ବିଧାୟକ ,ସାଂସଦଙ୍କ ଅଭିଯୋଗ ଶୁଣାଣି
July 19
17:00
2025
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୯।୭: ଖୋର୍ଦ୍ଧା ଶ୍ରୀରାମ ନଗର ସ୍ଥିତ ବିଧାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଧାୟକ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା ନିର୍ବାଚନୀ ମଣ୍ଡଳି ଅନ୍ତର୍ଗତ ଖୋର୍ଦ୍ଧା, ଟାଙ୍ଗୀ ବ୍ଲକ ଏବଂ ଖୋର୍ଦ୍ଧା ପୌରାଞ୍ଚଳରୁ ଦୁଇ ଶହ ଅଭିଯୋଗ ଶୁଣାଣୀ କରିଥିଲେ। ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ସାଢେ ଗୋଟିଏ ପର୍ୟ୍ୟନ୍ତ ଅଭିଯୋଗ ଶୁଣାଣୀ ଚାଲିଥିଲା।
ସେଥିରୁ ୫୦ଟି ସମୂହ ଓ ୧୫୦ ବ୍ୟକ୍ତିଗତ ସମସ୍ୟା ରହିଥିଲା। ସାସଂଦ ଓ ବିଧାୟକ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡା, ବିଡିଓ କ୍ଷିରାବ୍ଧି ତନୟା ସାହୁ, ତହସିଲଦାର ବିଭାସ ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀ ରିଜୱାନା କଅକବ ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।






