Legatus

ବିଜେଡି ଛାଡିଲେ ଅସିତ ପଟ୍ଟନାୟକ

 Breaking News

ବିଜେଡି ଛାଡିଲେ ଅସିତ ପଟ୍ଟନାୟକ

ବିଜେଡି ଛାଡିଲେ ଅସିତ ପଟ୍ଟନାୟକ
April 04
12:13 2024

ଭଦ୍ରକ, ୪/୪ : ଶେଷରେ ସବୁ କଳ୍ପନାକଳ୍ପନାର ଅନ୍ତ ଘଟାଇ ବୁଧବାର ରାତିରେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ( ବୁଲୁ ) ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଏହି ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେଉଁଠି ସମ୍ମାନ ନାହିଁ ସେ ଦଳରେ ରହିବି କାହିଁକି।
ଅସିତଙ୍କର ଏହି ଇସ୍ତଫା ପରେ ଭଦ୍ରକ ରାଜନୀତିରେ କମ୍ପନ ସୃଷ୍ଠି ହୋଇଛି। ଅସିତଙ୍କୁ ୨୦୧୯ ମସିହାରେ ବିଜେଡ଼ି ଦଳ ଟିକେଟରୁ ବଞ୍ଚିତ କରିଥିଲା। ତାଙ୍କୁ ନିର୍ବାଚନରେ ଦଳ ରାଜ୍ୟ ମତ୍ସ୍ୟ ନିଗମରେ ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିଥିଲା। ୨୦୨୪ ରେ ଅସିତଙ୍କୁ ଦଳ ଟିକଟ ନା ଦେଇ ଏଠାରୁ ଭଣ୍ଡାରିପୋଖରୀର ବିଧାୟକ ଥିବା ପ୍ରଫୁଲ୍ଲ ସାମଲଙ୍କୁ ପ୍ରାର୍ଥୀ କରିଛି। ଅସିତଙ୍କୁ ଦଳ ଦୁଇ ଦୁଇ ଟି ନିର୍ବାଚନରେ ଟିକଟ ନ ଦେବା ଘଟଣା ପରେ ଅସିତ ବିଜେଡ଼ି ଦଳରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଆସିତ ପଟ୍ଟନାୟକ ଓ ତାଙ୍କର ବହୁ ସମର୍ଥକ କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି।
ଅସିତଙ୍କ ସମର୍ଥନରେ ଭଦ୍ରକ ପୌର ପଳିକାର ଅଧ୍ୟକ୍ଷା ଗୁଲ୍ମୁ ମୁକ୍କି ହାବିବ , ଯୁବ ନେତା ଜାହିଦ୍ ହବିବଙ୍କ ସମେତ ଭଦ୍ରକର ଅନେକ କାଉନସିଲର ରହିଛନ୍ତି। ଭଦ୍ରକ ରାଜନୀତିରେ ଯୁଗଳ କିଶୋର ପଟ୍ଟନାୟକଙ୍କର ଏକ ସ୍ବତନ୍ତ୍ର ଲୋକ ସମ୍ପର୍କ ଓ ପରିଚିତ ରହିଛି। ଯାହାକୁ ପାଥେୟ କରି ତାଙ୍କ ପୁତ୍ର ଅସିତ ପୁଣି ଭଦ୍ରକ ରାଜନୀତିର ମଇଦାନକୁ ଆସିବେ ବୋଲି ଚର୍ଚ୍ଚା ହେଉଛି।
ଗୁରୁବାର ବୁଲୁ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବୁଲୁ କାଳେ ଭଦ୍ରକ ବିଧାନ ସଭା ପାଇଁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ନେଇ ଭଦ୍ରକରେ ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31