Indus Valley Times

ବିଦ୍ୟୁତ୍ ସଂଙ୍କଟ: ପାୱାର କଟ୍ ପାଇଁ ଅସ୍ତବ୍ୟସ୍ତ ରାଜ୍ୟବାସୀ

 Breaking News

ବିଦ୍ୟୁତ୍ ସଂଙ୍କଟ: ପାୱାର କଟ୍ ପାଇଁ ଅସ୍ତବ୍ୟସ୍ତ ରାଜ୍ୟବାସୀ

April 22
13:20 2022

ଭୁବନେଶ୍ୱର,୨୨/୪: ରାଜ୍ୟରେ ଆରମ୍ଭ ହୋଇଗଲାଣି ବିଜୁଳି କାଟ୍ । ଡହଡହ ଖରା ସମୟରେ ବିଜୁଳି କାଟ୍ ଲୋକଙ୍କୁ ବ୍ୟତିବ୍ୟସ୍ତ କଲାଣି । ରାଜ୍ୟରେ ଯେତେବେଳେ ଗ୍ରୀଷ୍କ ପ୍ରବାହ କାରଣରୁ ଲୋକେ ଆଉଟୁପାଉଟୁ ହେଉଛନ୍ତି, ସେତେବେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ କାଟରେ ଚାଲିଛି । ରାତିର ଅବସ୍ତା ଆହୁରି ଖରାପ ।
ଗୋଟେ ପଟେ ବିଦ୍ୟୁତ ନିୟାମକ ଆୟୋଗ ଓ ବିଦ୍ୟୁତ୍ ଆବଣ୍ଟନ କମ୍ପାନୀ ଦାବି କରୁଛନ୍ତି, ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରରେ ବଳକାର ରାଜ୍ୟ । କିନ୍ତୁ ଅନ୍ୟପଟେ ବିଦ୍ୟୁତର ଯୋଗାଣ ଅଭାବ ହେଉଛି ବୋଲି ଓପିସିଓଡିଏଲ୍ ସିଇଓ ଏମ୍ ସନ୍‌ବାଗମ୍ କହିଛନ୍ତି । ଏଣୁ ସେମାନେ ପାୱାର କର୍ଟ କରୁଛନ୍ତି ।
ଖରାଦିନ କାରଣରୁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଥିବାବେଳେ ଜଳ ଅଭାବରୁ ୩୦୦ ମେଗାଵାଟ୍ କମ୍ ବିଦ୍ୟୁତ ଉତ୍ପାଦନ ହେଉଛି। ସେଥିପାଇଁ ରାଜ୍ୟର କେତେକ ଅଞ୍ଚଳରେ ଦିନକୁ ଅସ୍ଥାୟୀ ଭାବେ ଅଧଘଣ୍ଟାରୁ ୪୫ ମିନିଟ୍ ପର‌୍ୟ୍ୟନ୍ତ ପାୱାର କଟ୍ ଆରମ୍ଭ ହେଉଛି ବୋଲି ସେନ୍ବାଗମ୍ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହା ଅସ୍ଥାୟୀ ଭାବେ ହେଉଛି। ସମସ୍ୟା ସମାଧାନ କରିବାକୁ ଉଦ୍ୟମ ଚାଲିଛି। ଆଗକୁ ବିଦ୍ୟୁତ କାଟ୍ କରାଯିବ ନାହିଁ ବୋଲି ସେ ଆଶ୍ବାସନା ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଆଉ କେତେ ଖରା ହେଲେ ଟିପିସିଓଡିଏଲ୍ ପାୱାର କଟ୍ କରିବ ନାହିଁ ବୋଲି ନିଜକୁ ପ୍ରସ୍ତୁତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031