Indus Valley Times

ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ

 Breaking News

ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ

August 23
19:59 2022

ଭୁବନେଶ୍ଵର,୨୩/୮: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ମଙ୍ଗଳବାର ଭର୍ଟିକାଲ ଲଞ୍ଚ ସଟ୍ ରେଞ୍ଜ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରୁଥିବା କ୍ଷେପଣାସ୍ତ୍ର(ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜରୁ ଏହି ପରୀକ୍ଷା କରାଯାଇଛି। ଆଶା ମୁତାବକ କ୍ଷେପଣାସ୍ତ୍ର ସଠିକ୍ ଲକ୍ଷ୍ୟଭେଦ କରିଛି। ମିସାଇଲ ନିଜର ଗତି ଏବଂ ମାରକ କ୍ଷମତା ପାଇଁ ପରିଚିତ। ସ୍ଵଦେଶ ଜ୍ଞାନ କୌଶଳରେ କ୍ଷେପଣାସ୍ତ୍ରର ନିର୍ମାଣ କରାଯାଇଛି। ଏହାର ଗତି ଏତେ ଅଧିକ ଯେ, ଶତ୍ରୁର ରାଡାର ମଧ୍ୟ ଏହାକୁ ଧରି ପାରିବ ନାହିଁ। କ୍ଷେପଣାସ୍ତ୍ରରେ ସ୍ଵଦେଶୀ ରେଡିଓ ଫ୍ରିକ୍ଵେନ୍ସି ସିକର ଲଗାଯାଇଛି, ଯାହା ଏହାର ଲକ୍ଷ୍ୟଭେଦ କ୍ଷମତାକୁ ଆହୁରି ବଢାଇ ଦେଉଛି। ଆଜିର ପରୀକ୍ଷଣରେ କ୍ଷେପଣାସ୍ତ୍ର ଅଧା ରାସ୍ତାରେ ହିଁ ନିଜର ଲକ୍ଷ୍ୟକୁ ଧ୍ଵସ୍ତ କରିଛି। କମ ଉଚ୍ଚତାରେ ଉଡୁଥିବା ଟାର୍ଗେଟ୍ ଯେପରିକି ରାଡାକୁ ଚକମା ଦେଉଥିବା ବିମାନ, ଡ୍ରୋନ, ମିସାଇଲ କିମ୍ବା ହେଲିକପ୍ଟରକୁ ଏହା ଧ୍ଵଂସ କରିବାରେ ସକ୍ଷମ। ଅର୍ଥାତ ଭାରତକୁ ଏବେ ଶତ୍ରୁ ଦେଶ ଏହି ତରିକାରେ ଚକମା ଦେଇ ପାରିବେ ନାହିଁ। ଭାରତୀୟ ମିସାଇଲ୍ ନିମିଷକେ ଶତ୍ରୁର ଲକ୍ଷ୍ୟକୁ ଧ୍ଵସ୍ତ କରି ଦେବ।
ଡିଆରଡିଓ ଏହାର ଖୁଲାସା କରି ନାହିଁ ଯେ, କ୍ଷେପଣାସ୍ତ୍ରକୁ କେଉଁ ଯୁଦ୍ଧ ଜାହାଜରୁ ନିକ୍ଷେପ କରାଯାଇଛି। ଭାରତର ଏହି ରହସ୍ୟମୟ ହତିଆର ବହୁତ ଘାତକ। ଏହି କ୍ଷେପଣାସ୍ତ୍ରର ନିର୍ମାଣରେ ଡିଆରଡିଓର ଲାବୋରାଟୋରୀ ପୁଣେ ଏବଂ ହାଇଦ୍ରାବାଦ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଏଥିପାଇଁ କରାଯାଉଛି କାରଣ ଭାରତୀୟ ଯୁଦ୍ଧ ଜାହାଜରୁ ବାରାକ-୧ ମିସାଇଲ୍କୁ ହଟାଯାଇ ପାରିବ। ବାରାକ-୧ ମିସାଇଲ ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରୀଜ ଏବଂ ରାଫେଲ୍ ଆଡଭାନ୍ସ ଡିଫେନ୍ସ ମିଶି ପ୍ରସ୍ତୁତ କରିଥିଲେ।
ଆଜି ପରୀକ୍ଷଣ କରାଯାଇଥିବା ଭିଏଲ-ଏସଆରଏସଏଏମ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୨୫ରୁ ୩୦ କିଲୋମିଟର। ଏହା ସର୍ବାଧିକ ୧୨ କିଲୋମିଟର ଉଚ୍ଚତା ପର‌୍ୟ୍ୟନ୍ତ ଗତି କରି ପାରିବ। ଏହାର ଗତି ବାରାକ-୧ଠୁ ଦୁଇ ଗୁଣ ଅଧିକ। ଏହା ମ୍ୟାକ୍ ୪.୫ ଅର୍ଥାତ ଘଣ୍ଟା ପ୍ରତି ୫୫୫୬.୬ କିଲୋମିଟର ବେଗରେ ଉଡାଣ ଭରି ପାରିବ। ଏହାକୁ ଯେ କୌଣସି ଯୁଦ୍ଧ ଜାହାଜରୁ ନିକ୍ଷେପ କରାଯାଇ ପାରିବ।
ସଂପ୍ରତି ଭାରତୀୟ ନୌସେନା ଏହି କ୍ଷେପଣାସ୍ତ୍ରର କୌଣସି ନାମକରଣ କରି ନାହିଁ। ଏହାକୁ ବାରାକ-୧ କ୍ଷେପଣାସ୍ତ୍ର ସ୍ଥାନରେ ଲଗାଯିବାର ଯୋଜନା କରାଯାଇଛି। ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ରର ଓଜନ ୧୫୪ କିଲୋଗ୍ରାମ। ଏହାର ଲମ୍ବ ୧୨.୬ ଫୁଟ୍ ଏବଂ ଓସାର ୭ ଇଞ୍ଜ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031