Indus Valley Times

‘ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି

 Breaking News

‘ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି

‘ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି
August 11
21:15 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୧/୮: ଆଜି ନୟାଗଡ଼ ଜିଲ୍ଲାରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୯.୩୦ ମିନିଟ୍ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ ହୋଇ ନଗର ପରିକ୍ରମା କରି ଦୁର୍ଗାପ୍ରସାଦ ଖେଳପଡ଼ିଆ ପର୍ଯ୍ୟନ୍ତ ଯାଇ ପୁନଶ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହା ସଫଳତାର ସହ ସମ୍ପନ୍ନ ହୋଇଯାଇଛି ।
ଏହି ତ୍ରିରଙ୍ଗା ରାଲିରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ,ଉପ ଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର, ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ ।
ଏହି ଶୋଭାଯାତ୍ରାରେ ପ୍ରାୟ ୨୦୦ ମିଟର ଦୀର୍ଘ ବିଶାଳ ତ୍ରିରଙ୍ଗା ପତାକା, ଯାହାକୁ ଛାତ୍ରଛାତ୍ରୀ, ଅଧିକାରୀ ଓ ଜନସାଧାରଣ ଅତ୍ୟନ୍ତ ଗୌରବର ସହ ବହନ କରି ନଗର ପରିକ୍ରମା କରିଥିଲେ।
ଏହି ଅବସରରେ ପ୍ରାୟ ୩,୦୦୦ ଲୋକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ଭାବନାକୁ ପ୍ରତ୍ୟେକ ନାଗରିକଙ୍କ ମନରେ ଜାଗ୍ରତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରାଲି ମାଧ୍ୟମରେ ଆହ୍ୱାନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31