Indus Valley Times

ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ

 Breaking News

ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ

ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ
November 25
20:18 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୫/୧୧ : ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ ହୋଇଯାଇଛି ।
ପରିବହନ ଅଧିକାରିଣୀ ମିଲି ସାହୁ, ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଡ଼. ବିଭୂତି ଭୂଷଣ ଆଚାର‌୍ୟ୍ୟ, କାଉନସେଲର ମାନସ ରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ହିମାଂଶୁ ଚରଣ ସାହୁ, ଦୁଷ୍ମନ୍ତ କୁମାର ସାହୁ, ପ୍ରମୁଖଙ୍କ ଉପସ୍ଥିତ ରେ ଏକ ବିରାଟ ଶୋଭାଯାତ୍ରା ରେ ମହାବିଦ୍ୟାଳୟ ଠାରୁ ବାହାରି ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ବସଷ୍ଟାଣ୍ଡ ରେ ପହଞ୍ଚିବା ପରେ ପୁଣି ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ସେଠାରେ ଏକ ସଭାର ଆୟୋଜନ ହୋଇଥିଲା ଏଥିରେ ଏନଫୋର୍ସମେଣ୍ଟ ଟିମ୍, ସ୍ଥାନୀୟ ଘରୋଇ ବସ୍ ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।
ରକ୍ଷକ ତାଲିମ୍ ଦାତା ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ତାଲିମ୍ ପ୍ରଦାନ କରିଥିଲେ । ଶେଷରେ ମାନସ ରଂଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
କନ୍ଧମାଳ ସାଂସଦଙ୍କ ଦ୍ଵାରା ବହୁ ପ୍ରତିକ୍ଷିତ ଇଣ୍ଡୋର ଷ୍ଟାଡିୟମ ପୁନଃ ଉଦଘାଟିତ
ବାଲିଗୁଡ଼ା, ୨୫/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର କ୍ରୀଡ଼ାବିତ ଙ୍କ ବହୁ ଦିନର ସ୍ବପ୍ନ ଆଜି ସାର୍ଥକ ହୋଇଛି । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଯଥା ରୀତିନୀତି ଅନୁସାରେ ମଙ୍ଗଳ ବାର ଉଦଘାଟିତ ହୋଇଯାଇଛି।
ଏହି ଅବସରରେ ପ୍ରଥମେ ବାଲିଗୁଡ଼ା ନଗର ବିଜେପି ପକ୍ଷରୁ କର୍ମୀ ଙ୍କ ଗହଣ ରେ ଏକ ବିରାଟ ପଟୁଆର ରେ ଆସି ସାଂସଦ ଶ୍ରୀ ପାଣିଗ୍ରାହୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି ଥିଲେ ।
ବାଲିଗୁଡା ଆଇ ଟି ଡି ଏ ଦ୍ୱାରା ୫୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି କର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇ ପୁନଃ ଉଦଘାଟନ କରାଯାଇଥିଲା ।
ଦୀର୍ଘଦିନ ଧରି ମରାମତି କାର୍ଯ୍ୟ ଚାଲୁ ଥିବାରୁ ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଖେଳାଳି ମାନେ ଅଭ୍ୟାସ କରିବାରୁ ବଞ୍ଚିତ ହୋଇ ରହିଥିଲେ। ଆଜି କିନ୍ତୁ କ୍ରୀଡାବିତ୍ ଓ କ୍ରୀଡ଼ା ପ୍ରଶାସକ ଙ୍କ ମନ ରେ ଖୁସିର ଲହରି ଖେଳି ଯାଇଛି।
ଆଜିର ଏହି ଉଦଘାଟନ ସମାରୋହ ରେ ଆଇଟିଡିଏ ବାଲିଗୁଡ଼ା ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା , ଉପଖଣ୍ଡ କ୍ରୀଡ଼ା ସଂସଦ ର ସାଧାରଣ ସମ୍ପାଦକ ଡ଼ଃ.ସୁଶାନ୍ତ କୁମାର ଦାଶ , ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ, ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031