Indus Valley Times

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

 Breaking News

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

September 25
20:51 2024
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୫/୯ : ୟୁଥ୍ ରେଡ୍ କ୍ରସ୍ ଓ ଏନ୍ଏସଏସ ୟୁନିଟ ର ମିଳିତ ସହଯୋଗରେ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।
ଏହି ଶିବିରକୁ ମହାବିଦ୍ୟାଳୟର ରାଜେନ୍ଦ୍ର କୁମାର ମିଶ୍ର ଉଦ୍ଘାଟନ କରିଥିଲେ।ଏନ୍ଏସଏସ ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଜିତ୍ କୁମାର ଭୋଇ ଏବଂ ୟୁଥ୍ ରେଡ୍ କ୍ରସ ର ଜିଲ୍ଲା ପରାମର୍ଶ ଦାତା ଦଇତାରୀ ପୁଝାରୀ ଅତିଥି ରୂପେ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।
ମହାବିଦ୍ୟାଳୟର ୟୁଥ୍ ରେଡ୍ କ୍ରସ ର ପରାମର୍ଶଦାତା ଅଧ୍ୟାପକ ପ୍ରଦୀପ୍ତ ବଲ୍ଲଭ ପାଣିଗ୍ରାହୀ ଏବଂ ଏନ୍ଏସଏସ ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଯୁଧିଷ୍ଟିର ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଟିତ ହୋଇଥିଲା।
ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ ବ୍ୟାଙ୍କ୍ ଅଧିକାରୀ ସହୟୋଗ କରିଥିଲେ।ଉକ୍ତ ରକ୍ତଦାନ ଶିବିର ରେ ମୋଟ୍ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପିକା ଜସ୍ମିନ କୁମାରୀ ନନ୍ଦ,ରାଜନୀତି ବିଜ୍ଞାନ ଅଧ୍ୟାପିକା ବର୍ଷା ପଟେଲ,ଶିକ୍ଷା ବିଭାଗ ଅଧ୍ୟାପିକ ଗାର୍ଗୀ ମିଶ୍ର, ଗ୍ରନ୍ତାଧ୍ୟକ୍ଷ ଶ୍ରୀ ପ୍ରିତମ କୁମାର ପଣ୍ଡା,କ୍ରୀଡା ଅଧ୍ୟାପକ ରଘୁନାଥ ଭୋଇ,କିରାଣୀ ରମାଇ ସିଂ, ରମାଇ ରଣା,ପିଅନ ପ୍ରଭାତ କୁମାର ବେହେରା,ଭଗବାନ ରାଉତ୍,ରାତ୍ରି ଜଗୁଆଳି ଶିବ ପଟେଲ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031