Indus Valley Times

ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘର ଜରୁରୀକାଳୀନ କାର୍ଯ୍ୟକାରିଣୀ ବୈଠକ

 Breaking News

ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘର ଜରୁରୀକାଳୀନ କାର୍ଯ୍ୟକାରିଣୀ ବୈଠକ

ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘର ଜରୁରୀକାଳୀନ କାର୍ଯ୍ୟକାରିଣୀ ବୈଠକ
June 16
12:50 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୬/୬ : ଓଡ଼ିଶା ଅଣଗେଜେଟେଡ ବନସେବା ସଂଘ ବଲାଙ୍ଗିର ଜିଲ୍ଲା ଡିଭିଜନ ସଭାପତି ବାବୁଲା ଦାସ ଙ୍କ ନେତୃତ୍ୱ ରେ ତିନି ଦଫା ଦାବି କୁ ନେଇ ଲୋଇସିଂହା ରେଞ୍ଜ ଅଫିସ ସମ୍ମୁଖରେ କଳା ବ୍ୟାଚ୍ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।ସରକାର ଙ୍କ ଠାରୁ କୌଣସି ସାହାଯ୍ୟ ସହଯୋଗ ପାଉ ନଥିବାରୁ ଏହି ଧାରଣା ର ମୂଳ ଲକ୍ଷ୍ୟ ବୋଲି ସଭାପତି ଜଣାଇଛନ୍ତି।
ତଥ୍ୟ ଅନୁସାରେ,ଓଡ଼ିଶା ଅଣ ଗେଜେଟେଡ୍ ବନସେବା ସଂଘର ଏକ ଜରୁରୀକାଳୀନ ବୈଠକ ସଭାପତି ଜଗବନ୍ଧୁ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ଠାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ପ୍ରାରମ୍ଭରେ ଢେଙ୍କାନାଳ ଡିଭିଜନ ହିନ୍ଦୋଳ ରେଞ୍ଜ ବନରକ୍ଷୀ ଦିବଂଗତ ପ୍ରହଲ୍ଲାଦ ପ୍ରଧାନ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ୧ ମିନିଟ ନୀରବ ପ୍ରାର୍ଥନା କରିଥିଲେ।
ବୈଠକର ଆଭିମୁଖ୍ୟ ଓ କାର୍ଯ୍ୟସୂଚୀ ସମ୍ପର୍କରେ ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଅବଗତ କରିଥିଲେ।ପରେ ଅନେକ ବିଷୟ ଏବଂ ସମସ୍ୟା ଉପରେ ବିଶଦ ଆଲୋଚନା କରିଥିଲେ।
ହିନ୍ଦୋଳ ରେଞ୍ଜ ବନରକ୍ଷୀ ଙ୍କୁ ହୋଇଥିବା ହତ୍ୟା ଘଟଣା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରି ୩୦ ଲକ୍ଷ ଅନୁକମ୍ପା ରାଶି ସହାୟତା ଘୋଷଣା କରିଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ୍ ଜଣାଇଥିଲେ।
ତତ୍ ସଙ୍ଗେ ସଙ୍ଗେ ବନ ବିଭାଗ ରେ ଥିବା ବ୍ୟବସ୍ଥାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି।ଦୀର୍ଘ ୧୫ ବର୍ଷ ଧରି ବିଭାଗରେ ବ୍ୟବସ୍ଥା ଓ କାର୍ଯ୍ୟଶୈଳୀ ରେ ଉନ୍ନତି ଆଣିବା ପାଇଁ ସଂଘ ଦାବି କରୁଥିଲେ ମଧ୍ୟ ଉଚ୍ଚ ଅଧିକାରୀ ଙ୍କ ଅବହେଳା ଯୋଗୁଁ ବିଭାଗୀୟ କାର୍ଯ୍ୟ ଓ ସୁରକ୍ଷା ତ୍ରୁଟି ପାଇଁ କ୍ଷେତ୍ର କର୍ମଚାରୀ ମାନେ ମୃତ୍ୟୁ ମୁଖରେ ପଡ଼ୁଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଏଣୁ ସରକାର ଙ୍କ ନିକଟରେ ୩ ଗୋଟି ମୁଖ୍ୟ ଦାବୀ ଉପସ୍ଥାପନ ସହ ଏକ ଦୁର୍ବାର ଆନ୍ଦୋଳନ କରିବା ପାଇଁ ସଂଘ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରିଛି।
ଦାବି ଗୁଡ଼ିକ ହେଲା ୧. ଗତ ତା ୨୪.୫.୨୫ ରେ ଢେଙ୍କାନାଳ ଡିଭିଜନ ହିନ୍ଦୋଳ ରେଞ୍ଜ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନ ଙ୍କୁ ହୋଇଥିବା ନିର୍ମମ ହତ୍ୟା ର ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଫାଷ୍ଟ୍ ଟ୍ରାକ କୋର୍ଟ ରେ କେସ କୁ ବିଚାର କରାଇ ମୃତକ ଙ୍କ ପରିବାର କୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ସହାୟତା ଯୋଗାଇ ଦେବାକୁ ସରକାର ଙ୍କ ନିକଟରେ ଦାବୀ ଜଣାଇଛନ୍ତି।
୨. ବନ ବିଭାଗ ର ବିଭିନ୍ନ ସମସ୍ୟା ତଥା ଅବ୍ୟବସ୍ଥା ନିମନ୍ତେ ଏକ ଫରେଷ୍ଟ କମିଶନ ଗଠନ, କେଡ଼ର୍ ପରୀମାର୍ଜନ,ତାଲିମ ଓ ନିଯୁକ୍ତି ପ୍ରକ୍ରିୟା,କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ସହ ସମସ୍ତ ଉଇଂ କୁ ଇଣ୍ଟିଗ୍ରେଟ କରି ଜିଲ୍ଲା ବା ସର୍କଲ ସ୍ତରରେ ଗୋଟିଏ ଛତା ତଳେ କିପରି ପରିଚାଳନା କରାଯିବ, ଭୌଗଳିକ ଅଞ୍ଚଳ ଓ ଜଙ୍ଗଲ ର ଘନତା ଅନୁସାରେ ରେଞ୍ଜ/ସେକ୍ସନ/ ବିଟର ପୁନର୍ଗଠନ କିପରି କରାଯିବ,ବନ୍ୟପ୍ରାଣୀ ଓ ଟେରିଟୋରିଆଲ ଡିଭିଜନ ମାନଙ୍କରେ ସ୍ପେଶଲ୍ ଷ୍ଟ୍ରାଇକିଂ ଫୋର୍ସ(RRT) ଏବଂ ରାପିଡ୍ ରେସ୍ପଣ୍ଡ ଟିମ୍(SSF) ପାଇଁ ସ୍ବତନ୍ତ୍ର କର୍ମଚାରୀ ନିୟୋଜନ ସହ ନୂତନ କେଡ଼ର୍ ପୋଷ୍ଟ ସୃଷ୍ଟି କରାଯିବା ସମ୍ବନ୍ଧେ କମିଶନ ୨ ମାସ ମଧ୍ୟରେ କିପରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ,ଏହାର ନିଷ୍ପତ୍ତିନାମା ଜାରି କରିବାକୁ ଦାବି କରିଛନ୍ତି।
୩. ବନକ୍ଷେତ୍ର ଅଧିକାରୀ ମାନଙ୍କୁ ପୋଲିସ ବିଭାଗ ଭଳି Salary Allotment Insurance Package ଯେକୌଣସି ଜାତୀୟ ବ୍ୟାଙ୍କ୍ ଜରିଆରେ ପ୍ରଦାନ କରିବା ପାଇଁ ସରକାର ଙ୍କ ନିକଟରେ ଦାବୀ କରିଛନ୍ତି।
ଉପରୋକ୍ତ ୩ ଦଫା ଦାବି ଉପରେ ସରକାର ତା ୮.୬.୨୫ ରିଖ ସୁଦ୍ଧା ଯଦି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବେ ତେବେ ସାମୁହିକ ଆନ୍ଦୋଳନ କରିବେ ବୋଲି ସଂଘ ପ୍ରସ୍ତାବ ଗୃହୀତ ସହ ଚରମ ଚେତାବନୀ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31