Indus Valley Times

ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ଉଦଯାପିତ

 Breaking News

ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ଉଦଯାପିତ

ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ଉଦଯାପିତ
October 15
22:19 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୧୦ : ବୌଦ୍ଧ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଳାଶ୍ରମ, ବୀରନରସିଂପୁର ଠାରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ- ୨୦୨୬” ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ହୋଇଯାଇଛି ।
ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁମାନେ ଅନୁଶାସନ ଓ ପରମ୍ପରାକୁ ଅନୁସରଣ କରିବା ସହ ସମୟାନୁବର୍ତ୍ତି ହେବା ପାଇଁ ପରାମର୍ଶ ଦେଇଥିଲେ।
ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି କିଛି ଛାତ୍ରଛାତ୍ରୀ କିଭଳି ସଫଳତାର ସ୍ୱାଦ ପାଇଛନ୍ତି ତାହାର ଉଦାହରଣ ମଧ୍ୟ ରଖିଥିଲେ। ପାଠ ପଢ଼ିବା ପାଇଁ ଅର୍ଥ ବାଧକ ନୁହେଁ, ଏଭଳି ଶିଶୁମାନଙ୍କ ପାଇଁ ସରକାର ସବୁବେଳେ ତତ୍ପର ବୋଲି କହିଥିଲେ।
ସରକାର ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ, ବିକାଶ ତଥା ଚିହ୍ନଟ କରି ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନିତ କରିବାପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ଏବଂ ସେମାନଙ୍କର ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଛନ୍ତି ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସାଗରିକା ଦତ୍ତ, ଟିପିଏସଓଡ଼ିଏଲ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ନରେଶ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ , ସଦସ୍ୟ ସୀତାକାନ୍ତ ସାହୁ ଯୋଗଦେଇ ଶିଶୁମାନଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ କୌଣସି ଅସୁବିଧା ହେଲେ ଜିଲ୍ଲା ପ୍ରଶାସନର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସେକ୍ରେଟାରୀ ରାମକୃଷ୍ଣ ବାଳାଶ୍ରମ ନବୀନ ଚନ୍ଦ୍ର ବଘାର ତାଙ୍କର ମତବ୍ୟକ୍ତ କରିଥିଲେ।
କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିବାବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସୌଜନ୍ୟମୂଳକ ଉପହାର ଓ ମାନପତ୍ର ଦିଆଯାଇଥିଲା।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଶିଶୁମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ବକ୍ତୃତା, ଡ୍ରଇଂ ଓ ଅନ୍ୟାନ୍ୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଶୁଯତ୍ନ ଅନୁଷ୍ଠାନର ପ୍ରତ୍ୟେକ ବିଭାଗରେ କନିଷ୍ଠ ଓ ବରିଷ୍ଠ ବିଭାଗରୁ ଏହି ପ୍ରତିଯୋଗିତାରେ ମୋଟ ୪୩ ଶିଶୁ ଅଂଶଗ୍ରହଣ କରିଥିଲେ।
ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୧ଜଣ ପ୍ରତିଯୋଗୀ ଆସନ୍ତା ମାସରେ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଚାଇଲ୍ଡ ହେଲ୍ପ ଲାଇନ, ଏବଂ ଶିଶୁଯତ୍ନ ଅନୁଷ୍ଠାନର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031