ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି
ଭୁବନେଶ୍ୱର, ୧୦/୧ : ତ୍ରିଦିବସୀୟ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦଯାପିତ ହୋଇଯାଇଛି । ମାତ୍ର ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲାଯାଇଥିବା ବିଭିନ୍ନ ଗ୍ୟାଲେରୀ ଏବେ ସାଧାରଣ ଜନତା ପାଇଁ ଖୋଲା ରହିବ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ବହୁ ଉଚ୍ଚକୋଟୀର ଗ୍ୟାଲେରୀ ନିର୍ମାଣ କରାଯାଇଛି । ଏଠାରେ ଓଡ଼ିଶାର ସଂସ୍କୃତି ଉପରେ ଆଧାରିକ ଗ୍ୟାଲେରି ଖୋଲା ଯାଇଥିବାରୁ ସାଧାରଣ ଦର୍ଶକ ବୁଲି ଆସିପାରିବେ ।
ଦର୍ଶକମାନେ ବିଭିନ୍ନ ଗ୍ୟାଲେରିର ଷ୍ଟଲ ବୁଲି ଦେଖି ପାରିବେ । ଆଜି ସନ୍ଧ୍ୟାରୁ ୧୨ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ତେବେ ଏଥିରେ ଦର୍ଶକମାନେ ନିଶ୍ଳୁକରେ ପ୍ରବେଶ କରି ପାରିବେ ।
ଆଜିର ଉଦଯାପନୀ ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଯୋଗ ଦେଇଥିଲେ । ରାଷ୍ଟ୍ରପତି ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଘୋଷମା କରିଥିଲେ । ଏହି ସମ୍ମେଳନରେ ୬୦ଟି ଦେଶରୁ ପ୍ରାୟ ୭୦୦୦ ପ୍ରବାସୀ ଯୋଗ ଦେଇଥିଲେ ।
ସମସ୍ତେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଖାଦ୍ୟ ଏବଂ ବସ୍ତ୍ରକୁ ବେଶ ପ୍ରଶଂସା କରିଛନ୍ତି । ଏହା ଦ୍ୱାର ସରକାରଙ୍କର ଦ୍ୱାରା ନିର୍ଦ୍ଧାରିତ ବସ ଯୋଗେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଛନ୍ତି ।