Indus Valley Times

ବିକଶିତ ଭାରତ ସଂକଳ୍ପ : ସାଇକେଲରେ ୪ ଧାମ ଯାତ୍ରା

 Breaking News

ବିକଶିତ ଭାରତ ସଂକଳ୍ପ : ସାଇକେଲରେ ୪ ଧାମ ଯାତ୍ରା

ବିକଶିତ ଭାରତ ସଂକଳ୍ପ : ସାଇକେଲରେ ୪ ଧାମ ଯାତ୍ରା
November 26
22:03 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୬/୧୧: ହରିୟାଣା ପାନିପଥ ର ଦିପକ ଶର୍ମା ଓ ଅପରେସନ ସିନ୍ଦୂର ଏବଂ ବିକଶିତ ଭାରତର ୯ ସଂକଳ୍ପ ନେଇ ସେ ପାନିପଥରୁ ସାଇକଲରେ ୪ ଧାମ ଯାତ୍ରା କରୁଛନ୍ତି ।
ବର୍ତ୍ତମାନ ସୁଦ୍ଧା ସେ ୭୫ଶହ କିମି ଯାତ୍ରା କରି ସାରିଥିବା ବେଳେ ସେ ଦିନକୁ ୭୦ରୁ ଶହେ କିମି ଯାତ୍ରା କରୁଛନ୍ତି । ଦିଲ୍ଲୀ ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣାଟକ, ତାମିଲନାଡ଼ୁ, କେରଳ, ଆନ୍ଧ୍ରପଦେଶ, ତେଲେଙ୍ଗନା, ପ୍ରଭୁତି ରାଜ୍ୟ ପରିଭ୍ରମଣ କରି ଓଡ଼ିଶାରେ ପ୍ରବେଶ କରିଛନ୍ତି।
ବର୍ତମାନ ସୁଦ୍ଧା ୧୫୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟ ୮୦ ମହାବିଦ୍ୟାଳୟ ଏବଂ ୩୦ ବିଶ୍ଵବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ଭାବ ବିନିମୟ କରିଛନ୍ତି । ପିଲାଙ୍କ ମଧରେ ରାଷ୍ଟ୍ରପ୍ରେମ ଭାରତୀୟତା ଭାବ ଜାଗରଣ କରୁଛନ୍ତି ।
ଯାତ୍ରା ନ ସରିବା ପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ ବୋଲି ସଂକଳ୍ପ କରିଛନ୍ତି । ଗତ ମଇ ୨୫ତାରିଖରେ ପାନିପଥ ଠାରୁ ବାହାରିଥିଲେ । ଆସନ୍ତା ୨୦୨୬ ମଇ ମାସରେ ତାଙ୍ଗର ଏହି ଯାତ୍ରା ସମାପନ ହେବ ଓ ବୁଧବାର ସେ ଖୋର୍ଦ୍ଧାରେ ପହଂଚିଛନ୍ତି ।
ସରସତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଗିରିଜା ପ୍ରସାଦ ମହାପାତ୍ର, ସହ ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ସାଇଁ, ପରିଚାଳନା ସମିତି ସମ୍ପାଦକ ଅଜିତ ପଟ୍ଟନାୟକ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବଦ୍ଧନା ଦେଇଥଲେ । ପରେ ସିଗମା ପବ୍ଲିକ ସ୍କୁଲରେ ପହଂଚିଥିଲେ ।
ସେଠାରେ ସ୍କୁଲ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ, ନିର୍ଦେଶକ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍କୁଲ ପକ୍ଷରୁ ତାଙ୍କୁ ପ୍ରଶସ୍ତି ପତ୍ର, ମାନପ‌ତ୍ର ଦେଇ ସମ୍ବର୍ଦ୍ଦନା ଦିଆଯାଇଛି ।
ଦିପକ ଛାତ୍ରୀଛାତ୍ରଙ୍କ ସହ ଭାବ ବିନିମୟ କରିଥିଲେ । ପିଲାଙ୍କୁ ରାଷ୍ଟ୍ରଭକ୍ତ, ଦେଶପ୍ରୀତି ଭାବନା ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ଦିପକ କୁହନ୍ତି କାଶ୍ମୀର ପହଲଗ୍ରାମ ଆତଙ୍କବାଦୀଙ୍କ ଆକ୍ରମଣରେ ୨୧ଜଣ ଭାରତୀୟଙ୍କ ମୃତ୍ୟୁ ତାଙ୍କୁ ଗଭୀର ଭାବେ ଆଘାତ ଲାଗିଥିଲା।
ଏହାର ପ୍ରତିଦାନ ସରୂପ ଭାରତ ସରକାରଙ୍କ ଅପରେସନ ସିନ୍ଦୂର ଏକ ବଳିଷ୍ଠ ପଦକ୍ଷେପ ରହିଥିଲା । ଏହି ଅଭିଯାନ କେବଳ ପାକିସ୍ଥାନ ଉପରେ ପ୍ରତିଶୋଧ ପରାୟଣ ନଥିଲା ବରଂ ଭାରତର ସ୍ବାଭିମାନର ପ୍ରଶ୍ନ ରହିଥିଲା।
ଏହି ଅଭିଯାନ ସମ୍ପର୍କରେ ଭାରତ ବର୍ଷରେ ବ୍ୟାପକ ଜନ ଜାଗରଣ, ବିକଶିତ ଭାରତ ଅନ୍ତର୍ଗତ ଆତ୍ମ ନିର୍ଭର ଭାରତ, ଜଳ ଓ ପର୍ଯ୍ୟାବରଣ ସଂରକ୍ଷଣ, ଗୋଟିଏ ଚାରା ପ୍ରକୃତି ପାଇଁ, ସଚ୍ଛ ଭାରତ, ସ୍ବଦେଶୀ, ଦେଶ ଦର୍ଶନ, ପାରମ୍ପରିକ ଜୈବିକ କୃଷିର ବହୁଳ ପ୍ରଚାର ପ୍ରସାର, ସୁସ୍ଥ ଜୀବନ ଯାପନ, ରୋଯୋଗାର ପ୍ରଚାର ଲକ୍ଷ୍ୟ ନେଇ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି ।
୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାକୁ ହେଲେ ଭାରତବର୍ଷ ସମସ୍ତ ଜନସାଧାରଣ ଏ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031