Indus Valley Times

ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ

 Breaking News

ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ

ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ
March 01
10:27 2025

ସମ୍ବଲପୁର,୧/୩ : ମାର୍ଚ୍ଚ ୧ରୁ ସମଗ୍ର ରାଜ୍ୟରେ ରାଶନକାର୍ଡ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଠିକ୍ ଭାବେ ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାଶନ କାର୍ଡ ପ୍ରଦାନ କରାଯିବ ବୋଲି ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ଶୁକ୍ରବାର ସମ୍ବଲପୁର ସର୍କିଟ୍ ହାଉସ୍‌ରେ ଜିଲାସ୍ତରୀୟ ପ୍ରଶାସନିକ ସମୀକ୍ଷା ବୈଠକ ପରେ ଅପରାହ୍ନରେ ଖବରଦାତାଙ୍କୁ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ରାଶନକାର୍ଡ଼ରୁ ବାଦ ଦିଆଯିବ ନାହିଁ। ପୂର୍ବ ସରକାରଙ୍କ ଅପାରଗତାରୁ ବହୁ ସଂଖ୍ୟାରେ ଅଯୋଗ୍ୟ ବା ଭୁତ ରାଶନକାର୍ଡ ଧାରି ରହିଥିଲେ।
ସମ୍ବଲପୁରରେ ଚଳିତ ଖରିଫ ଧାନ ସଂଗ୍ରହ ସନ୍ତୋଷ ଜନକ ରହିଛି। ସେ କହିଥିଲେ, ଜିଲାରେ ଇ-କେୱାସି ପ୍ରକ୍ରିୟା ୯୨ ପ୍ରତିଶତ ଶେଷ ହୋଇଥିବାବେଳେ ମାର୍ଚ୍ଚ ୩୧ ସୁଦ୍ଧା ଏହି ପ୍ରକ୍ରିୟାକୁ ଶେଷ କରାଯିବ। ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଯୋଗାଣ ଅଧିକାରୀ ତଥା ଭାରପ୍ରାପ୍ତ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ବୀରେନ୍ଦ୍ର ସୋରେଙ୍ଗ, ସମ୍ବଲପୁର ସମବାୟ ସମିତି ସମୂହ ଉପନିବନ୍ଧକ ଗେଜନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930