Indus Valley Times

ଶିଶୁ ଅଧିକାର ଏବଂ ସୁରକ୍ଷା ସମ୍ବନ୍ଧୀୟ ସ୍କୁଲ୍ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

 Breaking News

ଶିଶୁ ଅଧିକାର ଏବଂ ସୁରକ୍ଷା ସମ୍ବନ୍ଧୀୟ ସ୍କୁଲ୍ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

August 28
10:27 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୮/୮ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଅଧିକାରଏବଂ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସ୍କୁଲ୍ ସ୍ତରୀୟ ସଚେତନତା ଶିବିର ହର୍ଡାଟାଲ ଠାରେ ଥିବା ଧୋବା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି ।
ମୁଖ୍ୟ ଅତିଥି ଭାବେ ଧୋବା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମିଶ୍ର ଉପସ୍ଥିତ ରହି ଶିଶୁ ମାନଙ୍କର ସୁରକ୍ଷା ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଭାରେ ପ୍ରକାଶ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ଏହି ଅବସରରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଉପସ୍ଥିତ ରହି ସରକାର ଙ୍କ ଠାରୁ ଶିଶୁ ମାନଙ୍କ ପାଇଁ ଆସୁଥିବା ସାହାଯ୍ୟ ସହଯୋଗ ଉପରେ ସମ୍ୟକ୍ ଧାରଣା ଦେଇଥିଲେ।
ଅନାଥ ଶିଶୁ ମାନଙ୍କୁ ଶିକ୍ଷା,ସ୍ବାସ୍ଥ୍ୟ,ପୃଷ୍ଟିକାର ଖାଦ୍ୟ ଓ ସୁରକ୍ଷା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମ ରେ ଆସୁଥିବା ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଥିବା ସହାୟତା ଏବଂ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲାପରେ ବିଭିନ୍ନ ବୈଷୟିକ ପାଠ ପଢିବା ପାଇଁ ଯୋଗାଇ ଦିଆଯାଉଥିବା ସାହାଯ୍ୟ ସହଯୋଗ ଉପରେ ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର ଜିଲ୍ଲା ପ୍ରକଳ୍ପ ସଂୟୋଜକ ବିକ୍ରମ ପଣ୍ଡା ଉପସ୍ଥିତ ରହି ଶିଶୁ ମାନେ ସମୟ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ରୁ ସେମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡ ହେଲ୍ପ ଲାଇନ ନମ୍ବର ୧୦୯୮ ରେ ଫୋନ କରି ଜଣାଇବା ପାଇଁ ଛାତ୍ର,ଛାତ୍ରୀ ମାନଙ୍କୁ ସୂଚାଇ ଦେଇ ଥିଲେ। କାର୍ଯ୍ୟକ୍ରମ ଶେଷରେ ଶୁଭମ୍ ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930