Indus Valley Times

ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କଲା ବିଜେଡି, ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍

 Breaking News

ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କଲା ବିଜେଡି, ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍

ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କଲା ବିଜେଡି, ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍
February 28
16:44 2026

ଭୁବନେଶ୍ୱର, ୨୮/୨ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ନବୀନ। ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି ନବୀନ। ତେବେ ବିଜେଡି ପ୍ରାର୍ଥୀ ଘୋଷଣା ପରେ କୃତଜ୍ଞତା ଜଣାଇଛନ୍ତି ସଂତୃପ୍ତ ମିଶ୍ର। ଏବଂ କହିଛନ୍ତି “ମୋତେ ମିଳିଥିବା ଗୁରୁ ଦାୟିତ୍ବ ମୁଁ ସୂଚାରୁ ରୂପେ ସମ୍ପାଦନ କରିବି। ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵକୁ ନମ୍ରତାର ସହ ଗ୍ରହଣ କରୁଛି। ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି। ବିଜେଡିର ସମସ୍ତ ନେତୃବୃନ୍ଦ ମୋତେ ଆସ୍ଥାଭାଜନ ମନେ କରି , ବିଶ୍ଵାସ କରି ଓଡିଶାକୁ ଆଗକୁ ନେବା ପାଇଁ ଏହି ଦାୟିତ୍ଵ ଦେଇଛନ୍ତି\”।
ଅନ୍ୟପଟେ ଚତୁର୍ଥ ଆସନ ପାଇଁ ଦତ୍ତେଶ୍ୱର ହୋତାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଦତ୍ତେଶ୍ୱରଙ୍କୁ କମନ କ୍ୟାଣ୍ଡିଡେଟ୍ କହି ସମର୍ଥନ ଲୋଡିଛନ୍ତି ନବୀନ ପଟ୍ଟନାୟକ। ଦତ୍ତେଶ୍ୱରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ବୋଲି ନବୀନ କହିଛନ୍ତି।
ସେପଟେ ବିଜେଡି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ଦତ୍ତେଶ୍ଵର ହୋତା। ସେ କହିଛନ୍ତି, \”ନବୀନ ପଟ୍ଟନାୟକ ମୋତେ ଏହି ଦାୟିତ୍ଵ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ରାଜ୍ୟର ଉନ୍ନତି ଲାଗି ମୁଁ ସମସ୍ତ ପ୍ରଚେଷ୍ଟା କରିବି। ମୋର ଯାହା ବିଦ୍ୟା ମୁଁ ଅର୍ଜନ କରିଛି , ଯାହା ବି ମୋର ଜ୍ଞାନ ଅଛି , ବିଶେଷ କରି ସ୍ଵାସ୍ଥ୍ୟକ୍ଷେତ୍ରରେ ମୁଁ ନିଶ୍ଚିତ ଭାବରେ ଚେଷ୍ଟା କରିବି ଯାହାବି ଆମର ସୁବିଧା ଅସୁବିଧା ଅଛି , ତାହା ସମାଧାନ କରିବି। ଏଥିଲାଗି ସବୁ ଦଳ ଠାରୁ ସମର୍ଥନ ପାଇବା ଲାଗି ଆଶା ରଖିଛି।\”
ରାଜ୍ୟସଭା ପ୍ରାର୍ଥୀ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ୟୁରୋଲୋଜି କ୍ଷେତ୍ରରେ ତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ଝଉଈ ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ। ଝଉଈ ମେଡିକାଲ୍ କଲେଜର ଅଧ୍ୟକ୍ଷ ଥିଲେ। ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିଲେ। କିଡନି ଟ୍ରାନ୍ସପ୍ଲାଣ୍ଟ, ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ପ୍ରତିଷ୍ଠାରେ ଅବଦାନ ରହିଛି। ଜଟିଳ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ସେହିପରି ସଂତୃପ୍ତ ମିଶ୍ର ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31