Indus Valley Times

ପୁଅ ଭୁଲିଗଲା ମା’ର ସ୍ନେହ ଓ ମମତା, ମଦ ନିଶାରେ ପିଟି ପିଟି କଲା ହତ୍ୟା

 Breaking News

ପୁଅ ଭୁଲିଗଲା ମା’ର ସ୍ନେହ ଓ ମମତା, ମଦ ନିଶାରେ ପିଟି ପିଟି କଲା ହତ୍ୟା

ପୁଅ ଭୁଲିଗଲା ମା’ର ସ୍ନେହ ଓ ମମତା, ମଦ ନିଶାରେ ପିଟି ପିଟି କଲା ହତ୍ୟା
June 08
10:44 2022

ତେଲକୋଇ,୮/୬: ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସେହି ମା’କୁ ଶାବଳରେ ପିଟି ହତ୍ୟା କଲା ନୃଶଂସ ପୁଅ।
ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ବନବିହାରୀପୁର ନୂଆଗାଁରେ। ମୃତ ମହିଳା ଜଣଙ୍କ ହେଲେ ନୂଆଗାଁ ମୁଣ୍ଡା ସାହିର ଟୁଲେଇ ମୁଣ୍ଡା। ଅଭିଯୁକ୍ତ ପୁଅ ଡବରୁ ମୁଣ୍ଡାକୁ ପୁଲିସ ଅଟକ ରଖିଛି।
ଗତକାଲି ଡବରୁ ମଦ ପିଇ ଘରକୁ ଫେରିଥିଲା। କାହିଁକି ପିଉଛି ବୋଲି ମା’ ପୁଅକୁ ତାଗିତ କରିଥିଲା। ଏହି କଥାକୁ ଉଭୟ ମା’ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା।
ପରେ ପୁଅ ଡବରୁ ଉତକ୍ଷିପ୍ତ ହୋଇ ଘରେ ଥିବା ଶାବଳ ଆଣି ମା’କୁ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଟୁଲେଇଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଘଟଣାବିଷୟରେ ଜାଣିବାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031