Indus Valley Times

ବୌଦ୍ଧ : ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

 Breaking News

ବୌଦ୍ଧ : ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

October 24
19:46 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୧୦ : ସ୍ଥାନୀୟ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇ ଯାଇଛି ।
ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଜିଲ୍ଲାପାଳ ବୌଦ୍ଧ ସୁବ୍ରତ କୁମାର ପଣ୍ଡା,ପୁଅ ଝିଅ ସମସ୍ତ ଶିଶୁ ସମାନ, ସମସ୍ତେ ଭଲ ପାଠ ପଢିବା, ସ୍ୱାବଲମ୍ବୀ ହେଵା, ଅନୁଶାସନ ପାଳନ କରି ସମୟାନୁ ବର୍ତ୍ତିତା ସହିତ ପରମ୍ପରାକୁ ବଜାୟ ତଖିବା, ହାତଧୋଇ ଖାଇବା, ମଶାରୀ ଟାଣି ଶୋଇବା ଓ ନିଜ ନିଜର ସ୍ବପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନୀତ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବୌଦ୍ଧ ଅନିରୁଦ୍ଧ ପ୍ରଧାନ, ବାଲ୍ୟବିବାହ ନିରାକରଣ ଜିଲ୍ଲା ସଂଯୋଜିକା ପ୍ରବିଜ୍ଞା ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ ପ୍ରମୁଖ ବାଳିକା ମାନଙ୍କ ବିକାଶ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଉଦଘାଟନ କରିଥିଲେ ।
ଉଦଘାଟନ ପର୍ଯ୍ୟାୟରେ ଅତିଥି ଭାବରେ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାମଲ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା ଉପସ୍ଥିତ ଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟ ଠାରୁ ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୁଜୁର, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଅତିଥି ଭାବେ ଉକ୍ତ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ ।
ଉକ୍ତ ବାଳିକା ଦିବସ ଅବସରରେ ଜୁନିଅର ଓ ସିନିଅର ଦୁଇଟି ବିଭାଗରେ ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ସ୍ଲୋଗାନ ଲିଖନ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ।
ଜିଲ୍ଲାର ୧୨୦ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।
ଦଳଗତ ନୃତ୍ୟରେ ଜନତା ହାଇସ୍କୁଲ ବିଳାସପୁର ଛାତ୍ରୀ ମାନେ ପ୍ରଥମ, ବାଲାସିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ ଓ ପୁରୁଣା କଟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦ ପାଇଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା ଓ ଯୁଗ୍ମ ସ୍ବର୍ଣ୍ଣ ପଦକ ପାଇଥିବା ପ୍ରାଚୀ ପ୍ରଭା ମେହେର ଙ୍କୁ ସମ୍ମାନୀତ କରାଯାଇଥିଲା ।
ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ ଧନ୍ୟବାଦ ଦେଇଥିଲେ । ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା,ଶିକ୍ଷକ ରାଜକୁମାର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର କରଡ଼ିଆ, ଗୋପାଳ ଅମାତ, ହୃଦାନନ୍ଦ ପ୍ରଧାନ, ସୁଶାନ୍ତ କୁମାର ମହାପାତ୍ର, ନିରଞ୍ଜନ ମେହେର,ରେଣୁବାଳା ବେହେରା, ସ୍ମିତି ମଧୁସ୍ମିତା ସାହୁ, ଗୀତାଞ୍ଜଳି ଅଚାରୀ ପ୍ରମୁଖ ବିଭିନ୍ନ ବିଭାଗର ପ୍ରତିଯୋଗିତା ଗୁଡିକ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930