Indus Valley Times

ବସ୍ତାରୁ ମିଳିଲା ନରକଙ୍କାଳ, ହତ୍ୟା ସନ୍ଦେହରେ ୨ ଅଟକ

 Breaking News

ବସ୍ତାରୁ ମିଳିଲା ନରକଙ୍କାଳ, ହତ୍ୟା ସନ୍ଦେହରେ ୨ ଅଟକ

October 17
11:15 2024

ଭଦ୍ରକ, ୧୭/୧୦ : ଭଦ୍ରକ ଜିଲ୍ଲା ବାସୁଦେବବପୁରରେ ଏକ ନାଳି ପାଖରୁ ଉଦ୍ଧାର ହେଲା ମଣିଷ ଖପୁରୀ । ଖପୁରୀ ସହ ଦାନ୍ତ ଓ ହାଡ଼ ବି ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପ୍ରାୟ ୧୫ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ମା’ ନିଖୋଜ ଥିବା ବେଳେ ଏହା ସେମାନଙ୍କ ଶରୀରର ଅବଶିଷ୍ଟାଶଂ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାରେ ପୁଲିସ୍ ମୃତା ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଗତକାଲି ସନ୍ଧ୍ୟା ସମୟରେ ସମୁଦ୍ର ପାଖ ଏକ ନାଳୀ ବନ୍ଧ ନିକଟ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। କୁକୁର ମାନେ କିଛି ମାଂସ ଧରି ଦୌଡ଼ୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇ ପୁଲିସ୍‌କୁ ଖବର ଦେଇଥିଲେ।
ନାୟକାଣିଡିହି ପୋଲିସ,ଭଦ୍ରକ ସଦର ଏସଡିପିଓ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେମାନେ ମଣିଷର ଖପୁରୀ,ହାଡ,ଏବଂ ଦାନ୍ତ ଆଦି ପଡିଥିବାର ଦେଖିବାକୁ ପାଇଥିଲେ। ମାଟି ତଳେ ମଣିଷର ଶରୀର ପୋତା ହୋଇଥିବା ଅନୁମାନ କରାଯାଉଛି।
ଗତକାଲି ରାତି ଅଧିକ ହୋଇ ଯାଇଥିବାରୁ ମାଟି ଖୋଳାଖୋଳି ସମ୍ଭବ ହୋଇ ପାରି ନ ଥିଲା। ତେଣୁ ଆଜି ଜେସିବି ସାହାଯ୍ୟରେ ପୁଲିସ୍ ମାଟି ଖୋଳି ସନ୍ଧାନ କରିବ ବୋଲି ଜଣାଯାଇଛି।
ପାଞ୍ଚଘେରିଆ ଗାଁର କୌଶଲ୍ୟା ନାୟକ(୩୫) ଓ ତାଙ୍କ ମା’ ଯମୁନା ନାୟକ(୫୯) ଗତ ୩ ତାରିଖରୁ କେଉଁ ଆଡ଼େ ନିଖୋଜ ହୋଇ ଯାଇଛନ୍ତି। ପରିବାର ଲୋକେ ତାଙ୍କ ପତ୍ତା ପାଉ ନ ଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ଗତକାଲି ମଣିଷ ଖପୁରୀ ମିଳିବା ପରେ ତାହା ଉଭୟ ମା’, ଝିଅଙ୍କର ବୋଲି ସନ୍ଦେହ ହେଉଛି। ତେଣୁ ପୁଲିସ୍ ମୃତ କୌଶଲ୍ୟା ନାୟକଙ୍କ ସ୍ୱାମୀ ଗୁରୁପଦ ଗାହାଣ ଏବଂ ଦିଅର ନିରପଦ ଗାହାଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930