Indus Valley Times

ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ’ଦାନା’, ପବନର ବେଗ ରହିବ ୧୦୦ରୁ ୧୨୦ କି.ମି.: ଆଇଏମଡି ଡିଜି

 Breaking News

ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ’ଦାନା’, ପବନର ବେଗ ରହିବ ୧୦୦ରୁ ୧୨୦ କି.ମି.: ଆଇଏମଡି ଡିଜି

October 23
14:43 2024

ଭୁବନେଶ୍ବର, ୨୩/୧୦ : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ନେଇ ଅପଡେଟ୍ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ବାତ୍ୟା ‘ଦାନା’ର ପ୍ରଭାବ ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ବର ଜିଲ୍ଲାରେ ଅଧିକ ରହିବ। ଏହାଛଡ଼ା ଯାଜପୁର ଏବଂ ଜଗତସିଂହପୁର ଜିଲ୍ଲା ବି ପ୍ରଭାବିତ ହେବ। ଧାମରା ଓ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ସମୁଦ୍ରରେ ଜୁଆର ଆସିବ ଏହି ଦୁଇ ସ୍ଥାନରେ ମଧ୍ୟରେ କେବଳ ବୈତରଣୀ ନଦୀ ରହିଛି।
ଏହି ବାତ୍ୟାର ପ୍ରଭାବରେ ବିଭିନ୍ନ ଚାଷୀ କ୍ଷତିଗ୍ରସ୍ତ ହେବେ। ଆମେ ବନ୍ଦରମାନଙ୍କରେ ସତର୍କ ସୂଚନା ଦେଇଛୁ। ଭିତରକନିକାର ଜାତୀୟ ଉଦ୍ୟାନ ଥିବା ହେତୁ ସରକାର ଏଥିନେଇ ସତର୍କ ଅଛନ୍ତି। ୨୫ ତାରିଖ ସକାଳ ସୁଦ୍ଧା ଲାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ। ଏଣୁ ଲୋକେ ଅଯଥା ବୁଲାବୁଲି ନକରି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ରାଜ୍ୟ ସରକାରଙ୍କ ପରାମର୍ଶ ମାନିବା ଉଚିତ। ପ୍ରଥମରୁ ଆମେ ଯେଉଁ ପୂର୍ବାନୁମାନ କରିଥିଲୁ, ତାହା ସତ୍ୟ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031