ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା କର୍ଣ୍ଣାଟକର ୨ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
June 11
19:08
2022
ଭୁବନେଶ୍ବର,୧୧/୬: ବେଆଇନ ଲୋନ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିବା ମାମଲାରେ ଆଉ ୨ ଜଣ ଅଭିଯୁକ୍ତ ଭୁବନେଶ୍ବରରୁ ଗିରଫ ହୋଇଛନ୍ତି।ଶନିବାର ଦିନ କ୍ରାଇମ୍ବ୍ରାଞ୍ଚ ଲୋନ୍ ଆପ୍ କଂପାନିର ୨ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ନିର୍ଦ୍ଦେଶକ ହେଲେ ରକ୍ସିତ ଓ ସୁଶାନ୍ତ। ସେମାନେ କର୍ଣ୍ଣାଟକର ଉଡୁପି ଅଞ୍ଚଳର ହୋଇଥିବା ସୂଚନା।
କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତମାନେ ମୁଡମେଟ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ, ୟେଲୋ ଟ୍ୟୁନ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ଓ ପିଙ୍କଲିଫ୍ ଆୟନ କମ୍ୟୁନିକେଶନସ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ। ଏମାନେ ବେଆଇନ୍ ଲୋନ୍ ଆପ୍ସ କୋକୋ, ଜୋଲୋ ଓ ଅନ୍ୟ ଆପ୍ସ ମାଧ୍ୟମରେ ଲୋକଙ୍କୁ ଲୋନ୍ ଦେବା ବାହାନ କରି ବିଭିନ୍ନ ଉପାୟରେ ଠକୁଥିଲେ। ଏଥି ପାଇଁ ସେମାନେ ଅନ୍ୟ କଂପାନିର ସହିତ ମଧ୍ୟ ଯୋଗାଯୋଗ ରଖିଥିଲେ। ଏଥି ପାଇଁ ସେମାନେ ବେଙ୍ଗାଲୁରୁ ଠାରେ ଏକ କଲ୍ ସେଣ୍ଟର ପ୍ରତିଷ୍ଠା କରିଥିଲେ।