Indus Valley Times

ଅକ୍ଷୟ ପରିଜାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ: ନ୍ୟୁଡ୍ ଫଟୋ ରଖି ବ୍ଲାକ୍‌ମେଲିଂ କରୁଛନ୍ତି

 Breaking News

ଅକ୍ଷୟ ପରିଜାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ: ନ୍ୟୁଡ୍ ଫଟୋ ରଖି ବ୍ଲାକ୍‌ମେଲିଂ କରୁଛନ୍ତି

September 30
13:15 2022

ଭୁବନେଶ୍ୱର, ୩୦/୯:ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଅଭିନେତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ । ଅଭିନେତ୍ରୀ କରାଇବା ଆଳରେ ଅକ୍ଷୟ ପରିଜା ଯୌନ ନିର‌୍ୟାତନା ଦେଉଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ।
ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ସମ୍ପୃକ୍ତ ଯୁବତୀ ଅକ୍ଷୟ ପରିଜାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ ବିବାହ ଠିକ୍ ହେବା ପରେ ଅତ୍ୟାଚାର ବଢ଼ିଥିଲା। ଯଦି, ସେ ଆଉ କାହାକୁ ବାହା ହେବେ ତା’ହେଲେ ତାଙ୍କୁ ଜୀବନରେ ମାରି ଦେବାକୁ ଅକ୍ଷୟ ପରିଜା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ପୋଲିସରେ କୌଣସି ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ‘ମୁଁ ହରିଜନ ଜାତିର ଝିଅ। ଦୀର୍ଘ ବର୍ଷ ହେଲା ପ୍ରଯୋଜକ ଅକ୍ଷୟ ପରିଜା ମୋ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି। ମୋର ନ୍ୟୁଡ୍ ଫଟୋ ରଖି ବ୍ଲାକ୍ମେଲିଂ କରୁଛନ୍ତି। ମୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି। ଏହାର ପ୍ରତିବାଦ କରିବାରୁ ଧମକ ଦେଇ ଜୀବନରୁ ମାରି ଦେବାକୁ କହୁଛନ୍ତି। ମୋର ବାହାଘର ଠିକ୍ ହୋଇଯାଇଛି। ସେ କହୁଛନ୍ତି, ତୁ ଯଦି ବାହା ହେବୁ ସେ ପୁଅ ସହ ରଖେଇ ଦେବିନି।’

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031