Indus Valley Times

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ

 Breaking News

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ
September 27
20:38 2023

ଭୁବନେଶ୍ବର,୨୭/୯: ରାଜ୍ୟ ସରକାରଙ୍କ ଦ୍ବାରା ଆସନ୍ତା ୨ ତାରିଖରେ ଆରମ୍ଭ ହେବାକୁ ଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ‘ଲକ୍ଷ୍ମୀ’ ଯୋଜନାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛି।
ଆସନ୍ତା ଅକ୍ଟୋବର ୧୦ ତାରିଖରେ ରାଜ୍ୟବ୍ୟାପି ଯାତ୍ରୀବାହୀ ବସ୍ ଧର୍ମଘଟ ହେବ। ଫଳରେ ସେହିଦିନ ଯାତ୍ରୀବାହୀ ବସ୍ଗୁଡ଼ିକ ଚଳାଚଳ ବନ୍ଦ ରହିବ। ଏହା ଦ୍ବାରା ଘରୋଇ ବସ୍ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଅସୁବିଧାର ସାମ୍ନା କରିବେ।
ଅଲ ଓଡ଼ିଶା ବସ୍ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ବସ୍ ଧର୍ମଘଟ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଅଲ ଓଡ଼ିଶା ବସ୍ ମାଲିକ ସଙ୍ଘରେ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।
ଆସନ୍ତା ୧୦ତାରିଖରେ ସାରା ରାଜ୍ୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ ଧର୍ମଘଟ ହେବ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ବସ ଧର୍ମଘଟ ହେବ।
ଆସନ୍ତା ୨ତାରିଖରେ ମାଲକାନଗିରିରେ ଏହି ଯୋଜନାର ଶୁଭାରମ୍ଭ ହେଉଥିବାରୁ ସେହି ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରହିବ।
ବାହାର ଜିଲ୍ଲାରୁ କୌଣସି ବସ୍ ସେହି ୪ଜିଲ୍ଲା (କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁର)କୁ କୌଣସି ବସ ଯିବ ନାହିଁ ବୋଲି ଏହି ବୈଠକ ରେ ନିଷ୍ପତ୍ତି ହୋଇଛି। ଲକ୍ଷୀ ବସ ଯୋଜନା ଆରମ୍ଭ ପୂର୍ବରୁ ଆଜି ବସ ମାଲିକ ସଙ୍ଘ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଅନେକେ ଦାବି ରଖିଛି।
ସେହି ଦାବି ପୂରଣ ନକଲେ ବସ ଧର୍ମଘଟ ହେବ ବୋଲି ଅଲ ଓଡ଼ିଶା ବସ ମାଲିକ ସଙ୍ଘ ବୈଠକରେ ନିଷ୍ପତ୍ତି ନେବା ସହ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031