Indus Valley Times

ପ୍ରଥମ ରାଜ୍ୟ ସ୍ତରୀୟ ବିଚ୍ ପେନକାକ ସିଲାଟ ପ୍ରତିଯୋଗିତା ଅନୁଷ୍ଠିତ

 Breaking News

ପ୍ରଥମ ରାଜ୍ୟ ସ୍ତରୀୟ ବିଚ୍ ପେନକାକ ସିଲାଟ ପ୍ରତିଯୋଗିତା ଅନୁଷ୍ଠିତ

December 31
10:34 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୩୧/୧୨ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ରେ ପ୍ରଥମ ରାଜ୍ୟ ସ୍ତରୀୟ ବିଚ୍ ପେନକାକ ସିଲାଟ ପ୍ରତିଯୋଗିତା ୨୭ ଏବଂ ୨୮ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କିଶୋର ତରାଇ,ଖୋର୍ଦ୍ଧା ଏସୋସିଆସନ୍ ର ଚିଫ୍ ପେଟ୍ରନ୍ ସାରଦା ପ୍ରସନ୍ନ ଦାସ,ଓଡ଼ିଶା ଏସୋସିଏସନ୍ ର ସଭାପତି ତାପସ ରାୟ ଚୌଧୁରୀ, ସମ୍ପାଦକ ଗୁରୁ ପ୍ରେମ ସିଂ ଥାପା ଓ ଉପସଭାପତି ମନୋରଞ୍ଜନ ଭଞ୍ଜ ପ୍ରମୁଖ ଯୋଗଦାନ କରିଥିଲେ।
ଏହି ପ୍ରତିଯୋଗିତା ରେ ରାଜ୍ୟର ୨୧ ଗୋଟି ଜିଲ୍ଲାର ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ବଲାଙ୍ଗିର ପେନକାକ୍ ଶିଲାଟ ଏସୋସିଏସନ୍ ର ସାଧାରଣ ସମ୍ପାଦକ ଗୁରୁ ପ୍ରଶାନ୍ତ ପାତ୍ର ଏବଂ କୋଚ୍ ପ୍ରିନ୍ସ ପାତ୍ର ଙ୍କ ଅଧ୍ୟକ୍ଷତା ରେ ୮ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ।
ଜଗନ୍ ମେହେର ଟେଣ୍ଡିଂ ଇଭେଣ୍ଟ ରେ ସ୍ଵର୍ଣ୍ଣ ପଦକ,କ୍ରିତିକା ଅଗ୍ରୱାଲ ଟେଣ୍ଡିଂ ଏବଂ ତୁଙ୍ଗଲ ରେ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ,ସୁଶ୍ରୀ ଦେବାଂଶି ଟେଣ୍ଡିଂ ରେ ରୌପ୍ୟ ପଦକ,ଆଦିତ୍ୟ ଅଗ୍ରୱାଲ ତୁଂଗଲ ଏବଂ ଟେଣ୍ଡିଂ ରେ ରୌପ୍ୟ ଏବଂ ବ୍ରୋଞ୍ ପଦକ,ରୋହିତ କୁମାର ନାଏକ ଟେଣ୍ଡିଂ ରେ ରୌପ୍ୟ ପଦକ, ଖୁସିରାମ ସେଠ୍ ତୁଙ୍ଗଲ୍ ଏବଂ ଟେଣ୍ଡିଂ ରେ ବ୍ରୋଞ୍ଜ ପଦକ,ସ୍ଥିତ ପ୍ରଜ୍ଞା ମିଶ୍ର, ତୁଙ୍ଗଲ ଏବଂ ଟେଣ୍ଡିଂ ରେ ବ୍ରୋଞ୍ଜ୍ ପଦକ, ସୋମ୍ ନାରାୟଣ ଦୀପ ତୁଙ୍ଗଲ୍ ଏବଂ ଟେଣ୍ଡିଂ ରେ ବ୍ରୋଞ୍ଜ ଏବଂ ରୌପ୍ୟ ପଦକ ହାସଲ କରିଥିଲେ।
ଏଭଳି ସର୍ବମୋଟ ୧୩ ଗୋଟି ପଦକ ବଲାଙ୍ଗିର ର ପ୍ରତିଯୋଗୀ ମାନେ ହାସଲ କରି ବଲାଙ୍ଗିର ର ଗର୍ବ ଗୌରବ ଅକ୍ଷ୍ୟୁର୍ଣ୍ଣ ରଖିଥିଲେ।
ଏଣୁ ବିଭିନ୍ନ ମହଲରୁ ଶୁଭେଚ୍ଛୁ ମାନେ ବଲାଙ୍ଗିର ପେନାକାକ ସିଲାଟ୍ ଏସୋସିଏସନ୍ ର ସଭାପତି ମହେନ୍ଦ୍ର କୁମାର ଦର୍ଜୀ,ସାଧାରଣ ସମ୍ପାଦକ ଗୁରୁ ପ୍ରଶାନ୍ତ ପାତ୍ର ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930