Indus Valley Times

ଶୌଚାଳୟରୁ ମୃତଦେହ ମିଳିବା ଘଟଣା, ପରିଚୟ ଜାଣିବାକୁ ଲାଗିଲା ପୋଷ୍ଟର

 Breaking News

ଶୌଚାଳୟରୁ ମୃତଦେହ ମିଳିବା ଘଟଣା, ପରିଚୟ ଜାଣିବାକୁ ଲାଗିଲା ପୋଷ୍ଟର

ଶୌଚାଳୟରୁ ମୃତଦେହ ମିଳିବା ଘଟଣା, ପରିଚୟ ଜାଣିବାକୁ ଲାଗିଲା ପୋଷ୍ଟର
April 24
12:27 2023

ଭୁବନେଶ୍ୱର,୨୪/୪: ଭୁବନେଶ୍ୱର ରେଳ ଷ୍ଟେଶନରେ ଅଟକିଥିବା ଧାନବାଦ୍ ଏକ୍ସପ୍ରେସ୍ ଟଏଲେଟରେ ଅଚିହ୍ନା ମହିଳାଙ୍କୁ ହତ୍ୟା ଘଟଣାକୁ ରବିବାର ୩ଦିନ ବିତିଛି। ହେଲେ ମହିଳାଙ୍କ ପରିଚୟ ମିଳୁ ନ ଥିବାରୁ ଅଭିଯୁକ୍ତଙ୍କୁ ଧରିବା ସରକାରୀ ରେଲ୍ୱେ ଥାନା ପୋଲିସ (ଜିଆର୍ପି) ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି।
ତେଣୁ ପରିଚୟ ପାଇବା ପାଇଁ ଧନ୍ବାଦ୍ ଏକ୍ସପ୍ରେସ୍ରେ ମହିଳାଙ୍କ ପୋଷ୍ଟର ମାରିଛି ଜିଆର୍ପି। ରବିବାର ଟ୍ରେନ୍ର ବିଭିନ୍ନ ବଗିରେ ୨୦ରୁ ଉର୍ଦ୍ଧ୍ୱ ପୋଷ୍ଟର ମରାଯାଇଥିଲା। ତେବେ ସୋମବାର ଉକ୍ତ ଟ୍ରେନ ରୁଟ୍ରେ ପଡ଼ୁଥିବା ସମସ୍ତ ଷ୍ଟେଶନରେ ପୋଷ୍ଟର ମାରିବା ସହ ଭୁବନେଶ୍ୱରର କିଛି ବସ୍ତି ଅଞ୍ଚଳରେ ପୋଷ୍ଟର ମରାଯିବ ବୋଲି ଜିଆର୍ପି ପକ୍ଷରୁ ସୂଚନା ଦିଆଯାଇଛି।
ଉକ୍ତ ପୋଷ୍ଟରରେ ମହିଳାଙ୍କ ଫଟୋ ସହ ତାଙ୍କ ସମ୍ବନ୍ଧରେ କିଛି ତଥ୍ୟ ଦର୍ଶାଯାଇଛି। ପୋଷ୍ଟରରେ କୁହାଯାଇଛି, ମହିଳା ଜଣଙ୍କ ବିବାହିତ ବୋଲି ଜଣାପଡ଼ୁଥିବା ବେଳେ ତାଙ୍କ ଉଚ୍ଚତ୍ତା ପ୍ରାୟ ୫ ଫୁଟ, ଶରୀର ଗଠନ ପତଳା, ଶ୍ୟାମଳ ରଙ୍ଗ ଓ ସେ ସାଲୱାର କୁର୍ତ୍ତି ପିନ୍ଧିଥିଲେ। ହାତରେ ଲାଲ୍ ରଙ୍ଗର ଇମିଟେସନ୍ ଚୁଡ଼ି, ବେକରେ ଇମିଟେସନ୍ ମଙ୍ଗଳସୂତ୍ର ଓ ଗୋଡ଼ରେ ମୁଦି ପିନ୍ଧିଥିଲେ।
ଯଦି କୌଣସି ବ୍ୟକ୍ତି ଏହି ମହିଳାଙ୍କ ପରିଚୟ ପ୍ରଦାନ କରିବେ ତେବେ ତାଙ୍କ ନାଁ ଓ ଠିକଣା ଗୁପ୍ତ ରଖାଯିବ। ଏଥିସହ ସୂଚନାଦାତାଙ୍କୁ ଯଥୋଚିତ ଅର୍ଥରାଶୀ ପୁରସ୍କୃତ କରାଯିବ। ସୂଚନା ଦେବା ପାଇଁ ତେବେ ଏଥିସହ ଉକ୍ତ ପୋଷ୍ଟର ଜରିଆରେ ତଦନ୍ତକାରୀ ଅଧିକାରୀଙ୍କ ୩ଟି ମୋବାଇଲ ନମ୍ବର ଦିଆଯାଇଛି। ସେଗୁଡ଼ିକ ହେଲା ୯୪୩୮୧୨୨୫୨୮, ୯୪୩୮୯୧୬୮୯୨ ଓ ୭୦୦୮୨୯୭୯୪୭। ଜିଆର୍ପି ବିଭିନ୍ନ ଦିଗକୁ ତଦନ୍ତ ଜାରି ରଖିଥିବା ବେଳେ ମହିଳାଙ୍କ ପରିଚୟ ମିଳୁ ନ ଥିବାରୁ ଏହା ରହସ୍ୟ ହୋଇ ରହିଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30