Indus Valley Times

ଶ୍ରୀଅନନ୍ତ ପୁରୁଷୋତ୍ତମଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ,ଧାର୍ଯ୍ୟ ସମୟରେ ନୀତି ସମ୍ପନ୍ନ ଉପରେ ଗୁରୁତ୍ୱ

 Breaking News

ଶ୍ରୀଅନନ୍ତ ପୁରୁଷୋତ୍ତମଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ,ଧାର୍ଯ୍ୟ ସମୟରେ ନୀତି ସମ୍ପନ୍ନ ଉପରେ ଗୁରୁତ୍ୱ

ଶ୍ରୀଅନନ୍ତ ପୁରୁଷୋତ୍ତମଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ,ଧାର୍ଯ୍ୟ ସମୟରେ ନୀତି ସମ୍ପନ୍ନ ଉପରେ ଗୁରୁତ୍ୱ
June 11
20:22 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୧/୬ : ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶ୍ରୀଅନନ୍ତ ପୁରୁଷୋତ୍ତମ ପୂର୍ଣ୍ଣ ବିଗ୍ରହ ଠାକୁରଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ଖୋରଧା ବିଡ଼ିଓ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଜୁଲାଇ ୧୬ ତାରିଖରେ ରଥଯାତ୍ରା। ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ରୀତିନୀତି ସମ୍ପନ୍ନ ଏବଂ ଠାକୁରଙ୍କ ଶୃଙ୍ଖଳିତ ରଥଯାତ୍ରା ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା।
ପ୍ରସ୍ତୁତି ବୈଠକରେ ବିଭିନ୍ନ ଲାଇନ ଡ଼ିପାର୍ଟମେଣ୍ଟ ଅଧିକାରୀଙ୍କ ଅନୁପସ୍ଥିତ ନେଇ ଖୋରଧା ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ଶ୍ରୀଅନନ୍ତ ପୁରୁଷୋତ୍ତମ ପୂର୍ଣ୍ଣ ବିଗ୍ରହ ଠାକୁରଙ୍କ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଖୋରଧା ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।
ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଦେଇ ରଥ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ଏହି ସମୟରେ ରାଜପଥରେ ଯାନବାହନ ନିୟନ୍ତ୍ରଣ ଉପରେ ପୋଲିସ ସଜାଗ ରହିବେ।
ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ୱୟ ରହିଲେ ଚଳିତ ରଥଯାତ୍ରା ସୁଚାରୁ ରୂପେ ପରିଚାଳିତ ହୋଇପାରିବ ବୋଲି ବିଧାୟକ ଜଗଦ୍ଦେବ କହିଥିଲେ।
ଅନ୍ୟତମ ଅତିଥି ଜଟଣୀ ବିଧାୟକ ମନ୍ଦିର ପରିଚାଳନା କମିଟିକୁ ୨୦୧୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଆୟବ୍ୟୟ ହିସାବ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ।
ହେଲେ ସଦସ୍ୟ ମାନଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ କ୍ଷୋଭ ପ୍ରକାଶ କରିଥିଲେ। ରଥଯାତ୍ରା ସମୟରେ ବ୍ଲକ ପ୍ରଶାସନ ପକ୍ଷରୁ ପାନୀୟଜଳ ବ୍ୟବସ୍ଥା କରାଯିବ।
ସ୍ଥାନୀୟ ସରପଞ୍ଚ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବେ, ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପିଡବ୍ଲୁଡି ବିଭାଗ ପକ୍ଷରୁ ଏହାର ଯାଞ୍ଚ କରିବେ, ବିଦ୍ୟୁତ ଓ ଅଗ୍ନିଶମ ବିଭାଗ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସଜାଗ ରହିବା ସହ ବ୍ୟାପକ ପୁଲିସ ମୁତୟନ କରିବା କ୍ଷେତ୍ରରେ ଉପ ଜିଲ୍ଲାପାଳ ଧ୍ୟାନ ଦେବାକୁ ଜଟଣୀ ବିଧାୟକ ପରାମର୍ଶ ଦେଇଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ବିରେନ ଛୋଟରାୟ, ବୈକୁଣ୍ଠ ମହାପାତ୍ର, କୃପାସିନ୍ଧୁ ପାଲଟା ସିଂହ ,ଦିଲ୍ଳୀପ ପ୍ରଧାନଙ୍କ ସମେତ ଜାଗୁଳିପାଟଣା ଗ୍ରାମର ଅନେକ ବ୍ୟକ୍ତି ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930