Indus Valley Times

ଅର୍ଚ୍ଚନା ନାଗ ମାମଲା: ୨୨୪୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି

 Breaking News

ଅର୍ଚ୍ଚନା ନାଗ ମାମଲା: ୨୨୪୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି

ଅର୍ଚ୍ଚନା ନାଗ ମାମଲା: ୨୨୪୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି
January 09
18:38 2023

ଭୁବନେଶ୍ବର,୯/୧ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର‌୍ୟ୍ୟାୟ ଚାର୍ଜସିଟ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦାଖଲ କରିଛି। ୨୪୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କ ନାମ ରହିଛି ।
ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଛି । ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ କରିଛି । ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି । କିଛିଦିନ ତଳେ ଇଡି ଉକ୍ତ କୋଠା ମାପଚୁପ କରିଥିଲା ।
ସେହିପରି କମିସନରେଟ ପୁଲିସରେ ଅର୍ଚ୍ଚନା ନାଗଙ୍କ ନାଁରେ ହୋଇଥିବା ମାମଲାରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇସାରିଛି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ମାମଲାର ଚାର୍ଜସିଟି ଜେଏମ୍ଏଫସି କୋର୍ଟରେ ଦାଖଲ ହୋଇସାରିଛି।
୫୦୧ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅର୍ଚ୍ଚନା ନାଗ ହିଁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଅର୍ଚ୍ଚନା ନଗ୍ନ ଭିଡିଓର ଧମକ ଚମକ ଦେଇ ଫିଲ୍ମ ପ୍ରଯୋଜକ ଅକ୍ଷୟଙ୍କଠାରୁ ୩ କୋଟି ଟଙ୍କା ଦାବି କରୁଥିଲେ। ଏପରିକି ଅର୍ଚ୍ଚନା ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ଅକ୍ଷୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031