ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ
October 30
11:06
2026
କେନ୍ଦ୍ରାପଡା, ୩୦/୧୦ : ଗାଁରୁ ମିଳିଲା ମୁଣ୍ଡ ନଥିବା ମୃତଦେହ । ବନ୍ଧରେ ଦେଖିଲେ ଲୋକେ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଲୁଣାନଦୀ ବନ୍ଧରେ ଜଣେ ଅପରିଚିତ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଠାବ ହୋଇଛି ।
ସ୍ଥାନୀୟ ମାହାରାକୂଳ ଗାଁ ଲୋକେ ଆଜି ସକାଳୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ନିକଟରେ ଦୁଇଟି ଚପଲ ମଧ୍ୟ ପଡିଛି ।
ଏହା ବ୍ୟତୀତ ଅନ୍ୟ କିଛି ଠାବ ହୋଇ ନାହିଁ । ନଦୀ ବନ୍ଧ ଉପରେ ରକ୍ତ ଛିଟା ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି ।






