Indus Valley Times

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ବୌଦ୍ଧ ପକ୍ଷରୁ ୧୨ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ

 Breaking News

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ବୌଦ୍ଧ ପକ୍ଷରୁ ୧୨ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ବୌଦ୍ଧ ପକ୍ଷରୁ ୧୨ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ
June 16
10:17 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୬ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ବୌଦ୍ଧ ପକ୍ଷ ରୁ ଜଙ୍ଗଲ ଅଧିକାର ନିୟମ -୨୦୦୬ ଅନୁଯାୟୀ ସର୍ବମୋଟ ୧୨ଜଣ ହିତାଧିକାରୀ ଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ କରାଯାଇଥିଲା ।
ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜ଼ିଲ୍ଲା ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ପଟ୍ଟା ବଣ୍ଟନ କରିଥିଲେ ।
ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା ସ୍ୱାଗତ ଭାଷଣ ପ୍ରଦାନ ଓ ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୌମ୍ୟ ରଞ୍ଜନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟ ମାନଙ୍କ ମଧରେ ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତି ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମକୁ ମେଂଢ଼ୀମାଲ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ପ୍ରମୋଦ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି ଅବସରରେ ରେ ପ୍ରଧାନଶିକ୍ଷକ, ଝାଡ଼ରାଜିଙ୍ଗ, ପ୍ରଧାନଶିକ୍ଷକ, ବାଳିକା ଉଚ୍ଚ ବିଦ୍ୟାଳୟ, ବଡ଼ବନ୍ଧ ଏବଂ ସଂସ୍କୃତ ଶିକ୍ଷକ ପ୍ରମୋଦ ପ୍ରଧାନ ଙ୍କୁ ଭଲ କାମ କରିଥିବାରୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031