Indus Valley Times

ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର, ଏହିଦିନ ମିଳିବ ଟଙ୍କା

 Breaking News

ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର, ଏହିଦିନ ମିଳିବ ଟଙ୍କା

ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର, ଏହିଦିନ ମିଳିବ ଟଙ୍କା
July 22
21:00 2025

ଭୁବନେଶ୍ୱର, ୨୨/୭: ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ଅଙ୍ଗନବାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ । ଆଇଆଇଏମ୍ ସମ୍ବଲପୁରର ମଡେଲ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସହଯୋଗରେ ମହିଳା ଶିଶୁ ବିକାଶର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପି ଏହି ସୁଭଦ୍ରା ଯୋଜନାର ସମୀକ୍ଷା କରାଯିବ ।
ରାଜ୍ୟର ୨୦୦ରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରାଯିବ । ଏକ ସ୍ଵତନ୍ତ୍ର ଆପ ମାଧ୍ୟମରେ ଏହି ସବୁ ସମିକ୍ଷା ହେବ ।
ସୁଭଦ୍ରା ଯୋଜନା ଦୁଇଥର ପାଇବା ପରେ ତାହାକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ହିତାଧିକାରୀ କିପରି ଦୁଇଟି କିସ୍ତିର ଟଙ୍କା ଖର୍ଚ୍ଚ କରିଛନ୍ତି ଏହି କାର୍ଯ୍ୟକ୍ରମରେ ତାର ଅନୁଧ୍ୟାନ କରାଯିବ । ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମେମ୍ବରଙ୍କ ସହ ପିଆରଆଇ ମେମ୍ବର, ଅଙ୍ଗନବାଡ଼ି ମେମ୍ବର ଓ ହେଲ୍ପରଙ୍କ ସହ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ଏହି ଦିଗରେ କାର୍ଯ୍ୟ କରିବେ ।
ପାଖାପାଖି ୨୨ ହଜାର ମହିଳାଙ୍କ ଏହାର ସମୀକ୍ଷା କରିବେ, ଏଥିପାଇଁ ସେମାନଙ୍କୁ ପାଖାପାଖି ୧ ମାସ ସମୟ ଲାଗିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ସେହିପରି ଆସନ୍ତା ରକ୍ଷାବନ୍ଧନ ଅବସରରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପାଇବେ ହିତାଧିକାରୀ । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ କିସ୍ତି ପାଇନାହାନ୍ତି ତାଙ୍କ ଉପରେ ରିଭ୍ୟୁ କରାଯିବ ।
ଏଥିପାଇଁ ଆସନ୍ତା ୨ ଦିନ ମଧ୍ୟରେ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ ଏବଂ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାର ଲାଭ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930