Indus Valley Times

ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

 Breaking News

ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

February 24
12:31 2025

ଅଯୋଧ୍ୟା, ୨୪/୨ : ଉତ୍ତର ପ୍ରଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଯୋଧ୍ୟାରେ ପହଁଚିଛନ୍ତି । ମୁଖ୍ୟମନ୍ତ୍ରୀ ସପରିବାର ମହାପ୍ରଭୁ ରାମ ଲାଲାଙ୍କ ଦର୍ଶନ କରିଛନ୍ତି । ଓଡ଼ିଶାବାସୀଙ୍କ ମଙ୍ଗଳା କାମନା କରିବା ସହିତ କରୁଣା, ନ୍ୟାୟ ଏବଂ ସେବା ପଥରେ ମାର୍ଗଦର୍ଶନ କରିବାକୁ ରାମଲାଲଙ୍କ ନିକଟରେ ଭିକ୍ଷା କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ପତ୍ନୀ ଏବଂ ପୁଅ ସହିତ ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ଏହା ପରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି ।
ମହାକୁମ୍ଭ ମେଳାର ଶେଷ ସପ୍ତାହ ଚାଲିଛି । ମହାଶିବ ରାତ୍ରୀରେ ଶେଷ ଅମୃତ ସ୍ନାନ ଅନୁଷ୍ଠିତ ହେବ । ୧୪୪ ବର୍ଷ ପରେ ବିଶେଷ ମୁହୂର୍ତ୍ତ ଆସିଥିବାରୁ ଆଶୀତୀତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଯେଉଁଠି ସରକାର ମାତ୍ର ୪୦ କୋଟି ଶଦ୍ଧାଳୁଙ୍କ ସମାଗମ ନେଇ ଆକଳନ କରିଥିଲେ ତାହା ଭୁଲ ପ୍ରମାଣିତ ହୋଇଛି ।
ଏପର୍ଯ୍ୟନ୍ତ ମହାକୁମ୍ଭରେ ୬୨ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି ବୋଲି ମହାକୁମ୍ଭ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଗାମୀ ଦୁଇ ଦିନରେ ଆହୁରି ଭିଡ଼ ପରିଲକ୍ଷିତ ହେବାର ସମ୍ଭାବନା ରହିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930