Indus Valley Times

ବିସ୍ମୟ ପ୍ରତିଭା କନ୍ଧମାଳ ଗୌରବ ପଦ୍ମଶ୍ରୀ ଟାଡି ସରୁ ବାଈ

 Breaking News

ବିସ୍ମୟ ପ୍ରତିଭା କନ୍ଧମାଳ ଗୌରବ ପଦ୍ମଶ୍ରୀ ଟାଡି ସରୁ ବାଈ

ବିସ୍ମୟ ପ୍ରତିଭା କନ୍ଧମାଳ ଗୌରବ ପଦ୍ମଶ୍ରୀ ଟାଡି ସରୁ ବାଈ
November 24
11:08 2025

ବରଦା ଦାସଙ୍କ ରିପୋର୍ଟ
କଟକ, ୨୪/୧୧: ୧୯୬୯ ମସିହାରେ ଟିକାବାଲି ପାହାଡ଼ ଉପରେ ଧ୍ୟାନସ୍ଥ ହୋଇ ଜ୍ଞାନ ପ୍ରାପ୍ତ ହେବାପରେ କନ୍ଧମାଳ ଜିଲ୍ଲାର ଖଜୁରୀପଡା ନିବାସୀ ପଦ୍ମଶ୍ରୀ ଡ଼ ପୂର୍ଣ୍ଣମାସୀ ଯାନୀ ଯିଏ କି ଟାଡି ସରୁ ବାଈ ଭାବେ ଜଣାଶୁଣା ବହୁ ଭକ୍ତି ମୂଳକ କବିତା ଗୀତ ବିଭିନ୍ନ ଭାଷାରେ ରଚନା କରି ବିସ୍ମୟ ପ୍ରତିଭା ର ଅଧିକାରିଣୀ ହୋଇପାରିଛନ୍ତି।
ଥିଙ୍କର୍ଷ କ୍ଲବ ର ୧୩୮ ତମ ଆଭାସୀ ଆଲୋଚନା ରେ ଡାକ୍ତର ବନୋଜ କୁମାର ରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଟାଡି ସରୁ ମିଶନ ଓ ତାଙ୍କ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ।
ଥୀଙ୍କର୍ଷ କ୍ଲବ ସଭାପତି ବରଦା ଦାସ ସଭା ସଂଯୋଜନା କରି ଏପରି ପ୍ରତିଭା ମାନଙ୍କୁ ଲୋକଲୋଚନ କୁ ଆଣିବା ପାଇଁ ପ୍ରୟାସ କରିଥିଲେ.। ରେଡ଼ିଓ, ଟିଭି, ଆଦି ମିଡ଼ିଆ ରେ ତାଙ୍କ ଭକ୍ତିମୂଳକ ଗୀତ ଗୁଡିକର ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ଆସିଥିଲା। ବିକାଶ ରଥ, ନିମାଇଁ ସ୍ୱାଇଁ, ବସନ୍ତ ସାହୁ, ନିତାଇ ନନ୍ଦ,ଉମାଶଙ୍କର ମିଶ୍ର, ନିରଞ୍ଜନ ଆଦି ଅଂଶଗ୍ରହଣ କରିଥିଲେ। ଶେଷରେ ଆମେରିକା ନର୍ଥ କରଲିନାରୁ ଶ୍ରୀମତୀ ମାମିନା ଦାସ ଆଗ୍ରହୀ ବ୍ୟକ୍ତି ୟୁ ଟ୍ୟୁବ ଦେଖିବାକୁ କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031