Indus Valley Times

ଲାଉରେ ରହିଛି ଅନେକ ସବୁ ସୁଗୁଣ, ଏହି ପରିବା ଖାଇଲେ କି ଲାଭ ମିଳିବ

 Breaking News

ଲାଉରେ ରହିଛି ଅନେକ ସବୁ ସୁଗୁଣ, ଏହି ପରିବା ଖାଇଲେ କି ଲାଭ ମିଳିବ

ଲାଉରେ ରହିଛି ଅନେକ ସବୁ ସୁଗୁଣ, ଏହି ପରିବା ଖାଇଲେ କି ଲାଭ ମିଳିବ
March 16
16:42 2022

ଭୁବନେଶ୍ୱର,୧୬/୩ : ପରିବାଠାରୁ ଭଲ ଖାଦ୍ୟ ମଣିଷ ଶରୀର ପାଇଁ ଆଉ କିଛି ହୋଇପାରେନା। ଆପଣ ଯେତେ ପ୍ରକାରର ବି ଖାଦ୍ୟ ଖାଆନ୍ତୁ ତାହା ପନିପରିବାର ତୁଳନୀୟ ନୁହେଁ। ପରିବା ମଧ୍ୟରୁ ଉନ୍ନତମାନର ପରିବା ମଧ୍ୟରେ ଲାଉ ଅନ୍ୟତମ। ଲାଉରେ ବିଭିନ୍ନ ପ୍ରକାରର ସୁଗୁଣ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ।
ଲାଉ ଖାଇବା ଦ୍ବାରା ଆମର ପେଟ ଥଣ୍ଡା ରହିଥାଏ। ଏହା ହୃଦ୍ରୋଗୀଙ୍କ ପାଇଁ ବି ଅତ୍ୟନ୍ତ ଭଲ। ଏଥିରେ ଥିବା ଆଣ୍ଟି ଅସ୍କିଡାଣ୍ଟ୍ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ। ଯେଉଁ କାରଣରୁ ମଧୁମେହ ରୋଗୀମାନେ ଅଧିକ ପରିମାଣର ଲାଉ ଖାଇବା ଦରକାର।
ଏହା ଲମ୍ବା, ଗୋଲାକାର ଆଦି ବିଭିନ୍ନ ଆକରରେ ଆସେ। ଆପଣ ଯେଉଁ ଧରଣର ବି ଲାଉ ଖାଆନ୍ତୁ ତାହାର ଗୁଣ ସମାନ ହୋଇଥାଏ। କୁହାଯାଏ ଲାଉ ଖାଇବା ଦ୍ବାରା ମାନସିକ ଚାପ କମ୍ ହୋଇଥାଏ।
ଏଥିରେ ଅଧିକ ପରିମାଣର ପାଣି ଭାଗ ଥିବାରୁ ଏହାକୁ ରୀତିମତ ଖାଇଲେ ତ୍ବଚା ଯୁବା ଦିଶିଥାଏ। ଏହାକୁ ଆପଣ ଓଜନ ହ୍ରାସ ଡଏଟ୍ରେ ମଧ୍ୟ ସାମିଲ୍ କରିପାରିବେ। ଲାଉ ଜୁସ୍ ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ସେଥିପାଇଁ ଆପଣ ପ୍ରତିଦିନ ସକାଳୁ ୧ ଗ୍ଲାସ୍ ଲାଉ ଜୁସ୍ ପିଇପାରିବେ।
ଆପଣଙ୍କୁ ଯଦି ରାତିରେ ସୁନିଦ୍ରା ହେଉନାହିଁ, ତାହାଲେ ମଧ୍ୟ ଆପଣ ଲାଉ ଖାଇବା ଅଭ୍ୟାସ କରନ୍ତୁ। ଲାଉ ଖାଇଲେ ନିଦ୍ରା ସମସ୍ୟା ବି କମ୍ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଏହା ଛଡ଼ା ଉତ୍ତମ ହଜମ ଓ କଳା କେଶ ଚାହୁଁଥିଲେ ମଧ୍ୟ ଲାଉ ଖାଇବା ଅଭ୍ୟାସ ରଖନ୍ତୁ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031