Indus Valley Times

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର -୨୦୨୫

 Breaking News

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର -୨୦୨୫

October 24
21:35 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୧୦: ଚଳିତ ବର୍ଷ ୨୦୨୫ ରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ଆୟୋଜିତ ହୋଇଥିଲା। ବିଭିନ୍ନ ବିଭାଗର ଡାକ୍ତର ମାନଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିଲା ।
ଆଜି ପଞ୍ଚାୟତ ସମିତି, ହରଭଙ୍ଗା (ଚାରିଛକ) ର କାର୍ଯ୍ୟାଳୟ ର ପରିସରରେ ଏହି ଶିବିର ଆୟୋଜିତ ହୋଇଯାଇଛି।
ଶିବିରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ଭିନ୍ନକ୍ଷମ ମାନଙ୍କର ପରୀକ୍ଷା କରାଯାଇଥିଲା।
ଏହି ଶିବିର ରେ ମୋଟ ୧୬୫ ଜଣ ରେଜିଷ୍ଟ୍ରେସନ୍ କରିଥିବା ବେଳେ ୭୩ ଜଣ ଡାକ୍ତରୀ ମାଇନା ପାଇଁ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୧ ଜଣଙ୍କୁ ଡାକ୍ତରୀ ପରୀକ୍ଷା ପରେ ନାକଚ କରାଯାଇଥିଲା।
ଏହି ଶିବିର ରେ ଅସ୍ଥି ଶଲ୍ୟ ବିଭାଗରେ ୩୫, ଇ ଏନ୍ ଟି ରେ ୧୦, ଭେଷଜ ବିଭାଗ ରେ ୧୩, ଚକ୍ଷୁ ବିଭାଗରେ ୮, ମାନସିକ ଅନଗ୍ରସର ୧୧, ସିକିଲ ସେଲ ୫, ବହୁବିଧ ଅକ୍ଷମତା ରେ ୩ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ନିମନ୍ତେ ବ୍ୟବସ୍ଥା କରାଯାଇଥିଲା।
ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଚିହ୍ନଟ କରାଯାଇଥିଲା।
ଆଜିର ଶିବିର ରେ ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀ ବିନୟ ଭୋଇ ଶିବିର ଉଦ୍ଘାଟନ କରି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।
ହରଭଙ୍ଗା ବିଡ଼ିଓ ଶ୍ରୀ ବିଜୟ କୁମାର ପ୍ରଧାନ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରାଜିନ୍ଦ୍ର କିସାନ, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଶ୍ରୀ କାଂହୁ ଚରଣ ନାଥ, ତହସିଲଦାର ଶ୍ରୀ ବଳଦେବ ବେହେରା, ସି ଡି ପି ଓ ଶ୍ରୀମତୀ ଦିପ୍ତିମୟୀ ପାତ୍ର ଉପସ୍ଥିତ ଥିଲେ।
ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅବିନାଶ ପ୍ରଧାନ ଏହି ଶିବିରର ପରିଚାଳନା କରିଥିଲେ ଓ କନିଷ୍ଠ ସହାୟକ ଶ୍ରୀ ସୁନିଲ କୁମାର ମହାନ୍ତି ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930