Indus Valley Times

ବୌଦ୍ଧ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା

 Breaking News

ବୌଦ୍ଧ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା

ବୌଦ୍ଧ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା
September 30
21:35 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୯ : ବୌଦ୍ଧ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ବୌଦ୍ଧ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ୨୦ ଗୋଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ହରଭଙ୍ଗା ବ୍ଲକ କେଲାକଟାର ବାବା ଚମ୍ପେଶ୍ୱର କଳାପରିଷଦ ପତରାସଉରା ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ବ୍ରାହ୍ମଣୀ ଗ୍ରାମର ମା ପୁର୍ଣ୍ଣମାସୀ ପାଲାଦଳ ଦ୍ୱିତିୟ ଓ ଜାମପାଲି ଗ୍ରାମର ଗୋକୁଳେଶ୍ୱର ବାଉରୀ ଶବର ନୃତ୍ୟ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସାଂସ୍କୃତିକ ଦଳ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ ବୋଲି ଜଣାପଡିଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅବନୀକାନ୍ତ ସାହୁ,ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଓ ସକହାରୀ ଜିଲ୍‌ଲାପାଳ ବିରଞ୍ଚି କୁମାର ଧରୁଆ ଯୋଗଦେଇ କୃତି ସାଂସ୍କୃତିକ ଦଳଗୁଡିକୁ ବିଜେତା ଟ୍ରଫି ପ୍ରଦାନ କରିଥିଲେ ।
ବିଚାରକ ଭାବରେ ଜିଲ୍ଲା ପାଲା ସଂଘର ସଭାପତି କୃଷ୍ଣଚନ୍ଦ୍ର ମିଶ୍ର,ସମ୍ପାଦକ ବାଂଛାନିଧି ପ୍ରଧାନ ଓ ଦଣ୍ଡଗୁରୁ ସୁଦର୍ଶନ ସେଠୀ ଯୋଗଦେଇ ସହଯୋଗ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ସନ ଅଧିକାରୀ ମାନସ ରଂଜନ ସେଠୀ,ଗୋପାଳ ଅମାତ.ଅକ୍ଷୟ ମହାକୁଡ,ମଣ୍ଟୁ ପାଣ୍ଡେ ଓ ଯୁଧିଷ୍ଠିର ପଧାନୀ ପ୍ରମୁଖ ସହଯୋଗ କରିଥିଲେ ।
ଅବକାରୀ ବିଭାଗ ପକ୍ଷରୁ ଚଢାଉ ୧୭ ଲିଟର ଦେଶୀ ମଦ ଜବତ ୨ ଗିରଫ
ବøଦ୍ଧ,୩୦/୯: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୨ ଜଣକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାଇ, ବିଭାଗ ପକ୍ଷରୁ ବୌଦ୍ଧଥାନା ଅନ୍ତର୍ଗତ ସଦର ବ୍ଲକର ଜଗତି ଗ୍ରାମର ବେହେରା ସାହିର ବିପିନ ମହାଲିକଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ହରଭଙ୍ଗା ବ୍ଲକର ଚମ୍ପାପୁର ଗ୍ରାମର ବନମାଳୀ ବେହେରାଙ୍କ ଠାରୁ ୭ ଲିଟର ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି ।
ବୌଦ୍ଧଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ବୌଦ୍ଧ,୩୦/୯ : ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୌଦ୍ଧଜିଲ୍ଲାରେ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟ ଖୋଲାଯାଇଛି । ଦୀର୍ଘ ଦିନ ଧରି ଭାରପ୍ରାପ୍ତ ଅଧିକାରୀଙ୍କ ଅଧିନରେ ରହିଥିବା ବେଳେ ଗତବର୍ଷ ସ୍ଥାୟୀ ଅଧିକାରୀ ଭାବେ ଜିଲ୍ଲା ଅଧିକାରୀ ବିରେନ୍ଦ୍ର ସିଂ ବୋକେନ ଯୋଗଦାନ କରିଥିଲେ । ତାଙ୍କର ପଦୋନ୍ନତି ହୋଇଥିବା ବେଳେ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀକୁ ବଦଳି ହୋଇଛି ।
ଜିଲ୍ଲା ଅଧିକାରୀ ଦାୟିତ୍ୱ କନ୍ଧମାଳ ଜିଲ୍ଲା ଅଧିକାରୀଙ୍କ ଅଧିନରେ ରହିଥିବା ଜଣାପଡିଛି । କନ୍ଧମାଳ ଅଧିକାରୀ ନବନୀଭ କୁମାର ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ସିଂକୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ନେହେରୁ ଯୁବକେନ୍ଦ୍ରର ଡି.ଜି. ନୋମିନୀ ଦେବାଶିଷ ପୁରୋହିତ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ମହିନ୍ଦ୍ରନାଥ ଦେବତା, ଅଧ୍ୟାପକ ପ୍ରବିର କୁମାର ଦାସ. ଇଞ୍ଜିନିୟର ସଂଜୟ କୁମାର ପଣ୍ଡା, ସାମ୍ବାଦିକ ସଂପଦ କୁମାର ଅଗ୍ରୱାଲା, ଶଶାଙ୍କ ଶେଖର ମିଶ୍ର, ବିଧାନ ବଳ,ସତ୍ୟନାରାୟଣ ପାଣି, ମାରୱାଡି ଯୁବାମଂଚ ସଭାପତି ଅଙ୍କିତ କୁମାର ଅଗ୍ରୱାଲା. ଶୈଳେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଶ୍ରୀ ସିଂଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ତାଙ୍କ ଅଭିଭାଷଣରେ ବୌଦ୍ଧଜିଲ୍ଲାର ବିକାଶ ସଂପର୍କରେ ସମୀକ୍ଷା କରିଥିଲେ ଏବଂ ଯୁବକ ସଂଘର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ କାର୍ଯ୍ୟାଳୟ ତରଫରୁ ଉତ୍ତମ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031