Indus Valley Times

୭୨ ବର୍ଷୀୟ ବୟଷ୍କଙ୍କ ତଣ୍ଟିରୁ ବାହାରିଲା ନଡ଼ିଆ ଆକାରର ଟ୍ୟୁମର

 Breaking News

୭୨ ବର୍ଷୀୟ ବୟଷ୍କଙ୍କ ତଣ୍ଟିରୁ ବାହାରିଲା ନଡ଼ିଆ ଆକାରର ଟ୍ୟୁମର

October 28
13:44 2022

ନୂଆଦିଲ୍ଲୀ,୨୮/୧୦: ଜଣେ ୭୨ ବର୍ଷୀୟ ବୟଷ୍କଙ୍କ ତଣ୍ଟିରୁ ବାହାରିଲା ବିରାଟ ଟ୍ୟୁମର । ଯାହାକୁ ଦେଖି ଡାକ୍ତରବି ଆଶ୍ଚର୍ଯ୍ୟ ହୋଇଗଲେ । ବିହାରର ବେଗୁସରାଇ ଜିଲ୍ଲାରେ ରହୁଥିବା ଜଣେ ବୃଦ୍ଧଙ୍କ ତଣ୍ଟିରୁ ବାହାରିଛି ନଡିଆ ଆକାରର ଟ୍ୟୁମର । ଅସ୍ତ୍ରୋପଚାର ଦ୍ୱାରା ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଡାକ୍ତରମାନେ ବେଶ ସଫଳତାର ସହ ବିରାଟ ଟ୍ୟୁମରକୁ ବାହାର କରିବାରେ ସକ୍ଷମ ହୋଇଛନ୍ତି।
ଏହାକୁ ବାହାର କରିବା ବେଳେ ରୋଗୀ ଜଣଙ୍କ ଯେମିତି ନିଜର କଣ୍ଠସ୍ୱର ନ ହରାଇବେ, ତା’ ଉପରେ ମଧ୍ୟ ଡାକ୍ତରମାନେ ଗୁରୁତ୍ୱ ଦେଇଛନ୍ତି।
ବିହାରର ବେଗୁସରାଇ ଜିଲ୍ଲାରେ ରହୁଥିବା ଏହି ୭୨ ବର୍ଷୀୟ ବୃଦ୍ଧ ଜଣଙ୍କ ନିଃଶ୍ୱାସରେ କଷ୍ଟ ଅନୁଭବ କରିବା ସହ ୬ ମାସ ହେଲା ଠିକ ଭାବେ ଖାଇ ପାରୁ ନଥିଲେ। ସ୍ଥିତି ଏପରି ହୋଇଥିଲା ଯେ ତାଙ୍କ ଜୀବନ ଶୈଳୀ ମଧ୍ୟ ବଦଳି ଯାଇଥିଲା। ଶେଷରେ ବୃଦ୍ଧ ଜଣଙ୍କ ତାଙ୍କ ପରିବାର ଗତ ମାସରେ ସାର ଗଙ୍ଗା ରାମ ହସ୍ପିଟାଲକୁ ଆଣିଥିଲେ। ଇଏନଟି ବିଭାଗରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା।
ମୁଣ୍ଡ, ବେକ ଓ ଓନକୋ ସର୍ଜରୀ ବିଭାଗର ଡାକ୍ତର ସଙ୍ଗୀତ ଅଗ୍ରୱାଲ କହିଛନ୍ତି, ମୋର ଦୀର୍ଘ ବର୍ଷର ଡାକ୍ତରୀ କ୍ୟାରୟର ମଧ୍ୟରେ ମୁଁ ଅନେକ ପ୍ରକାରର ବଡ଼ବଡ଼ ତଣ୍ଟି ଟ୍ୟୁମର କେସ୍ର ସମ୍ମୁଖୀନ ହୋଇଛି। ହେଲେ ଏହି କେସ୍ଟି ଅତ୍ୟନ୍ତ ଅଲଗା ଥିଲା। କାରଣ ଏହାର ଆକାର ଓ ଓଜନ ସବୁ ଟ୍ୟୁମର ଠାରୁ ଅଲଗା ଥିଲା। ତଣ୍ଟିରେ ହେଉଥିବା ଟ୍ୟୁମରର ଓଜନ ସାଧାରଣତଃ ୧୦ରୁ ୧୫ ଗ୍ରାମ ରହିଥାଏ।
ସେହିପରି ୩ରୁ ୪ ସେମି ମଧ୍ୟରେ ଏହାର ଆକାର ରୁହେ। ହେଲେ ଏହି କେସ୍ରେ ତଣ୍ଟିରେ ଥିବା ଟ୍ୟୁମରର ଆକାର ଗୋଟିଏ ନଡ଼ିଆ ଭଳି। ଏହାର ସାଇଜ ୧୮ରୁ ୨୦ ସେମି ଥିଲା। ଏତେ ବଡ଼ ଟ୍ୟୁମରକୁ କାଢ଼ିବା ବେଳେ ବ୍ୟକ୍ତିଙ୍କ କଣ୍ଠସ୍ୱରକୁ ମଧ୍ୟ ସୁରକ୍ଷିତ ରଖିବା ବେଶ ଚ୍ୟାଲେଞ୍ଜିଂ ଥିଲା।
ବେଶ ଭଲ ଭାବେ ଟ୍ୟୁମରକୁ କଢ଼ା ଯିବା ସହ ରୋଗୀଙ୍କ ବାଇଲାଟେରାଲ ଭୋକାଲ କୋର୍ଡ ସ୍ନାୟୁକୁ ସୁରକ୍ଷିତ ରଖାଯାଇଛି। ୱିଣ୍ଡ ପାଇପ ଚାପି ହୋଇଯାଇଥିବାରୁ ସ୍ୱତନ୍ତ୍ର ଶୈଳୀରେ ନିସ୍ତେଜ ଦେବାକୁ ପଡ଼ିଥିଲା। ପ୍ରାୟ ୩ ଘଣ୍ଟା କାଳ ଅପରେସନ ପରେ ଟ୍ୟୁମରକୁ ବାହାର କରାଯାଇଥିବା ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031