମଶ୍ରୀ ବିଭାଗ ମୁଖ୍ୟଶ୍ରୀ ଧର୍ମେନ୍ଦ୍ରଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଚାର୍ଯ୍ୟ ଶ୍ରୀ ସନକ ମେହେର ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ଓ ସମୟପୋଯୋଗୀ ବୋଲି ଅଭିହିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031