Indus Valley Times

ମାଘ ସପ୍ତମୀରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ସୁରକ୍ଷା ପାଇଁ ଫୋର୍ସ ମୁତୟନ

 Breaking News

ମାଘ ସପ୍ତମୀରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ସୁରକ୍ଷା ପାଇଁ ଫୋର୍ସ ମୁତୟନ

ମାଘ ସପ୍ତମୀରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ସୁରକ୍ଷା ପାଇଁ ଫୋର୍ସ ମୁତୟନ
February 04
11:14 2025

ପୁରୀ, ୪/୨: ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ଅର୍କ କ୍ଷେତ୍ର ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ । ବ୍ରାହ୍ମ ମୂହୂର୍ତ୍ତରେ ସୂର୍ଯ୍ୟୋଦୋୟବେଳେ ପବିତ୍ର ସ୍ନାନ କରିଛନ୍ତି ଶ୍ରଦ୍ଧାଳୁ । ପରିବାରକୁ ରୋଗ, ଦୁଃଖ, ଶୋକରୁ ରକ୍ଷା କରିବାକୁ ମଙ୍ଗଳମନାସୀ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି ।
ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ ଓ ଶାମ୍ବ ଦଶମୀର ୨୭ ଦିନ ପରେ ମାଘ ସପ୍ତମୀ ପାଳନ ହୋଇଥାଏ । ଅଭିଶପ୍ତ ଶାମ୍ବ ପିତା ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ତପସ୍ୟା କରିଥିଲେ ଏବଂ ସୂର୍ଯ୍ୟପୂଜା ଆରମ୍ଭ କରିଥିଲେ ।
ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ପୌଷମାସ ଦଶମୀଠାରୁ ମାଘ ମାସ ସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ ।
ଶାମ୍ବ ସୂର୍ଯ୍ୟପୂଜା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣିବିଗ୍ରହ ପାଇଥିଲେ ଏବଂ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କର ସେହି ମୂର୍ତ୍ତିକୁ ନେଇ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ଶାମ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ତେଣୁ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ପବିତ୍ର ବୁଡ଼ ପକାଇଲେ ନିରୋଗ ରହିଥାଆନ୍ତି ବୋଲି ବିଶ୍ୱାସ ରହିଛି । ବିଳମ୍ବିତ ରାତ୍ରିରେ କୋଣାର୍କର ତିନି ଠାକୁର ତ୍ରିବେଣୀଶ୍ୱର, ଇଶାଣେଶ୍ୱର ଏବଂ ଦକ୍ଷିଣେଶ୍ୱର ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ ।
ତିନି ଠାକୁର ତ୍ରିବେଣୀଶ୍ୱର, ଇଶାଣେଶ୍ୱର ଏବଂ ଦକ୍ଷିଣେଶ୍ୱର ମହାସ୍ନାନ କରିଥିଲେ । ଏହା ପରେ ଶ୍ରଦ୍ଧାଳୁଙ୍କର ପବିତ୍ର ସ୍ନାନ ଆରମ୍ଭ ହୋଇଥିଲା । ଏହା ପରେ ମହାଆଳତୀ କରାଯାଇଥିଲା ।
ଚା

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031