Indus Valley Times

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବିଶ୍ୱାସରେ ବିଷ ଦେଲେ କେୟାରଟେକର, ଏକା ରହୁଥିବା ମାଲିକାଣୀଙ୍କୁ ମାରି ଲୁଟି ନେଲେ ଟଙ୍କାସୁନା

 Breaking News

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବିଶ୍ୱାସରେ ବିଷ ଦେଲେ କେୟାରଟେକର, ଏକା ରହୁଥିବା ମାଲିକାଣୀଙ୍କୁ ମାରି ଲୁଟି ନେଲେ ଟଙ୍କାସୁନା

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବିଶ୍ୱାସରେ ବିଷ ଦେଲେ କେୟାରଟେକର, ଏକା ରହୁଥିବା ମାଲିକାଣୀଙ୍କୁ ମାରି ଲୁଟି ନେଲେ ଟଙ୍କାସୁନା
November 04
18:51 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୪/୧୧ : ରାଜଧାନୀରେ ଚାଞ୍ଚଲ୍ୟ। ଘର ଭିତରୁ ମିଳିଲା ୭୬ ବର୍ଷୀୟା ବୃଦ୍ଧାଙ୍କ ରକ୍ତାକ୍ତ ମୃତଦେହ। ହତ୍ୟା ପରେ ଘରୁ ସୁନାଗହଣା, ଟଙ୍କା ଓ ସ୍କୁଟି ଲୁଟ୍ ହୋଇଥିବା ଅଭିଯୋଗ। ଘଟଣା ପରଠାରୁ ଘରେ ରହୁଥିବା କେୟାରଟେକର ଫେରାର ଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଛି।
ଭୁବନେଶ୍ୱରର ବୁଦ୍ଧନଗର ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ମୃତ ବୃଦ୍ଧା ହେଉଛନ୍ତି କୁଞ୍ଜଲତା ନନ୍ଦ। ତାଙ୍କ ମୁଣ୍ଡର ପଛପଟେ ଗଭୀର କ୍ଷତଚିହ୍ନ ଥିବା ଜଣାପଡ଼ିଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଘରୁ ପ୍ରାୟ ୪୦ରୁ ୫୦ ଗ୍ରାମ ସୁନା ଗହଣା, ୬୦ ହଜାର ଟଙ୍କା ନଗଦ ଓ ଏକ ସ୍କୁଟି ଗାଏବ ହୋଇଯାଇଛି। ଏହି ହତ୍ୟା ଓ ଲୁଟ୍ ପଛରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି ମୃତାଙ୍କ ଝିଅ ଓ ଜ୍ୱାଇଁ ସନ୍ଦେହ ପ୍ରକାଶ କରିଛନ୍ତି।
୪ ମାସ ହେଲା ରହୁଥିଲେ କେୟାରଟେକର
କୁଞ୍ଜଲତା ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ପିଲାମାନେ ଅନ୍ୟତ୍ର ରହୁଥିଲେ। ଗତ ୪ ମାସ ଧରି ତାଙ୍କ ଘରେ କେୟାରଟେକର ଭାବେ ରହୁଥିଲେ ଟାଙ୍ଗୀ ଅଞ୍ଚଳର ବଳଭଦ୍ର ମହାରଣା। ଘଟଣା ପରଠାରୁ ସେ ଫେରାର ଥିବା ଜଣାପଡ଼ିଛି।
କବାଟ ଖୋଲିବା ପରେ ମିଳିଲା ରକ୍ତାକ୍ତ ମୃତଦେହ
ସକାଳେ ଘରର ତଳ ମହଲାରେ ରହୁଥିବା ଭଡ଼ାଟିଆମାନେ କୁଞ୍ଜଲତାଙ୍କୁ ବାରମ୍ବାର ଡାକିଥିଲେ ମଧ୍ୟ କୌଣସି ଉତ୍ତର ପାଇନଥିଲେ। ଏନେଇ ଝିଅଙ୍କୁ ଖବର ଦିଆଯାଇଥିଲା। ଜ୍ୱାଇଁ ଘରେ ପହଞ୍ଚିବା ପରେ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ। ପରେ ପୋଲିସ ଉପସ୍ଥିତିରେ କବାଟ ଭଙ୍ଗାଯିବାରୁ ଘର ଭିତରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା ବୃଦ୍ଧାଙ୍କ ମୃତଦେହ।
CCTV ଫୁଟେଜ୍ ଯାଞ୍ଚ କରୁଛି ପୋଲିସ
ଘଟଣାସ୍ଥଳରେ ଡିସିପି ଓ ପୋଲିସ କମିଶନର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରୁଛି।
ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ତେବେ ବୃଦ୍ଧାଙ୍କ ମୃତ୍ୟୁ ପଛରେ କିଏ ଏବଂ ଲୁଟ୍ ପଛରେ ଆଉ କାହାର ହାତ ରହିଛି, ତାହା ଏବେ ପୋଲିସ ତଦନ୍ତର ମୁଖ୍ୟ ପ୍ରସଙ୍ଗ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30