Indus Valley Times

ଶୁଭୁନି ଆଉ କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘର ଚଟିଆ ବଂଶ

 Breaking News

ଶୁଭୁନି ଆଉ କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘର ଚଟିଆ ବଂଶ

ଶୁଭୁନି ଆଉ କିଚିରିମିଚିରି ଶବ୍ଦ; ଲୋପ ପାଇଲାଣି ଘର ଚଟିଆ ବଂଶ
March 20
20:38 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୦/୩ : ଜଳବାୟୁ ପରିବର୍ତ୍ତନ ସହିତ ଧରାପୃଷ୍ଠରୁ ବହୁ ଜୀବଜନ୍ତୁ ମଧ୍ୟ ଧିରେ ଧିରେ ଲୋପ ପାଇବାରେ ଲାଗିଛି ।
ଦିନ ଥିଲା ଗାଆଁ ଗହଳରେ ମାଆ ମାନେ ଘର ଚଟିଆକୁ ଦେଖାଇ ନିଜ ଛୁଆର ଅଝଟ ପଣ ଦୂର କରିବା ସହିତ ଘର ଚଟିଆ ସମ୍ପର୍କରେ ନାନା ଗୀତ ଗାଇ ନିଜ ଛୁଆକୁ ଖୁଆଇ ଦେଉଥିଲା । ଅଗଣା ଚାଳରେ ବସା ବାନ୍ଧି ଥିବା ଘର ଚଟିଆ ଗୁଡ଼ିକ ମଧ୍ୟ କିଚିରି ମିଚିରି ଶବ୍ଦ କରି ଘୁରି ବୁଲୁଥିଲେ ଅଗଣା ସାରା ।
କିନ୍ତୁ ମଣିଷ ଚାଳ ଘର ଭାଙ୍ଗି ନିଜ ପାଇଁ ଛାତ ଘର ତୋଳିବା ପରେ ଘର ଚଟିଆ ମାନେ ବାସ ହରା ହୋଇପଡ଼ିଲେ । କ୍ରମାଗତ ଭାବେ ଲୋପ ପାଇଲା ଘର ଚଟିଆଙ୍କ ବଂଶ ।
ଏହା ସହିତ ମୋବାଇଲ୍ ଟାୱାର୍ ଗୁଡ଼ିକର ବିକିରଣର କୁପ୍ରଭାବ ମଧ୍ୟ ପଡିଛି ଘର ଚଟିଆଙ୍କ ଜୀବନ ଶୈଳୀ ଉପରେ । ବର୍ତ୍ତମାନ ଗାଆଁ ଗହଳିରେ ଖୁବ୍ କମ୍ ସଂଖ୍ୟାରେ ଦେଖିବାକୁ ମିଳୁଛନ୍ତି ଘର ଚଟିଆ । ବିଶେଷ କରି ବିଭିନ୍ନ ବିଦ୍ୟାଳୟ, କୋଠା ଘରର ଛାତ ତଳେ ବାୟୁ ଚଳାଚଳ ପାଇଁ ଥିବା ରାସ୍ତାରେ ଘର ଚଟିଆ ମାନେ ନିଜର ବସା ବାନ୍ଧି ରହୁଥିବା ଦେଖିବାକୁ ମିଳୁଛି ।
କିନ୍ତୁ ଘର ଏବଂ ବିଦ୍ୟାଳୟ ସଫେଇ କରିବା ଆଳରେ ଘର ମାଲିକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଘର ଚଟିଆ ବସା ଗୁଡ଼ିକୁ ବାହାର କରି ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଛି ।
ସେହିପରି ଘରେ ରହୁଥିବା ଘରା ଚଟିଆ ଗୁଡ଼ିକ ବେଳେ ବେଳେ ବିରାଡି ଦ୍ୱାରା ଶିକାର ହେବା ସହିତ ବହୁ ସମୟରେ ଘରର ପଙ୍ଖା ଏବଂ ଅନ୍ୟାନ୍ୟ ଆସବାବପତ୍ର ସହିତ ଧକ୍କା ହୋଇ ମୃତ୍ୟୁ ବରଣ କରିଥାନ୍ତି । ଅନ୍ୟପକ୍ଷରେ କିଛି ସହୃଦୟ ବ୍ୟକ୍ତି ନିଜ ଘର ଆଗରେ ବାଉଁଶ ଟୋକେଇ, ମାଟି ହାଣ୍ଡିରେ ଘର ଚଟିଆ ବସା ତିଆରି କରି ଘର ଚଟିଆ ଗୁଡ଼ିକୁ ଆଶ୍ରୟ ଦେଉଥିବା ଦେଖିବାକୁ ମିଳୁଛି ।
କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଲି ପ୍ରତୀୟମାନ ହେଉଛି । ପ୍ରତିବର୍ଷ ମାର୍ଚ୍ଚ କୋଡିଏ ତାରିଖରେ କାଗଜ ପତ୍ରରେ ପାଳନ କରାଯାଉଛି ଘର ଚଟିଆ ଦିବସ ।
କିନ୍ତୁ ଘର ଚଟିଆଙ୍କ ସୁରକ୍ଷା ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ ଓ ତେଣୁ ଘରା ଚଟିଆ ସୁରକ୍ଷା ଦିଗରେ ସରକାର ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।
ବିଶେଷ କରି ଗ୍ରାମାଞ୍ଚଳର ପ୍ରକୃତି ପ୍ରେମୀ ମାନଙ୍କୁ ଘର ଚଟିଆର ସୁରକ୍ଷା ପାଇଁ ସ୍ଵତନ୍ତ୍ର ରୂପେ ତାଲିମ ପ୍ରଦାନ କରାଯିବା ସହିତ ପ୍ରୋତ୍ସାହିତ କରିବା ଉଚିତ୍ ।
ସେହିପରି ବିଦ୍ୟାଳୟରେ ଥିବା ବଗିଚା ଗୁଡ଼ିକରେ ଘର ଚଟିଆଙ୍କ ପାଇଁ ସ୍ଵତନ୍ତ୍ର ଘର ପ୍ରସ୍ତୁତ କରାଯାଇପାରିଲେ ବିଦ୍ୟାଳୟ ସ୍ତରରୁ ମଧ୍ୟ ଘର ଚଟିଆ ସୁରକ୍ଷା ଅଭିଯାନ ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।
ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର କନ୍ଧମାଳ ହେବ ମାଓମୁକ୍ତ : ସମଗ୍ର ଜଙ୍ଗଲ ରେ ଚାଲିଛି ମାଓ ଅପରେସନ: ୱାଇ.ବି. ଖୁରାନିଆ
କନ୍ଧମାଳ, ୨୦/୩ : ରାୟଗଡ଼ା-କଳାହାଣ୍ଡି-କନ୍ଧମାଳ ଜଙ୍ଗଲ ସୀମାନ୍ତିରେ ମାଓ ନେତା ଶୁକ୍ରୁକୁ ଘେରି ରହିଛି ସୁରକ୍ଷା ବାହିନୀ । ଚାଲିଛି ଜୋରଦାର୍ ଅପରେସନ । ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାରୁ ନିପାତ ହେବେ ମାଓବାଦୀ । ହାର୍ଡକୋର୍ ଶୁକ୍ରୁ ଠାରେ ହିଁ ଶେଷ ହେବ ମାଓ ଅପରେସନ ।
ମାଓ ଅପରେସନ ଏବେ ଶେଷ ପର‌୍ୟ୍ୟାୟରେ ବୋଲି ସୂଚନା ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ସେପଟେ ମାଓବାଦୀଙ୍କୁ ଡିଜିପିଙ୍କ ଶେଷ ଚେତାବନୀ । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅ । ହିଂସା ଛାଡି ଅହିଂସାର ରାସ୍ତା ଆପଣାଅ । ନହେଲେ ଯେ ସାକୁ ତେସା ନୀତି ଆପଣାଇବା ଓଡିଶା ପୋଲିସ । କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚମାସ ୨୦୨୬ ରେ ସରିବାକୁ ଯାଉଥିବାବେଳେ ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି।
ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା କରାଯାଇଛି ତାର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜି । ଏହାସହ ହତିୟାର ନେଇ ଆତ୍ମସମର୍ପଣ କଲେ ମିଳିବ ସରକାରୀ ସହାୟତା । କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି ୱାଇ.ବି. ଖୁରାନିଆ ।
ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା : ଜନ ଜୀବନ ଅସ୍ତ ବ୍ୟସ୍ତ
ବାଲିଗୁଡା, ୨୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରୁ ସନ୍ଧ୍ୟା ପର‌୍ୟ୍ୟନ୍ତ ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା ହେବା ଫଳରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି ।
ଘନ ମେଘ ଆକାଶକୁ ଆଛାଦିତ କରିଦେବା ସହ ଘଡଘଡିର ଶବ୍ଦରେ କିଛି ସମୟ ପାଇଁ ପରିବେଶ ଭୟଭୀତ ହୋଇପଡ଼ିଥିଲା। ହଠାତ୍ ପାଗରେ ପରିବର୍ତ୍ତିତ ହୋଇଥିବା ଯୋଗୁଁ ପଥିକ ନାନା ଅସୁବିଧା ରେ ସମ୍ମୁଖୀନ ହୋଇଥିଲେ ।
ତେବେ ଏହି ବର୍ଷା ଫଳରେ ଦିନ ତମାମ ହେଉଥିବା ଖରା ଓ ଗରମ ପରିସ୍ଥିତିରୁ ଲୋକମାନେ କିଛି ଆଶ୍ୱସ୍ତ ଅନୁଭବ କରିଥିବା ବେଳେ ଚାଷୀମାନେ ମଧ୍ୟ ବେଶ ଖୁସି ଅନୁଭଵ କରିଥିବା ଦେଖିବାକୁ ମିଳିଥିଲା । ବର୍ଷା ତୁହାକୁ ତୁହା ଲାଗି ରହିଥିବାରୁ ରାସ୍ତା ଘାଟ ଜନଶୂନ୍ୟ ଦେଖିବାକୁ ମିଳିଥିଲା।
କେତେକ ଛୋଟ ତଥା ଉଠା ଦୋକାନୀ ମାନଙ୍କର ଜିନିଷ ପତ୍ର ଉଡାଇ ନେବା ସହ ବର୍ଷା ପାଣିରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି ।
୭୦୦ କେଜି ଗଞ୍ଜେଇ ସହ ପିକ୍ଅପ୍ ଭ୍ୟାନ୍ ଜବତ
ବାଲିଗୁଡ଼ା, ୨୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ ।
ବାରଖମା,ସୁଡ୍ରା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଅଞ୍ଚଳରୁ ଅନ୍ୟ ଜିଲ୍ଲାକୁ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଅଞ୍ଚଳରେ ଯାଞ୍ଚ୍ କଡ଼ାକଡ଼ି କରାଯାଇଥିଲା ।
ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍ ନଂ. ଓଡି -୩୧-୫୯୦୧ ପୋଲିସକୁ ଦେଖି ଦୃତଗତିରେ ଯାଉଥିବା ବେଳେ ପିଛା କରି ସୁଡ୍ରା ନିକଟରେ ଭ୍ୟାନ୍ କୁ କାବୁ କରିଥିଲା ପୋଲିସ୍ ।
ପୋଲିସକୁ ଦେଖି ଘଟଣାସ୍ଥଳରୁ ଚାଲାଣକାରୀ ଫେରାର୍ ହୋଇଯାଇଥିବା ବେଳେ ୭୦୦ କେଜି ବେଆଇନ୍ ଗଞ୍ଜେଇ ସହ ବୋଲେରୋ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଛି ପୋଲିସ୍ । ଏନେଇ ଏକ ମାମଲା ନଂ.୭୪/୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
ଋଷିମାଳ ପର୍ବତରେ ପ୍ରକୃତି ଶିବିରର ଆୟୋଜନ

ବାଲିଗୁଡା, ୨୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛତ୍ରଛାତ୍ରୀ ମାନଙ୍କୁ ନେଇ ତମାଙ୍ଗି ଗ୍ରାମ ନିକଟସ୍ଥ ଋଷିମାଳ ପର୍ବତରେ ଶିକ୍ଷାନୁଷ୍ଠାନ ତରଫରୁ ଏକ ପ୍ରକୃତି ଶିବିରର ଆୟୋଜନ ହୋଇଯାଇଥିଲା।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସେଣ୍ଟର ଫର ଏନଭାଇରନମେଣ୍ଟାଲ ଷ୍ଟଡିସ ର ସହେଯାଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଷାଠିଏ ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ପ୍ରାକୃତିକ ଶୋଭା ରେ ଭରପୁର ଓ ଋଷିକୁଲ୍ୟା ନଦୀର ଉତ୍ପତ୍ତିସ୍ଥଳ ଭାବରେ ପରିଚିତ ଏହି ସ୍ଥାନରେ ପରିବେଶବିତ୍ ତଥା ବ୍ରାହ୍ମଣୀ ଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃପାସିନ୍ଧୁ ସିଂ ଶିକ୍ଷାର୍ଥୀଙ୍କୁ ପ୍ରକୃତି ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରାଇଥିଲେ। ସ୍ଥାନୀୟ ଅଧିବାସୀଙ୍କ ଗହଣରେ ପିଲାମାନେ ମହାବାରୁଣିଙ୍କ ଆଧ୍ୟାତ୍ମିକ ମହତ୍ତ୍ୱ ଏବଂ ଏହାର ଅତୀତ ପରମ୍ପରା ସମ୍ପର୍କରେ ଅବଗତ ହୋଇଥିଲେ ।
ନିକଟସ୍ଥ ଜଙ୍ଗଲକୁ ଯାଇ ଲୁପ୍ତପ୍ରାୟ ବାଦୁଡି ଙ୍କର ପ୍ରକାରଭେଦ,ପରିସଂସ୍ଥା, ପରିବେଶରେ ଗୁରୁତ୍ୱ ଓ ବର୍ତମାନ ସମୟରେ ଏହାର ବିଲୁପ୍ତିର କାରଣକୁ ବୁଝିଥିଲେ । ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ସହେଯାଗ କରିଥିଲେ ।
ବାଲିଗୁଡା ରେ ଗ୍ୟାସ୍ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ, ଚା \’ ଦୋକାନ ବନ୍ଦ, ଖାଉଟି ଅସନ୍ତୁଷ୍ଟ
ବାଲିଗୁଡା, ୨୦/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି । ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡ଼ିଛି।
ଏଥିସହ ଗ୍ୟାସ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଗୋଟେ ସିଲିଣ୍ଡରକୁ ୧୭ ଶହ ଟଙ୍କାରୁ ୨ ହଜାର ଟଙ୍କାରେ କିଣୁଛନ୍ତି ଲୋକେ।
ଅନ୍ୟପଟେ ଏହି ଜାଳେଣି ଗ୍ୟାସ ମିଳୁ ନ ଥବା ଯୋଗୁଁ ସହରର ଅଧାରୁ ଅଧିକ ଫାଷ୍ଟଫୁଡ୍ ଦୋକାନ ଓ ହୋଟେଲ, ଚା \’ ଦୋକାନ ଆଦି ବନ୍ଦ ରହୁଥିବା ଦେଖିବାକୁ ମିଳିଛି।
ଜଣେ ହିତାଧିକାରୀଙ୍କୁ ଗୋଟେ ଖାତା ପିଛା ୨୫ ଦିନ ବ୍ୟବଧାନରେ ଗୋଟିଏ ମାତ୍ର ସିଲିଣ୍ଡର ମିଳବ ବୋଲି ସରକାର ଘୋଷଣା କରିଥିବାରୁ ଖାଉଟି ମହଲରେ ଭାଳେଣି ପଡ଼ିଲାଣି ।
ଏଥି ପ୍ରତି ଯୋଗାଣ ବିଭାଗ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031