Indus Valley Times

ଗଜପତି :ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ,ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସେସ୍ ଥାନା ପକ୍ଷରୁ ସାଇବର୍ ସୁରକ୍ଷା ସଚେତନତା

 Breaking News

ଗଜପତି :ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ,ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସେସ୍ ଥାନା ପକ୍ଷରୁ ସାଇବର୍ ସୁରକ୍ଷା ସଚେତନତା

ଗଜପତି :ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ,ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସେସ୍ ଥାନା ପକ୍ଷରୁ ସାଇବର୍ ସୁରକ୍ଷା ସଚେତନତା
August 16
09:49 2026

ଗଣେଶ ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୮ : ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ପାରଳାଖେମୁଣ୍ଡି: ସି.ଆଇ.ଡି. କ୍ରାଇମବ୍ରାଞ୍ଚ (ସିଆଇଡି-ସିବି), ଓଡ଼ିଶା ଦ୍ୱାରା ପ୍ରାୟୋଜିତ ଏବଂ ପରିଚାଳିତ ଏକ ବ୍ୟାପକ ସାଇବର ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ଗଜପତି ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସେସ୍ (ସିସି ଏବଂ ଇଓ ) ଥାନାର ଅଧିକାରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନଙ୍କୁ ସାଇବର ସୁରକ୍ଷାର ନିୟମ, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ତଥା ଆର୍ଥିକ ଠକେଇ, ଡିଜିଟାଲ ଆରେଷ୍ଟ ଓ ପରିଚୟ ଚୋରି (ଆଇଡେଣ୍ଟିଟି ଥେଫ୍ଟ) ଭଳି ସାଇବର ଅପରାଧରୁ ବର୍ତ୍ତିବା ତଥା ନିଜକୁ ସୁରକ୍ଷିତ ରଖିବା ଉପରେ ସଚେତନ କରିଥିଲେ।
ଛାତ୍ରଛାତ୍ରୀ ମାନଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା, କାହା ସହ ଓଟିପି ସେୟାର ନ କରିବା ଏବଂ କୌଣସି ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା।
ଏଥିସହ କୌଣସି ପ୍ରକାର ସାଇବର ଠକେଇ କିମ୍ବା ନିର୍ଯ୍ୟାତନାର ଶିକାର ହେଲେ ତୁରନ୍ତ ଜାତୀୟ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ , ଅଫିସିଆଲ୍ ପୋର୍ଟାଲ (cybercrime.gov.in) କିମ୍ବା ପାରଳାଖେମୁଣ୍ଡି ସ୍ଥିତ ସିସି ଏଣ୍ଡ ଇଓ ଥାନାରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି, ଯାହାକି ଛାତ୍ର ସମାଜକୁ ଏକ ଡିଜିଟାଲ୍ ସୁରକ୍ଷିତ ପରିବେଶ ଯୋଗାଇବାରେ ଗଜପତି ପୋଲିସର ପ୍ରତିବଦ୍ଧତାକୁ ଦର୍ଶାଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930