Indus Valley Times

ଆଇଟିଆଇ ଅଧ୍ୟକ୍ଷଙ୍କ ମନମାନୀ ପ୍ରତିବାଦରେ:ତାତିଲେ ଛାତ୍ର ଛାତ୍ରୀ, ବୌଦ୍ଧ ବଘିଆପଡା ରାସ୍ତା କଲେ ଅବରୋଧ

 Breaking News

ଆଇଟିଆଇ ଅଧ୍ୟକ୍ଷଙ୍କ ମନମାନୀ ପ୍ରତିବାଦରେ:ତାତିଲେ ଛାତ୍ର ଛାତ୍ରୀ, ବୌଦ୍ଧ ବଘିଆପଡା ରାସ୍ତା କଲେ ଅବରୋଧ

ଆଇଟିଆଇ ଅଧ୍ୟକ୍ଷଙ୍କ ମନମାନୀ ପ୍ରତିବାଦରେ:ତାତିଲେ ଛାତ୍ର ଛାତ୍ରୀ, ବୌଦ୍ଧ ବଘିଆପଡା ରାସ୍ତା କଲେ ଅବରୋଧ
October 17
11:03 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୧୦: ବୌଦ୍ଧ ଜିଲ୍ଲା ବଘିଆପଡା ଠାରେ ଥିବା ଆଇଟିଆଇରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଅଧ୍ୟକ୍ଷଙ୍କ ମନମାନି ପ୍ରତିବାଦରେ ସୋମବାର ଦିନ ଛାତ୍ର ଛାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ବୌଦ୍ଧ – ବଘିଆପଡା ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ବୌଦ୍ଧ ଆଇଟିଆଇ ଅଧ୍ୟକ୍ଷଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନେ ମାନସିକ ନିଯ୍ୟାତନା ହେଉଥିବା ଅଭିଯୋଗ କରିବା ସହ ଅଧିକ ମାତ୍ରାରେ ଫି ନେଉଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଆଇଟିଆଇରେ ଛାତ୍ରୀଙ୍କ ପାଇଁ ଛାତ୍ରୀ ନିବାସ ନଥିବା ବେଳେ ଛାତ୍ରୀ ମାନଙ୍କୁ ଡିପ୍ଳୋମା କଲେଜର ହଷ୍ଟେଲରେ ରଖାଯାଉଛି । ସେଠାରେ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ।
ସେହଭଳି ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ଦେଉଯାଉ ଥିବା ଅଭିଯୋଗ ହୋଇଛି । ଆହୁରୀ ମଧ୍ୟ ସରକାରୀ ନିୟମ ଠାରୁ ଅଧିକ ଟଙ୍କା ରିଆଡମିଶନ ପାଇ ନେଉଥିବା ବେଳେ ଛାତ୍ର ଛାତ୍ରୀଙ୍କୁ କୌଣସି ରସିଦ ଦିଆଯାଉନାହିଁ ।
ଯଦି ଛାତ୍ର ଛାତ୍ର ମାନେ ରସିଦ ମାଗିଲେ ପ୍ରାକ୍ଟିକାଲ ମାର୍କ କାଟି ଦିଆଯିବ ଭୟ ଦେଖାଉଥିବା ଅଭିଯୋଗ କରିଛନ୍ତି । କଲେଜ ଫି ବ୍ୟତିତ ପ୍ରତି ଛାତ୍ର ମାନଙ୍କୁ ପ୍ରତିବର୍ଷ ୧୦୦୦ ଟଙ୍କା ପ୍ରୋଜେକ୍ଟ ପାଇ ନିଆଯାଉଥିବା ବେଳେ ତାହାର ମଧ୍ୟ କୌଣସି ରସିଦ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଶେଷର ସୋମବାର ଦିନ ଅଧ୍ୟକ୍ଷଙ୍କ ମନମାନୀ ପ୍ରତିବାଦରେ ଛାତ୍ର ଛାତ୍ରୀ ମାନେ ସକାଳେ ବୌଦ୍ଧ – ବଘିଆପଡା ରାସ୍ତା ଅବରୋଧ କରିଥିଲେ ।
ଦୀର୍ଘ ୪ ଘଣ୍ଟା ପରେ ବୌଦ୍ଧ ଥାନା ଅଧିକାରୀ ଓ ବୌଦ୍ଧ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ôଚ ଛାତ୍ର ଛାତ୍ରୀମାନଙ୍କୁ ବୁଝାଇଥିଲେ । କିନ୍ତୁ ରାସ୍ତା ରୋକ କରିଲେ ମାମଲା ହେବା ଜାଣିବା ଭୟରେ ଛାତ୍ର ଛାତ୍ରୀ ମାନେ ରାସ୍ତା ଅବରୋଧରୁ ଓହରି ଦାବୀ ଜଣାଇବା ପାଇ ବୌଦ୍ଧ ଆସି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ସମୟରେ ଛାତ୍ର ଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିରହିଥିବା ବେଳେ । ଏନେଇ ଆଇଟିଆଇ ଅଧ୍ୟକ୍ଷ ଅବିନାଶ ମିଶ୍ରଙ୍କୁ ପଚାରିବାରୁ ଛାତ୍ର ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ ପାଇ ଯାଇଛନ୍ତି ଏହାର ତଦନ୍ତ ହେଲେ ସବୁ ଜଣାପଡିବ ବୋଲି କହିଥିଲେ ।
ଆନନ୍ଦ ଲାଲ ଅଗ୍ରୱାଲ ଙ୍କ ବିୟୋଗ ରେ ବରିଷ୍ଠ ନାଗରିକ ମଞ୍ଚର ଶୋକ
ବୌଦ୍ଧ,୧୭/୧୦: ବୌଦ୍ଧର ଜଣାଶୁଣା ବ୍ୟବସାୟୀ ତଥା ବରିଷ୍ଠ ନାଗରିକ ମଞ୍ଚ ର ସଦସ୍ୟ ଆନନ୍ଦ ଲାଲ ଅଗ୍ରୱାଲ ଙ୍କ (୭୦) ଗତ ଶନିବାର ଦିନ ବିହାର ରାଜ୍ୟ ଗୟା ତୀର୍ଥ କରି ଫେରୁଥିବା ବେଳେ ବାଟରେ ଟ୍ରେନ ରେ ତାଙ୍କର ପରଲୋକ ଘଟିଥିଲା ।
ପରିବାର ଲୋକ ତାଙ୍କର ମରଶରୀର କୁ ବୌଦ୍ଧ ଆଣି ରବିବାର ଦିନ ସନ୍ଧ୍ୟା ରେ ବୌଦ୍ଧ ରାଜଘାଟ ଠାରେ ଅନ୍ତେଷ୍ଟି କ୍ରିୟା କରାଯାଇଥିଲା । ତାଙ୍କ ପୁଅ ନାରାୟଣ ଅଗ୍ରୱାଲା ମୁଖାଗ୍ନି ଦେଇଥିଲେ ।
ତାଙ୍କର ବିୟୋଗ ରେ ଆଜି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚ ସଭାପତି ଶିବ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭା ମଞ୍ଚ ଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା । ମଞ୍ଚ ର ସମସ୍ତ ସଦସ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ବର୍ଗତ ଅଗ୍ରୱାଲ ଜଣେ ମେଳାପୀ , ମିଷ୍ଟଭାସି, ଥିଲେ।
ଧାନ ବୋଝେଇ ମିନିଟ୍ରକ ଖସିଲା ପୋଲ ତଳକୁ, ଜଣେ ମୃତ
ବୌଦ୍ଧ,୧୭/୧୦: ବୌଦ୍ଧ ଥାନା ଅନ୍ତର୍ଗତ ହାଟଗାଁ ନିକଟ ପୋଲ ଉପରୁ ସୋମବାର ଦିନ ଏକ ଧାନ ବୋଝେଇ ମିନିଟ୍ରକ ୨୦ ଫୁଟ ତଳକୁ ଖସିପଡିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗାଡିରେ ବସିଥିବା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଛନ୍ତି । ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ ।
ଅନ୍ୟପକ୍ଷରେ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଆଠମଲିକ ଥାନା ଅନନ୍ତପାଲି ଗ୍ରାମର ଟୁନା ସାହୁ ଓ ଆହତ ଜଣକ ହେଲେ ପ୍ରମୋଦ ଭୁକ୍ତା ।
ସୂଚନା ପ୍ରକାରେ ଆଠମଲିକ ଅଂଚଳରୁ ଧାନ ବୋଝେଇ କରି ଓଡି ୧୯ ଭି ୮୭୩୮ ନମ୍ବର ବିଶିଷ୍ଟ ଗାଡିଟି ବୌଦ୍ଧ ଜିଲ୍ଲା ର ଏକ ମିଲକୁ ବିକ୍ରୟ କରିବାକୁ ଆସୁଥିଲା । ପୋଲ ଉପରେ କୌଣସି କାରଣରୁ ଭାରସାମ୍ୟ ହରାଇ ଗାଡିଟି ପୋଲ ତଳକୁ ଖସିପଡିଥିଲା । ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଁଚି ମୃତକଙ୍କ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧ ଶିଶୁ ବିଦ୍ୟା ମନ୍ଦିରରେ ପିତୃ ସମ୍ମିଳନୀ
ବୌଦ୍ଧ,୧୭/୧୦: ବୌଦ୍ଧ ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରେ ମୁଖ୍ୟ ଅତିଥି ରାଜ କୁମାର ପ୍ରଧାନ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରାଜ କିଶୋର ମହାରଣା, ସମ୍ପାଦକ ସାର ପ୍ରଧାନ, ପ୍ରଧାନ ଆଚାର‌୍ୟ୍ୟ ଧରଣୀ ଧର ପରିଡ଼ା , ସହ ପ୍ରଧାନ ଆଚାର‌୍ୟ୍ୟ ଅଶୋକ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ଆରୋପ । ଆଜିର ଶିଶୁ ଆଗାମୀ ଭବିଷ୍ୟତର ନାଗରିକ ଗଠନରେ ଉଭୟ ଗୁରୁଜୀ ଗୁରୁମା ସହ ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ଶିଶୁମାନଙ୍କର ଉନ୍ନତି ତଥା ବିଦ୍ୟାଳୟ ର ଉନ୍ନତି ଦିଗରେ ବକ୍ତବ୍ୟ ରଖିଥିଲେ। ଅଭିଭାବକମାନଙ୍କର ସମସ୍ୟାଗୁଡ଼ିକ ସମାଧାନ କରିବୁ ବୋଲି ସମ୍ପାଦକ ସହମତି ପ୍ରକାଶ କରିଥିଲେ । ଶେଷରେ ବିଦ୍ୟାଳୟର ସହ ପ୍ରଧାନ ଆଚାର‌୍ୟ୍ୟ ଅଶୋକ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031