Indus Valley Times

ରାଧା ଗୋବିନ୍ଦ ବିମାନରେ ଝୁଲି ଝୁଲି ସାହି ପରିକ୍ରମା କରି ଭୋଗ ଖାଉଛନ୍ତି : ପୂଜା ପାଉଛନ୍ତି ଦୋଳ ବିମାନରେ ରାଧା କୃଷ୍ଣ

 Breaking News

ରାଧା ଗୋବିନ୍ଦ ବିମାନରେ ଝୁଲି ଝୁଲି ସାହି ପରିକ୍ରମା କରି ଭୋଗ ଖାଉଛନ୍ତି : ପୂଜା ପାଉଛନ୍ତି ଦୋଳ ବିମାନରେ ରାଧା କୃଷ୍ଣ

ରାଧା ଗୋବିନ୍ଦ ବିମାନରେ ଝୁଲି ଝୁଲି ସାହି ପରିକ୍ରମା କରି ଭୋଗ ଖାଉଛନ୍ତି : ପୂଜା ପାଉଛନ୍ତି ଦୋଳ ବିମାନରେ ରାଧା କୃଷ୍ଣ
March 02
09:58 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨/୩ : ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରା ପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛ ପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ । ପ୍ରକୃତି କୁ ସ୍ବାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି ।
ବିମାନରେ ବସିଛନ୍ତି ଶ୍ରୀ ରାଧା ଓ ଶ୍ରୀ କୃଷ୍ଣ । ଘରକୁ ଘର ବୁଲୁଛନ୍ତି ଠାକୁର ଓ ଭକ୍ତଙ୍କ ହାତକୁ ଭୋଗ ଖାଇ ଗାଁ ଓ ସାହି ପରିକ୍ରମା କରୁଛନ୍ତି ଯୁଗଳ କିଶୋର ରାଧା ମୋହନ। କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଫଗୁ ଦଶମୀ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ପ୍ରତି ସାହି ରେ ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ତରଫରୁ ଦୋଳ ବିମାନ ବୁଲିବା ସହ ପୂଜା ପାଉଛନ୍ତି। କିଏ ଫଗୁ ରଙ୍ଗରେ ରଙ୍ଗୀନ ହୋଇଛି ତ ଆଉ କିଏ ପ୍ରସାଦ ବାଣ୍ଟି ପୁଣ୍ୟ ଅର୍ଜନ କରୁଛି। ଗାଁ ଗାଁରେ ସମସ୍ତେ ଶ୍ରୀରାଧା, ଶ୍ରୀକୃଷ୍ଣ ଙ୍କ ଭକ୍ତି ରସରେ ବୁଡି ଯାଇଛନ୍ତି ।
ପରମ୍ପରା ମୁତାବକ ଭୋଗପରେ ବିମାନରେ ବସି ଭକ୍ତକୁ ଦର୍ଶନ ଦେଉଛନ୍ତି ରାଧା ମାଧବ । ବର୍ଷକ ପରେ ମନ୍ଦିରରୁ ବାହାରପ୍ରାଙ୍ଗଣ କୁ ବାହାରି ଭକ୍ତଙ୍କ ପାଖକୁ ଆସିଛନ୍ତି ଠାକୁର । ଭକ୍ତ ପରିବାର ପକ୍ଷରୁ ପଇଡ଼,ଲିଆ,ଉଖୁଡା ପ୍ରଭୁତି ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥାଏ । ଆଉ ଏହି ମହାମିଳନ ପର୍ବରେ ଭକ୍ତ ଆଉ ଭଗବାନ ଏକାକାର ହୋଇଯାଇଛନ୍ତି ।ଦୋଳ ଓ ହୋଲି ପାଇଁ ସମଗ୍ର ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଭାଇଚାରା ବାର୍ତ୍ତା ନେଇ ଗୋଷ୍ଟି ଗୋଷ୍ଟି ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ପର୍ବ ଗ୍ରାମର ପିଲା ଠାରୁ ବୁଢା ଯାଏଁ ସଭିଁଙ୍କ ମନରେ ଭରି ଦେଇଛି ଆନନ୍ଦ ଉଲ୍ଲାସ ।
ପ୍ରତି ଗାଁ ଗାଁ ରେ ନାମ ଯଜ୍ଞ,ଘୃତ ଯଜ୍ଞ,ଅନ୍ନ ଯଜ୍ଞ ଆୟୋଜିତ ହୋଇ ସମଗ୍ର ଅଞ୍ଚଳ ଉତ୍ସବ ପରିବେଶ ଲାଗି ରହିଥାଏ କ୍ଷ ହରିବୋଲ,ହୁଳହୁଳି, ଶଙ୍ଖନାଦ, ଭଜନ କୀର୍ତ୍ତନରେ ଗାଁଦାଣ୍ଡ ଉଛୁଳି ପଡୁଥିବା ବେଳେ ଦୋଳ ବିମାନ କୁ କାନ୍ଧେଇ ଗାଁ ଗାଁ ବୁଲି ଦୋଳ ବିମାନ ପୂଜା ସହ ଦୋଳ ଉତ୍ସବ ପାଇଁ ସବୁ ଗାଁ ଏବେ ଉତ୍ସବମୁଖର ହୋଇଉଠିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031