Indus Valley Times

ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା

 Breaking News

ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା

ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା
April 25
12:27 2023

ମୟୂରଭଞ୍ଜ,୨୫/୪: ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆଡିହା ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ ଘଟିଛି ଘଟିଥିବା ଜଣାପଡ଼ିଛି।
ଖବରରୁ ପ୍ରକାଶ କି ଏହି ଗ୍ରାମରେ ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ବାପୁନ(ମଧୁ) ଟୁଡୁ ଜନୈକ ଯୁବକଙ୍କୁ ଏକ ଗଛରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶରେ ପିଟିପିଟି ମାରି ଦେଇଛନ୍ତି।
ନାଚ ମଝିରୁ ଜାସାୟଙ୍କର ସ୍ତ୍ରୀଙ୍କ ସହିତ ଅନ୍ୟତ୍ର ନେଇ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ବାପ ପୁଅ ଦେଖି ଦେଇଥିଲେ। ତାପରେ ବାନ୍ଧି ଆଣି ଗଛରେ ବାନ୍ଧି ଅଭିଯୁକ୍ତକୁ ପିଟିପିଟି ଜୀବନରୁ ମାରି ଦେଲେ ।
ସୂଚନାଯୋଗ୍ୟ, ଗତ ସୋମବାର ଉକ୍ତ ଗ୍ରାମରେ ଜାହୀରା ପୂଜା ଚାଲିଥିଲା ଏବଂ ପୂଜା ପରେ ପାରମ୍ପରିକ ନୃତ୍ୟ ଚାଲିଥିଲା। ଏହି ସମୟରେ ସୁରେଇଡ଼ିହି ପଞ୍ଚାୟତ ଗଣ୍ଡିଗୋଧା ଗ୍ରାମର ସୁନାରାମ ଟୁଡୁ (୨୫) ଜାସାୟଙ୍କ ସ୍ତ୍ରୀଙ୍କ ସହିତ ନାଚ ଚାଲିଥିବା ସ୍ଥାନରେ କେଉଁଆଡ଼େ ଚାଲିଯାଇଥିଲେ।
ତେବେ ଜାସାୟଙ୍କର ସନ୍ଦେହ ହେବାରୁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଘରକୁ ଯାଇ ଦେଖିଲା ବେଳକୁ ଦୁହେଁ ଅନୈତିକ କାର‌୍ୟ୍ୟରେ ଲିପ୍ତ ରହିଛନ୍ତି । ଏହା ଦେଖି ଜାସାୟ ଏବଂ ତାଙ୍କ ପୁଅ ମଧୁ ସୁନାରାମଙ୍କୁ ଧରି ଆଣି ଘରପାଖ ଏକ ଜାଲାହି ଗଛରେ ଏକ ଦଉଡିରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ପିଟିପିଟି ଜୀବନରୁ ମାରିଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031