Indus Valley Times

ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

 Breaking News

ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

February 25
19:45 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୫/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନୁଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଂଘ ର ଏକ ଜରୁରୀ କାଳୀନ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବୈଠକ ରେ ପ୍ରଥମେ ସଂଘ ର ବାର୍ଷିକ ବିବରଣୀ ପଠନ ସହ ଆୟବ୍ୟୟ ର ସମୀକ୍ଷା କରାଯାଇ ଉପସ୍ଥାପନ କରାଯାଇଥିଲା । ସଂଘର କାର‌୍ୟ୍ୟକର୍ତ୍ତା ଙ୍କ ନିଷ୍ପତ୍ତି ପ୍ରକାରେ ସଂଘ କୁ ପୁନର୍ଗଠନ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା କ୍ଷ ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସାବତ ପ୍ରଧାନ, ଉପସଭାପତି ଭାବେ ଶ୍ରୀମତୀ ରଶ୍ମିତା ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ଭାବେ ଜୟ ପ୍ରକାଶ ପ୍ରଧାନ, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ବେହେରା, ଉପ ସମ୍ପାଦକ ଭାବେ କଳା ଶ୍ରୀମୁଖ ପୂଜାରୀ, ସାଙ୍ଗଠନିକ ସମ୍ପାଦକ ଭାବେ ରବିନ୍ଦ୍ର ପାଣିଗ୍ରାହୀ, ଏବଂ ଉପଦେଷ୍ଟା ମଣ୍ଡଳୀରେ ସୁରେଶ ଚନ୍ଦ୍ର ଦାସ, ପଦ୍ମ ଚରଣ ତ୍ରିପାଠୀ, ସନାତନ ପରିଛା, ରାଜୁ ଦିଗାଳ ଙ୍କ ସମେତ ପ୍ରତ୍ୟେକ କ୍ଲଷ୍ଟର ର ଆଞ୍ଚଳିକ ସାଧନ କର୍ମୀ ମାନଙ୍କୁ ନିଜ ନିଜର କ୍ଲଷ୍ଟର ର ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରାଯାଇଛି । ଶେଷରେ ଯୁଗ୍ମ ସଂଯୋଜକ ଉତ୍କଳ କେଶରୀ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ନୂତନ କମିଟି ଗଠନ
ବାଲିଗୁଡା, ୨୫/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଥିବା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ନୂତନ କମିଟି ଗଠନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସଭାପତି ଚତୁର୍ଭୁଜ ରାଉତ, ଜିଲ୍ଲା ସଂପାଦକ ରଞ୍ଜନ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ବର ଦଳାଇ, ଜିଲ୍ଲା କମିଟି ସଦସ୍ୟ ପ୍ରଦ୍ୟୁମ୍ନ କୁମାର ଜେନା ପ୍ରମୁଖ ଯୋଗଦେଇ ଆସନ୍ତା ତିନି ବର୍ଷ ପାଇଁ ଓଷ୍ଟାର ନୀତି ନିୟମ ଅନୁସାରେ କ.ନୂଆଗାଁ ବ୍ଲକର କମିଟି ନିର୍ବାଚନ କରିଥିଲେ।
ଏହି ନିର୍ବାଚନରେ ନୂତନ ସଭାପତି ଭାବେ ବି.ଦୁର‌୍ୟ୍ୟୋଧନ ରେଡ଼ି, ଉପ ସଭାପତି ଭାବେ ବନ ବିହାରୀ ସୁବୁଦ୍ଧି, ମହିଳା ଉପ ସଭାପତି ସଂଯୁକ୍ତା ବିଶ୍ବାଳ, ସଂପାଦକ ଅବଦୁଲ ଗଫୁର ଖାଁ, ସହ ସଂପାଦକ ଭାବେ ସତ୍ୟ ନାରାୟଣ ବେହୁରା, ମହିଳା ସହ ସଂପାଦକ ଭାବେ ଉଷାରାଣୀ ଶତପଥୀ, ଜିଲ୍ଲା କମିଟି ସଦସ୍ୟ ଭାବେ ପ୍ରକାଶ ରଥ, ରାଜ୍ୟ କମିଟି ସଦସ୍ୟ ଭାବେ ମନୋରଞ୍ଜନ ପ୍ରଧାନ ନିର୍ବାଚିତ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ବ୍ଲକରେ ଥ‌ିବା ଓଷ୍ଟାର ସମସ୍ତ ଶତାଧୂକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଥ‌ିବା ବେଳେ ନୂତନ କର୍ମକର୍ତ୍ତା ମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ସହିତ ଶୁଭକାମନା ଜଣାଇ ବିଦାୟୀ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହା ସହ କାର‌୍ୟ୍ୟକ୍ରମ ଶେଷରେ ଓଷ୍ଟାର ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଗଣେଶ୍ବର ଦଳାଇ ଶପଥ ପାଠ କରାଇବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଶିକ୍ଷକ ମାନଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।
ବିଶ୍ୱଶାନ୍ତି ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ
ବାଲିଗୁଡା, ୨୫/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ କଇଁଝର ପଞ୍ଚାୟତ ଜିଗିନାଗାଁ ଗ୍ରାମରେ ପୂଜ୍ୟଗୁରୁ ଗୁପ୍ତେଶ୍ୱର କହଁର ଙ୍କ ପରିଚାଳିତ ଗୌରଭକ୍ତ ଏକତ୍ରିକରଣ କମିଟି ତରଫରୁ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ୫୩ ଥଳ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇଥିବା ବେଳେ ପ୍ରଥମ ଦିନରେ ନଦୀ ରୁ ଜଳ ଆଣି ଚତୁର୍ପାର୍ଶ୍ୱରେ ସ୍ଥାପନ କରାଯାଇଥିଲା ଏବଂ ଦ୍ୱିତୀୟ ଦିନରେ ନାମ ଆରମ୍ଭ କରାଯାଇ ମଙ୍ଗଳବାର ପଞ୍ଚମ ଦିନରେ ଶେଷ ହୋଇଥିଲା। ଏଥିରେ ନାମଯଜ୍ଞ,ଘୃତଯଜ୍ଞ, ଜପଯଜ୍ଞ, ଅର୍ଣ୍ଣଯଜ୍ଞ, ଜ୍ଞାନଯଜ୍ଞ ହୋଇଥିବା ସହ ବହୁ ସାଧୁସନ୍ଥ ଓ ଧାର୍ମିକ ବ୍ୟକ୍ତି ତଥା ଦୂରଦୂରାନ୍ତର ଆସିଥିବା ଲୋକମାନଙ୍କ ର ବହୁ ସଂଖ୍ୟାରେ ଦେଖିବାକୁ ମିଳିଥିଲା। ଏହି ଯଜ୍ଞ କୁ ପୁରୋହିତ ଭାବେ ଜଗବନ୍ଧୁ ଦାସ ପୂଜାପାଠ କରିଥିବା ବେଳେ ପ୍ରମୋଦ ଦାସ, ରାକେଶ ସହଯୋଗ କରିଥିଲେ ଏବଂ ଯଜମାନ ରୂପେ ସନାତନ କହଁର, ଅନିତା କହଁର, ସୁବଳ କହଁର, ଶର୍ମିଳା କହଁର ଉପସ୍ଥିତ ରହିଥିଲେ। ଶେଷରେ ଧର୍ମସଭା କରାଯାଇଥିଲା ସେଥିରେ ପ୍ରବଚକ ଗୁରୁ ଗୁପ୍ତେଶ୍ୱର କହଁର, ବାନପ୍ରସ୍ତି ଆଶ୍ରମ ଗୁଟିଙ୍ଗିଆ ର ପ୍ରେମାନନ୍ଦ କହଁର, ପାଞ୍ଚୁଦେବ କଟା, ଫୁଲବାଣୀ ହନୁମାନ ସାଧକ ବନମାଳୀ ପଟ୍ଟନାୟକ, ରାଇଖୋଲ ର ପୃଥ୍ୱୀରାଜ କହଁର, ଚକାପାଦ ଗୁରୁକୁଳ ଆଶ୍ରମ ପଣ୍ଡିତ ଜଗବନ୍ଧୁ ଦାସ,ବାତାଭୂଇଁ ବିଶ୍ଵନାଥ କହଁର,ଗୋବିନ୍ଦ ଚନ୍ଦ୍ର ବାନପ୍ରସ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାବେ ପୂର୍ବତନ ସରପଞ୍ଚ ପ୍ରକାଶ କହଁର,ସମିତି ସଭ୍ୟା ନମିତା କହଁର, ଶିକ୍ଷକ ଶୁକମୁନି ଦିଗାଲ,ୱାର୍ଡମେମ୍ବର ମାମାଲି ବାଘ,ଯଜ୍ଞ ସମ୍ପାଦକ ବଳି କହଁର, ଆଶାକର୍ମୀ ସାବିତ୍ରୀ ମଲ୍ଲିକ, ଗ୍ରାମର ଶିକ୍ଷକ ମନୋଜ ଦିଗାଲ, ଅଜିବନ କହଁର ଯୋଗଦେଇଥିଲେ।କାର‌୍ୟ୍ୟକ୍ରମ କୁ ଯଜ୍ଞ ସଭାପତି ପ୍ରଭାକର କହଁର, ଉପସଭାପତି ଶଶୀଭୁଷଣ କହଁର, ସମ୍ପାଦକ ପୁରୁଷୋତ୍ତମ କହଁର, ସହସମ୍ପାଦକ ଦୁର‌୍ୟ୍ୟୋଧନ କହଁର, କୋଷାଧକ୍ଷ ସନାତନ କହଁର, ଉପଦେଷ୍ଟା ବିରଞ୍ଚି କହଁର କାର‌୍ୟ୍ୟ ତୁଲାଇଥିଲେ ଏବଂ ରମେଶ କହଁର, ଅଙ୍ଗଦ କହଁର, ସୁଜିତ କହଁର, ସାନ୍ତୁନୁ କହଁର, ଅନାମ କହଁର ଙ୍କ ସହ ଗ୍ରାମର ପୁରୁଷ, ମହିଳା ମାନେ ସହଯୋଗ କରିଥିଲେ।
ବିକଶିତ ଭାରତ ଯୁବସଂସଦ କାର‌୍ୟ୍ୟକ୍ରମ ପାଇଁ ସମ୍ମିଳନୀ
ବାଲିଗୁଡା, ୨୫/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏଏମସିଏସ ମହାବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ନୋଡାଲ କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ସଂସଦ କାର‌୍ୟ୍ୟକ୍ରମ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲାର ଟିକାବାଲି ଏ, ଏମ, ସି, ଏସ ମହାବିଦ୍ୟାଳୟକୁ ନୋଡାଲ କଲେଜ ଭାବେ ଭାରତ ସରକାର ମନୋନୀତ କରିଛନ୍ତି । ଯୁବକ ଯୁବତୀ ମାନଙ୍କୁ ଭାରତର ବିକାଶରେ ସାମିଲ କରିବା ସେମାନଙ୍କ ନିଜ ମତ ରଖିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
୧୮ ରୁ ୨୫ ବର୍ଷର ଯୁବକ ଯୁବତୀ ମାନେ ଅନଲାଇନ୍ ରେ ଚଳିତ ମାସ ୨୬ ତାରିଖ ସୁଦ୍ଧା ଭାରତ ପୋର୍ଟାଲ୍ କୁ ଯାଇ ମାଇ ଭାରତ ୟୁଥ୍ ପାର୍ଲିଆମେଣ୍ଟ ଆପ୍ କୁ ଯାଇ ନିଜ ନାମ ପଞ୍ଜିକରଣ କରିପାରିବେ। ଜାତୀୟ ଜରୁରୀ ପରିସ୍ଥିତିରୁ ଭାରତୀୟ ଗଣତନ୍ତ୍ରରେ ମିଳିଥିବା ଶିକ୍ଷାକୁ ନେଇ ଚଳିତ ମାସ ୨୮ ତାରିଖ ଦିବା ୧୦:୩୦ ସମୟରେ ଟିକାବାଲି ଏ, ଏମ, ସି, ଏସ ମହାବିଦ୍ୟାଳୟରେ ନିଜର ଅଭିମତ ରଖିବେ ।
ଜିଲ୍ଲାର ୫ ଜଣ ପ୍ରତିଯୋଗୀଙ୍କୁ ବିଚାରକ ମାନେ ବିଚାର କରି ରାଜ୍ୟର ଲୋକସଭା ଭବନରେ ନିଜର ଅଭିମତ ରଖିବା ପାଇଁ ସୁଯୋଗ ଦେବେ ।
ଏଥିରେ ନୋଡାଲ ସଭ୍ୟ ପ୍ରୋଗ୍ରାମ ଅଫିସର୍ ଅଧ୍ୟାପକ ଜ୍ଞାନରଞ୍ଜନ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରିଲୁ ପ୍ରଧାନ , ଅଧ୍ୟାପିକା ସନ୍ଧ୍ୟାରଣୀ କହଁର ଏବଂ ଅଙ୍କିତା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଅଙ୍ଗନବାଡି ଗ୍ରୀଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ବାଲିଗୁଡା,୨୫/୨: ବାଲିଗୁଡା ସହରର ଦଣ୍ଡପଦରର ଓଡିଆ ସାହିରେ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି । ଅଙ୍ଗନବାଡି ଗ୍ରୀଲରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।
ସକାଳ ସମୟରେ ଏହି ଅଙ୍ଗନବାଡି ରାସ୍ତା ଦେଇ ଯାଉଥିବା ଲୋକମାନେ ଏହି ଝୁଲନ୍ତା ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଘଟଣା ସ୍ଥଳରେ ପହଁଚି ଝୁଲନ୍ତା ମୃତଦେହ କୁ ଯବତ କରି ଶବ ବ୍ୟବଛେଦ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୁକୁ ପଠାଇଥିଲେ । ମୃତକ ଯୁବକ ଚିକୁନ ଦଳବେହେରା ଘର ଦଣ୍ଡପଦରରେ ବୋଲି ଜଣାପଡିଛି । ବର୍ତମାନ ସୁଧା ମୃତ୍ୟୁର କାରଣ ଅଷ୍ପଷ୍ଟ । ପୋଲିସ ଏକ ମାମଲାରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031