Indus Valley Times

ଶକ୍ତି ବିଭାଗର ୫-ଟି ସମ୍ପର୍କିତ ସମୀକ୍ଷା ବୈଠକ

 Breaking News

ଶକ୍ତି ବିଭାଗର ୫-ଟି ସମ୍ପର୍କିତ ସମୀକ୍ଷା ବୈଠକ

December 18
10:02 2019

ଭୁବନେଶ୍ୱର, ୧୮ ।୧୨: ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଙ୍ଗଳବାର ଦିନ ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ୫-ଟି ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକ କରିଛନ୍ତି ।
ଶକ୍ତି ବିଭାଗରେ ୫-ଟି କିଭଳି କାର୍ଯ୍ୟ କରୁଛି ତାହା ପରଖିବା ଅବସରରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ଜଣାଇଥିଲେ ଯେ ରାଜ୍ୟବାସୀ ଯେପରି ବିଦ୍ୟୁତ ସେବା ପାଇବାରେ ବଂଚିତ ହେବେ ନାହିଁ ସେହି ଦିଗରେ ବିଦ୍ୟୁତ ବିଭାଗ ସଦାସର୍ବଦା ଯତ୍ନବାନ ହେବା ଆବଶ୍ୟକ । ଉପଭୋକ୍ତାଗଣ କିଭଳି ଅତି ସହଜରେ, ସ୍ୱଳ୍ପ ସମୟରେ ନିଜ ଗୃହକୁ ବିଦ୍ୟୁତ ସଂଯୋଗ ପାଇବେ, ତା’ର ସରଳ ପ୍ରକ୍ରିୟାକରଣ ଏବଂ ବିଦ୍ୟୁତ ଦେୟ ସଂଗ୍ରହ ଦିଗରେ ମଧ୍ୟ ପ୍ରଦାନ କରାଯାଉଥିବା ସେବା ସମ୍ପର୍କିତ ତଥ୍ୟଗୁଡ଼ିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଓଡ଼ିଶା ବିଜୁ ସଂଯୋଗ ଅନଲାଇନ ରେଜିଷ୍ଟ୍ରେସନ କରି ଉପଭୋକ୍ତାମାନେ ୪୮ ଘଂଟାରେ ନୂତନ ବିଦ୍ୟୁତ ସଂଯୋଗ ପାଇପାରିବେ ଏବଂ ସେଗୁଡ଼ିକର ତଥ୍ୟ ୱେବ ଓ ନିଜର ଅତ୍ୟାଧୁନିକ ମୋବାଇଲରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ । ରାଜ୍ୟର ସବୁ ଅଂଚଳର ଉପଭୋକ୍ତାଗଣ ଅନଲାଇନ ଦ୍ୱାରା ନିଜର ମାସିକ ବିଦ୍ୟୁତ ଦେୟ ପ୍ରଦାନ କରିପାରିବେ । ସମ୍ପ୍ରତି ପ୍ରି ପେଡ୍ ୱାଲେଟ୍ ପ୍ରକ୍ରିୟାକରଣ କାର୍ଯ୍ୟ ଚାଲିଛି ।
ଏହାଦ୍ୱାରା ଉପଭୋକ୍ତାମାନଙ୍କ ଗୃହକୁ ଯାଇ ବିଦ୍ୟୁତ ଦେୟ ସଂଗ୍ରହ ହେବ । ଉକ୍ତ ସମୟରେ ଅନ୍ଲାଇନ ଅର୍ଥ ପଇଠ କଲେ ଅତିରିକ୍ତ ୨ ପ୍ରତିଶତ ଉପଭୋକ୍ତାଗଣ ପାଇପାରିବେ । ଉପଭୋକ୍ତାଗଣ ନିକଟସ୍ଥ ପୋଷ୍ଟ ଅଫିସ୍କୁ ଯାଇ ଅର୍ଥ ପୈଠ କରିପାରିବେ ଏବଂ ନିଜର କାର୍ଡ଼ ଜରିଆରେ ମଧ୍ୟ ବିଦ୍ୟୁତ୍ ଦେୟ ପଇଠ କରିପାରିବେ ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଗୋଟିଏ ପ୍ରକାର ପାରିଶ୍ରମିକ ପ୍ରଦାନା କରାଯାଇ ବିଦ୍ୟୁତ ଦେୟ ସଂଗ୍ରହ କରାଯିବାର କାର୍ଯ୍ୟକାରୀତା ନେଇ ବୈଠକରେ ଆଲୋଚନା ହୋଇଥିଲା । ଫୋନ୍ ଦ୍ୱାରା ୨୪ ଘଂଟିଆ ଗ୍ରାହକମାନଙ୍କ ଅଭିଯୋଗ ଗ୍ରହଣ କରିବା ଏବଂ ସେଗୁଡ଼ିକର ସମାଧାନ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ସେ ସମ୍ପର୍କରେ ତଥ୍ୟ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ଜାଣିବାକୁ ପାଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିଦ୍ୟୁତ୍ସେବା ଯୋଗାଇଦେବା ନିମିତ ଅତ୍ୟାଧିକ ଅର୍ଦ୍ଧକୁଶଳୀ ବିଦ୍ୟୁତ କାର୍ଯ୍ୟଦଳ ଆବଶ୍ୟକ ରହୁଛି ।
ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ କାର୍ଯ୍ୟଦଳଙ୍କୁ ପ୍ରଶିକ୍ଷଣ ସକାଶେ କରାଯାଉଥିବା ବିଧିବଦ୍ଧ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ପଚାରି ବୁଝିଥିଲେ ।
୨୫ ହଜାର ଟଙ୍କାରୁ ଉଦ୍ଧ୍ୱର୍ ବାକିଆ ପଡ଼ିଥିବା ଉପଭୋକ୍ତାମାନଙ୍କୁ ବକେୟା ଜମା କରିବା ନିମିତ ପତ୍ର ଦିଆଯାଉ, ତା’ପରେ ମଧ୍ୟ ଯଦି ସେମାନେ ବକେୟା ପୈଠ କରନ୍ତି ନାହିଁ ତେବେ ସେମାନଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ କ୍ୟାପଟେନ ମିଶ୍ର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବିଭାଗୀୟ କମିଶନର ତଥା ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରୁଣ ବୋଥ୍ରା ବିଦ୍ୟୁତ ବିଭାଗୀୟ ସମସ୍ତ ଉଚ୍ଚ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031