Indus Valley Times

ମାତୃ ଶିଶୁ ୱାର୍ଡରେ ନିଆଁ : କୋରାପୁଟ ମେଡ଼ିକାଲ କଲେଜ ଅଳ୍ପକେ ବର୍ତିଲେ ନବ ଜାତକ ଓ ପ୍ରସୂତି

 Breaking News

ମାତୃ ଶିଶୁ ୱାର୍ଡରେ ନିଆଁ : କୋରାପୁଟ ମେଡ଼ିକାଲ କଲେଜ ଅଳ୍ପକେ ବର୍ତିଲେ ନବ ଜାତକ ଓ ପ୍ରସୂତି

August 30
19:28 2024

ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ରିପୋର୍ଟ
କୋରାପୁଟ, ୩୦/୮ : ଆଜି ଶୁକ୍ରବାର ମଧ୍ୟାହ୍ନ ସମୟରେ କୋରାପୁଟ ମେଡ଼ିକାଲ କଲେଜର ପ୍ରସୂତି ଓ ଏସ୍ ଏନ୍ ସି ୟୁ ନିକଟରେ ଏକ ବଡ ଶଦ୍ଦ ହୋଇଥିଲା। ଏହା ପରେ ଉପରୋକ୍ତ ୱାର୍ଡରେ ଧୂଆଁ ମୟ ପରିବେଶ ସୃଷ୍ଟି ହୋଇଥିଲା।
ଏଥରେନିଆଁ ଲାଗିଥିବା ଭାବି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। କାରଣ ଏସ୍ ଏନ୍ ସି ୟୁରେ ପ୍ରାୟ ୨୫ ଜଣ ନବ ଜାତକ ଓ ପ୍ରସୂତି ୱାର୍ଡ ରେ ପ୍ରାୟ ୧୦ ଜଣ ମହିଳା ଥିଲେ।
ଏହି ଖବର ପ୍ରଚାର ହେବା ପରେ ହସ୍ପିଟାଲ୍ ରେ ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ। ପରେ ମେଡ଼ିକାଲ କଲେଜ୍ କତୃପକ୍ଷ ଉପସ୍ଥିତ ବୁଦ୍ଧି ଖଟାଇ ନବଜାତ କଅ ପ୍ରସୂତି ମହିଳା ମାନଙ୍କୁ ସେଠାରୁ ସ୍ଥାନାନ୍ତର କରିଥିଲେ। ଫଳରେ ଏକ ବଡ ଅଘଟଣ ଆଦାଇଦିଆଯାଇଚି। ଖବର ପାଇ ଘଟଣା ସ୍ଥଳକୁଅଗ୍ନିସ ବାହିନିଆସି ପରିସ୍ଥିତି ଅନୁଧ୍ୟାନ କରିଥିଲା।
ଉପ ଜିଲ୍ଲାପାଳ ବେଣୁଧର ଶବର ପହଞ୍ଚି ନବଜାତ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ହସ୍ପିଟାଲ୍ ରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031