Indus Valley Times

ଅର୍ଥ ଆତ୍ମସାତ ମାମଲାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

 Breaking News

ଅର୍ଥ ଆତ୍ମସାତ ମାମଲାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ
June 25
21:38 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୫/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଗାର୍ଡିଙ୍ଗିଆ ଶାଖା ଡାକଘର ରେ ଏକ ବଡ଼ଧରଣର ଆର୍ଥିକ ହେରଫେର ଓ ସରକାରୀ ଅର୍ଥ ଆତ୍ମସାତ ମାମଲା ସାମ୍ନାକୁ ଆସିଛି।
ଗ୍ରାହକଙ୍କ ସଞ୍ଚୟ ଖାତା ଟଙ୍କା ହଡ଼ପ କରିବା ସହ ଅଫିସ୍ ନଗଦ ଅର୍ଥ ନେଇ ଫେରାର ଥିବା ଅଭିଯୋଗରେ ଟିକାବାଲି ପୋଲିସ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମର ଗିରୀଶ ଚନ୍ଦ୍ର ଦିଗାଲ (୩୯)।
ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଗିରୀଶ ଚନ୍ଦ୍ର ଦିଗାଲ ୨୦୧୪ ମସିହାରୁ ପାବୁରିଆ ସବ୍-ପୋଷ୍ଟ ଅଫିସ୍ ଅଧୀନରେ ଥିବା ଗାର୍ଡିଙ୍ଗିଆ ଶାଖା ଡାକଘରର ପୋଷ୍ଟ ମାଷ୍ଟର ଭାବେ କାର‌୍ୟ୍ୟ କରି ଆସୁଥିଲେ।
ଗତ ଜୁନ୍ ୧୫ ତାରିଖ ଅପରାହ୍ନ ୨ ଟାରେ ସେ ହଠାତ୍ ପୋଷ୍ଟ ଅଫିସରେ ତାଲା ପକାଇ କେଉଁଆଡ଼େ ଚାଲି ଯାଇଥିଲେ। ସେହିଦିନର କ୍ଲୋଜିଂ ବାଲାନ୍ସ ବାବଦ ପ୍ରାୟ ୬୪, ୧୫୪ ଟଙ୍କା ଏବଂ କାର‌୍ୟ୍ୟାଳୟର ସରକାରୀ ମୋବାଇଲ୍ ଟ୍ୟାବ୍ କୁ ସେ ପାବୁରିଆ ମୁଖ୍ୟ କାର୍ଯ୍ୟାଳୟରେ ଜମା ନକରି ନିଜ ସହିତ ନେଇ ପଳାଇଥିଲେ।
ଏହାପରେ ସେ ଆଉ କାର୍ଯ୍ୟାଳୟକୁ ଆସିନଥିଲେ। ସନ୍ଦେହ ହେବାରୁ ଜି.ଉଦୟଗିରି ଡାକ ସବ୍‌ଡିଭିଜନର ଇନ୍ସପେକ୍ଟର ବିର କିଶୋର ନାୟକଙ୍କ ଦ୍ୱାରା ଉକ୍ତ ଡାକଘରର କାଗଜପତ୍ର ଓ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା।
ଯାଞ୍ଚ ସମୟରେ ଜୁନ୍ ୧୬, ୧୭ ଏବଂ ୧୮ ତାରିଖ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅର୍ଥ ବିଭିନ୍ନ ବ୍ୟକ୍ତିଗତ ଆକାଉଣ୍ଟକୁ ବେଆଇନ ଭାବେ ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଥିଲା।
ଏଥି ସହିତ ସ୍ଥାନୀୟ ଗ୍ରାହକ ମାନଙ୍କ ପାସ୍‌ବୁକ୍ ଯାଞ୍ଚ କରିବା ପରେ ଏକ ସଂଗୀନ ଠକେଇର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ପୋଷ୍ଟ ମାଷ୍ଟର ଜଣକ ଦୀର୍ଘ ଦିନ ଧରି ଗ୍ରାହକଙ୍କ ସଞ୍ଚୟ ଖାତାରେ ଟଙ୍କା ଜମା ହୋଇଥିବା ନେଇ ପାସ୍‌ବୁକ୍‌ରେ ଏଣ୍ଟ୍ରି କରୁଥିଲେ ସତ, କିନ୍ତୁ ସେହି ଟଙ୍କାକୁ ଅଫିସିଆଲ୍ ଆକାଉଣ୍ଟରେ ଜମା ନକରି ନିଜେ ଆତ୍ମସାତ କରୁଥିଲେ।
ଏହି ବ୍ୟାପକ ଆର୍ଥିକ ଅନିୟମିତତା ନେଇ ଡାକ ପରିଦର୍ଶକ ଶ୍ରୀ ନାୟକ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନଂ. ୧୩୬/୨୬, ଧାରା ୩୧୬ (୪) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା: ବାଇକ ଚାଳକଙ୍କ ମୃତ୍ୟୁ

ବାଲିଗୁଡା, ୨୫/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ପୋଷ୍ଟାଲ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ।
ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ପରିଚୟ ଖୋଜୁଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି।
ଦୁର୍ଘଟଣା ଘଟାଇଥିବା ଭ୍ୟାନଟି ପୋଷ୍ଟାଲର ଡେ଼ଲିଭେରୀ ଭ୍ୟାନ ବୋଲି ପୋଲିସ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଫୁଲବାଣୀରୁ ଡାକ ନେଇ ଭ୍ୟାନ ନଂ (ଓଡି୧୨ଏଫ୍-୩୪୧୬ )ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଭିମୁଖେ ଯାଉଥିବା ବେଳେ ଜଣେ ବାଇକ ଆରୋହୀ ବାଇକ ନଂ (ଓଆର ୦୭ ଏଜେ-୬୮୩୭)ରେ ବ୍ରାହ୍ମଣୀଗାଁ ପଟରୁ ଦାରିଙ୍ଗବାଡି ଯାଉଥିଲେ ।
ଦାରିଙ୍ଗବାଡି ପହଞ୍ଚିବାକୁ ମାତ୍ର ଆଉ ୫ କିମି ରହିଥିବା ବେଳେ ପାଙ୍ଗାଲି ନିକଟରେ ବାଇକଟି ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ସହ କିଛି ଦୂର ବାଇକ ସହ ଚାଳକଙ୍କୁ ଘୋଷାଡ଼ି ନେଇଥିଲା ।
ଏହା କୌଣସି ସୂତ୍ରରୁ ପୋଲିସ କୁ ଖବର ଦେବାପରେ ଖବର ପାଇ ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାଇକ ଚାଳକଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତର ବାଇକ ଚାଳକଙ୍କୁ ମୃତ ଘୋଷଣା କରିଥିଲେ ।
ବାଇକ ଓ ଭ୍ୟାନକୁ ପୋଲିସ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲିଗୁଡା, ୨୫/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳା ର ସହିତ ରଥଯାତ୍ରା ପାଳନ ହେବ ସେ ସମ୍ପର୍କ ରେ ଆଲୋଚନା ହୋଇଥିଲା ।
ଏଥିରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ତହସିଲଦାର ଦିପ୍ତି ପ୍ରକାଶ ବେହେରା, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଗୁଣ୍ଡିଚା ରଥଯାତ୍ରା, ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେବା ସହ ରଥଯାତ୍ରା ସମୟ ରେ ସହର ରେ ଟ୍ରାଫିକ ବ୍ୟବସ୍ଥା, ସ୍ୱଛତା ଓ ପରିମଳ, ପାନୀୟ ଜଳ , ଫାଷ୍ଟ ଏଡ଼ ବ୍ୟବସ୍ଥା, ବାଇପାସ ରାସ୍ତା ବ୍ୟବସ୍ଥା, ସମେତ ତିନିରଥ ରେ ସୁରକ୍ଷା ପାଇଁ ବୈଠକ ରେ ଆଲୋଚନା ହୋଇଛି ।
ଏହି ବୈଠକରେ ସହର ର ବୁଦ୍ଧିଜୀବୀ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31