Indus Valley Times

ଆଜି ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥିରେ ପୁରପଲ୍ଲୀରେ ପାଳିତ ହେଉଛି ପ୍ରଥମାଷ୍ଟମୀ

 Breaking News

ଆଜି ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥିରେ ପୁରପଲ୍ଲୀରେ ପାଳିତ ହେଉଛି ପ୍ରଥମାଷ୍ଟମୀ

ଆଜି ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥିରେ ପୁରପଲ୍ଲୀରେ ପାଳିତ ହେଉଛି ପ୍ରଥମାଷ୍ଟମୀ
November 12
11:56 2025

ଭୁବନେଶ୍ୱର, ୧୨/୧୧ : ଆଜି ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥିରେ ପୁରପଲ୍ଲୀରେ ପାଳିତ ହେଉଛି ପ୍ରଥମାଷ୍ଟମୀ । ଆଜି ଦିନରେ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ। କାରଣ, ଷଷ୍ଠୀଦେବୀ ହେଉଛନ୍ତି \’ଜ୍ୟେଷ୍ଠାଦେବୀ\’।
ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନପରେ ନୂତନ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି ।
ଏଣ୍ଡୁରି ପିଠା ଆଜି ପ୍ରଥମାଷ୍ଟମୀ ଦିନର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ ଓ କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ହୁଏ।
ସେହିପରି ଆଜି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳିରୁ ଆସିଛି ପୋଢୁଆଁ ଭାର । ମଧ୍ୟାହ୍ନ ଧୂପ ପରେ ପ୍ରଥମାଷ୍ଟମୀ ନୀତି ବଢିବ । ଆଜି ଶ୍ରୀବିଗ୍ରହଙ୍କୁ ନୂଆଲୁଗା ଲାଗିକରାଯିବା ସହ ଛେଦାପ୍ରସାଦ ଭୋଗ କରାଯିବ । ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଇଥାଏ ।ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯିବ । ମାଧବାନନ୍ଦ ଜିଉଙ୍କ ପୀଠରୁ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ ଫଳ ଭାର ଗତକାଲି ଶ୍ରୀକ୍ଷେତ୍ର ପହଞ୍ଚିଥିଲା।
ସେହିପରି ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମଧ୍ୟ ପୋରୁହାଁ ହେବାକୁ ମିତ୍ରେଶ୍ୱର ବରୁଣେଶ୍ୱର ମନ୍ଦିରକୁ ଯାଇଥାଆନ୍ତି। ଜ୍ୟେଷ୍ଠା କନ୍ୟା ଭାବରେ \’ଭାର୍ଗବୀ\’ ବା ମହାଲକ୍ଷ୍ମୀ ମଧ୍ୟ ଏହିଦିନ ପୋରୁହାଁ ହୁଅନ୍ତି ଏବଂ ଏହାପରର ଗୁରୁବାରରେ ମାଣ ବସାଯାଇ ତାଙ୍କର ପୂଜା କରାଯାଇ ଥାଏ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031