Indus Valley Times

ମଞ୍ଚରେ କରେଣ୍ଟ୍ ଚାର୍ଜ ଘଟଣା: ବନ୍ଧା ହୋଇ ଜେଲ୍ ଗଲେ ୫, ଆଇସିୟୁରେ ୨ ପୀଡ଼ିତ

 Breaking News

ମଞ୍ଚରେ କରେଣ୍ଟ୍ ଚାର୍ଜ ଘଟଣା: ବନ୍ଧା ହୋଇ ଜେଲ୍ ଗଲେ ୫, ଆଇସିୟୁରେ ୨ ପୀଡ଼ିତ

ମଞ୍ଚରେ କରେଣ୍ଟ୍ ଚାର୍ଜ ଘଟଣା: ବନ୍ଧା ହୋଇ ଜେଲ୍ ଗଲେ ୫, ଆଇସିୟୁରେ ୨ ପୀଡ଼ିତ
July 16
11:17 2024

ଗଞ୍ଜାମ, ୧୬/୭ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫାଶିଗୁଡା ଗାଁରେ କରେଣ୍ଟ ଲାଗି ୧୯ ଜଣ ଶିଶୁ ଆହତ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଜାମିନ ନାମଞ୍ଜୁର ପରେ ଜେଲ ଯାଇଛନ୍ତି ଅଭିଯୁକ୍ତମାନେ।
ଗିରଫ ଅଭିଯୁକ୍ତମାନେ ହେଲେ ପରିଚାଳନା କମିଟିର ସଭାପତି ଶିବରାମ ବିଷୋୟୀ, ରାଜେନ୍ଦ୍ର ଦୋରା, ଶିବରାମ ବେହେରା, ରବିନ୍ଦ୍ର କୁମାର ସାହୁ ଓ ବିଜୟ କୁମାର ରାଉଳ। ଏଥିସହ ପୁଲିସ ନାଟକ ପରିବେଷଣରେ ବ୍ୟବହୃତ ସମସ୍ତ ବିଦ୍ୟୁତ ସରଞ୍ଜାମ, ଡିଜେ ବକ୍ସ ଓ ଏକ ଗାଡ଼ିକୁ ଜବତ କରିଛି।
ଗତ ରବିବାର ଦିନ ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ପରିବେଷିତ ହୋଇଥିଲା ରାମାୟଣ। ନାଟକକୁ ଦେଖିବା ପାଇଁ ଗାଁର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଆସିଥିଲେ। ଆଉ ନାଟକ ଦେଖିବା ସମୟରେ ବର୍ଷା ହୋଇଥିଲା। ଷ୍ଟେଜର ଆଗରେ ବସିଥିବା ଶିଶୁମାନେ ଷ୍ଟେଜ ତଳେ ପଶିଯାଇଥିଲେ।
ତେବେ ବର୍ଷା ପାଇଁ ଷ୍ଟେଜ୍ ତଳେ ପାଣି ଜମି ତାହା ଆର୍ଥି ହୋଇଯାଇଥିଲା। ଫଳରେ ଯାତ୍ରା ଦେଖିବା ଲାଗି ଯାଇଥିବା ୧୯ ଜଣ ଶିଶୁ କରେଣ୍ଟ ଲାଗି ଆହତ ହୋଇଥିଲେ। ସମସ୍ତ ଆହତଙ୍କୁଦ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଅଘଟଣ ଘଟିବା ପରେ ଦିଗପହଣ୍ଡି ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା।
ତଦନ୍ତରେ ନାଟକ ପରିବେଷଣ ସମୟରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଥିବା ନେଇ ଜଣାପଡ଼ିଥିଲା। ପରେ ପୁଲିସ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031