Indus Valley Times

ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଅଧ୍ୟକ୍ଷଙ୍କ ଉପରେ ମରଣାନ୍ତକ ଆକ୍ରମଣ

 Breaking News

ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଅଧ୍ୟକ୍ଷଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଅଧ୍ୟକ୍ଷଙ୍କ ଉପରେ ମରଣାନ୍ତକ ଆକ୍ରମଣ
March 03
23:47 2023

ପାରାଦୀପ,୨ା୩:ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ କୁମାର ଦାସଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଶ୍ରୀ ଦାସ ରାତି ପ୍ରାୟ ୧୦ଟା ସମୟରେ ନିଜ ଘର ମଧୁବନ ଜଗନ୍ନାଥ ମନ୍ଦିର ନିକଟସ୍ଥ ଜଗନ୍ନାଥ କଲୋନୀ(ବଙ୍ଗାଳୀପଡା)କୁ ମୋଟର ସାଇକେଲ ଯୋଗେ ଫେରୁଥିବା ବେଳେ ଏହି ଆକ୍ରମଣର ଶୀକାର ହୋଇଥିଲେ ।
ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଅଠରବାଙ୍କୀ ମେଡିକାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଆକ୍ରମଣ ଘଟଣା ସମ୍ପର୍କରେ ଶ୍ରୀ ଦାସଙ୍କ ଝିଅ ଗଙ୍ଗା ଦାସ ବୁଧବାର ଦିନ ରାତିରେ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ପୋଲିସ୍ ଆକ୍ରମଣ ଘଟଣାରେ ସଂପୃକ୍ତି ନେଇ ଜଗନ୍ନାଥ କଲୋନୀର ଜଣେ ବ୍ୟକ୍ତିଙ୍କ ଥାନାକୁ ଆନି ପଚରା ଉଚରା କରୁଥିବା ଜଣାପଡିଛି ।
ପ୍ରକାଶଥାଉକି, ପାରାଦୀପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ସମୟରେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଶ୍ରୀ ଦାସ ଆଣି ପ୍ରତିଷ୍ଠା କରାଇଥିଲେ । ଏହା ପରେ ତାଙ୍କୁ ବିଜେପି ଜିଲ୍ଲା ଉପସଭାପତି ପଦବୀରୁ ବହିଷ୍କାର କରାଯାଇଥିଲା । ଦଳୀୟ ଅନ୍ତ କନ୍ଦଳ କିମ୍ବା ବସ୍ତିରେ ଅନ୍ତ କନ୍ଦଳକୁ ନେଇ କିଛି ଦିନ ହେଲା ଶ୍ରୀ ଦାସ ବିବାଦ ଘେରରେ ରହି ଆସିଥିଲେ ।

ପାରାଦୀପ ପୌର କାର୍ଯ୍ୟାଳୟରେ ସାଇକେଲ ବଣ୍ଟନ
ପାରାଦୀପ,୨ା୩:ଗୁରୁବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ପୌର ପାଳିକାରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ସାଇକେଲ ବଣ୍ଟନ କରିଥିଲେ । ଅନୁରୂପ ଭାବେ ପାରାଦୀପ ପୌର କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଅଧିନରେ ସାଇକେଲ ବଣ୍ଟନ କରାଯାଇଥିଲା ।
ପାରାଦୀପର ପୌରପାଳ ବସନ୍ତ ବିଶ୍ୱାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପକୁ ପ୍ରଶଂସା କରିଥିଲେ । ପାରାଦୀପ ପୌର ପାଳିକା ଅଧିନରେ କାର୍ଯ୍ୟରତ ଏମ୍‌.ସି.ସି.ପଏଣ୍ଟ, ସ୍ୱଛ କର୍ମୀ,ସ୍ୱଛ ସାଥୀ, ଜଳ ସାଥୀ,ଆହାର କେନ୍ଦ୍ରକର୍ମୀମାନଙ୍କୁ ୮୦ ଗୋଟି ସାଇକେଲ ପ୍ରଦାନ କରାଯାଇଥିଲା । ପୌରପାଳ ଶ୍ରୀ ବିଶ୍ୱାଳଙ୍କ ସମେତ ପୌର ଉପାଧ୍ୟକ୍ଷା ଓ ପାରିଷଦମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ରାଧାକୃଷ୍ଣ ଗୋରସ ସମିତିର ପ୍ରସ୍ତୁତି ବୈଠକ
ପାରାଦୀପ,୨ା୩:ପାରାଦୀପ ଷଣ୍ଢକୁଦ ଅଂଚଳରେ ଥିବା ସର୍ବପୁରାତନ ଅନୁଷ୍ଠାନ ରାଧାକୃଷ୍ଣ ଗୋରସ ସମିତି ପକ୍ଷରୁ ୨୩ ତମ ପଂଚୁ ଦୋଳମେଳଣ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଗଦାଧର ଦାସ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ୧୨ ତାରିଖ ଦିନ ଲଉଡି ଖେଳ ଶୋଭାଯାତ୍ରା ଏବଂ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବା ସହ ୧୩ ତାରିଖ ଦିନ ସଂଧ୍ୟାରେ ଲଉଡି ଖେଳ ପ୍ରତିଯୋଗିତା,୧୪ ଓ ୧୫ ତାରିଖ ଦିନ ମୁକ୍ତାକାଶ ନାଟକ ପରିବେଷଣ କରାଯିବ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ସଭାପତି ଶ୍ରୀ ଦାସ ନିବେଦନ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ନୃସିଂହ ଚରଣ ବେହେରା, ନିତ୍ୟାନନ୍ଦ ବେହେରା,ଅମୁଲ୍ୟ ଦାସ,ରମେଶ ଦାସ,ଅଜୟ ବେହେରା, ମଧୁସୂଦନ ପରିଡା,ଅନିରୁଦ୍ଧ ଗାଇଆ,ମହେନ୍ଦ୍ର ପଲେଇ,ଶ୍ରୀକାନ୍ତ ଶୁକ୍ଲ ପ୍ରମୁଖ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031